ଦୋମୁହାଁ ବିଚାର

                ସେମିତି ଏକ ପକ୍ଷୀଥିଲା, ଯେ ସେ ପକ୍ଷୀର ଦୁଇ ଗୋଟି ମୁହଁ । ପକ୍ଷୀଟି ଦେଖିଲା ଯଦି ଏ ବୃକ୍ଷରେ ଆମର ଏତେ ପ୍ରକାର ସୁବିଧା ହେଉଛି ତାହାହେଲେ ସେ ବୃକ୍ଷଟିରେ ସେ ବସା ନ ବାନ୍ଧିବ କାହିଁକି?

                ସେ ସେହି ସୁନ୍ଦର ବୃକ୍ଷଟିରେ ବସାଟିଏ କରି ପକ୍ଷୀଟି ବାସ କଲା । ଦିନକର କଥା ସେ ଦୋମୁହାଁ ପକ୍ଷୀର ଗୋଟିଏ ମୁହଁ ସେଦିନ ସୁସ୍ୱାଦୁ ଅମୃତତୁଲ୍ୟ ଫଳ ଗୋଟିଏ ଖାଇଲା । ବାଃ ବେଶ୍ ସୁନ୍ଦର ଫଳଟିଏ । ସେଥିଲାଗି ଫଳଟିର ଖୁବ୍ ପ୍ରଶଂସା କରି କହିଲା, କି ଅମୃତ ପରି ସ୍ୱାଦ ।

                ପ୍ରଥମ ମୁଖଟିର ଫଳ ଖାଇବାର ଆନନ୍ଦ ଦେଖି ଆର ମୁଖଟି କହିଲା – ତମେ ତ କହୁଛ ସୁସ୍ୱାଦୁ ତଥା ଅମୃତ ପରି ଫଳଟି ଖାଉଛ, ସେଥିରୁ ମୋତେ ଟିକେ ଦିଅ । ମୁଁ ମଧ୍ୟ ସେ ଫଳର ସ୍ୱାଦ ଜାଣି ଆନନ୍ଦ ହୁଅନ୍ତି ନାହିଁନା? ତା’ ଛଡ଼ା ଆମର ସିନା ମୁହଁ ଦୁଇଟା ହେଲେ ଗୋଟିଏ ପେଟ ତ?

                ଦ୍ୱିତୀୟ ମୁହଁର କଥା ଶୁଣିବାମାତ୍ରେ ପ୍ରଥମ ମୁହଁଟି ବାକଚାତୁରୀ ଦେଖାଇ କହିଲା, ତୋ କଥା ଶୁଣି ମୋତେ ଯେ ଖୁବ୍ ହସ ଲାଗିଲା । ଆମର ସିନା ଦୁଇଗୋଟି ମୁହଁ ହେଲେ ପେଟ ତ ଗୋଟିଏ । ଆମେ ଦୁଇ ମୁହଁରେ ଯେ ଯାହା ଖାଇବା ସବୁ ସେହି ପେଟକୁ ଯାଉଛି ନା’ ନାହିଁ ବରଂ ଯେଉଁ ମୁହଁଟି ନ ଖାଉଛି, ତା’ର ପରିଶ୍ରମ ନାହିଁ, ଆନନ୍ଦରେ ଅଛି । ସେଥିପାଇଁ ମୁଁଆଉ ଗୋଟିଏ କଥା ଚିନ୍ତା କରୁଥିଲି ଯେ ଆମ ଅପେକ୍ଷା ଏହି ଫଳରୁ ଅଧା ନେଇ ଆମ ସ୍ତ୍ରୀକୁ ଦେଇଦେଲେ ସେ ଫଳ ଖାଇ ଆମ ପ୍ରତି ସଦାସର୍ବଦା ଖୁସି ପାଆନ୍ତା ।


ଗପ ସାରଣୀ

ତାଲିକାଭୁକ୍ତ ଗପ