ଦୃଢ ସଂକଳ୍ପ

                ସତକୁସତ ସେହିଦିନଠାରୁ ମାଲ୍ରୋ ଆଗକୁ ଆଗକୁ ପାଦ ବଢାଇ ଚାଲିଲେ ଯେ, ପଛକୁ ସେ ଆଉ ମୋଟେ ଲେଉଟି ନ ଥିଲେ । କଁଟନ୍ଠାରେ ହୋଇଥିବା ବିଦ୍ରୋହର ପୃଷ୍ଠଭୂମିରେ ତାଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘ଦକାଁକରା’ ତାଙ୍କୁ ଆନ୍ତର୍ଜାତୀୟ ଖ୍ୟାତି ଆଣି ଦେଇଥିଲା । ୧୯୩୦ରୁ ୧୯୩୯ ମସିହା ପର୍ଯ୍ୟନ୍ତ ସେ ୟୁରୋପରେ ଫାସିବାଦ ବିରୋଧରେ ଏକ କ୍ରାନ୍ତିକାରୀ ବିଚାରଧାରା ଆରମ୍ଭ କରି ବେଶ୍ ଚର୍ଚ୍ଚାକୁ ଆସିଯାଇଥିଲେ । ଫରାସୀ ସାହିତ୍ୟରେ ଆଣ୍ଡ୍ରେଙ୍କ ଦ୍ୱାରା ଲିଖିତ ବାରଖଣ୍ଡ ପୁସ୍ତକ ଆଜି ବି ଅମୂଲ୍ୟ ସମ୍ପଦ ଭାବରେ ବିବେଚନା କରାଯାଉଛି । ତାଙ୍କର ଅଧିକାଂଶ ସାହିତ୍ୟ କୃତି ପୁରସ୍କୃତ ହୋଇଛି । ମାଲ୍ରୋଙ୍କର ପ୍ରଚଣ୍ଡ ପ୍ରତିଭା ଦେଖି ଫ୍ରାନ୍ସର ରାଷ୍ଟ୍ରପତି ତାଙ୍କୁ ସଂସ୍କୃତି ବ୍ୟାପାର ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ । ସେ ଦଶବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ସୁଚାରୁରୂପେ କାର୍ଯ୍ୟ କରି ୧୯୭୬ ମସିହାରେ ମୃତ୍ୟୁବରଣ କରିଥିଲେ । ଆଜି ଆଣ୍ଡ୍ରେମାଲ୍ରୋ ପୃଥିବୀ ବକ୍ଷରେ ସ୍ୱଦେହରେ ସିନା ନାହାଁନ୍ତି କିନ୍ତୁ ତାଙ୍କର କୀର୍ତ୍ତି ତାଙ୍କୁ ସବୁଦିନ ପାଇଁ ଅମର କରି ରଖିଛି ।

ସୁତରାଂ କୁହାଯାଇଛି –

    “ନିରାଶାରେ ଭାଙ୍ଗି ପଡ ନାହିଁ କେବେ ଆଶା ରଖ ନିଶ୍ଚେ ପାରିବ କରି

    ପ୍ରକୃତି ଇଙ୍ଗିତେ ଥୁଂଟା ବୃକ୍ଷ ଦିନେ ପତ୍ର, ଫୁଲ, ଫଳେ ଶୋହେ ଯେପରି

    ଦୃଢ ଇଚ୍ଛାଶକ୍ତି ବଳେ କରିହୁଏ ଅସାଧ୍ୟ ସାଧନ ରଖିଥା ଜାଣି

    ମନରେ ସଂକଳ୍ପ ନେଇ କାର୍ଯ୍ୟ କଲେ ଦିନେ ନିଶ୍ଚେ ଗଡ ପାରିବ ଜିଣି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ