ଦ୍ରୋଣଙ୍କର କାହାଣୀ

       ବ୍ରହ୍ମରାକ୍ଷସ କଥା ଛଳରେ କହିଲା, ମୁଁ ବର୍ତ୍ତମାନ ଭୋକିଲା ଅଛି । କାରଣ ଛଅଦିନରେ ଥରେ ମାତ୍ର ମୁଁ ଖାଦ୍ୟ ଖାଇଥାଏ । ଆଜି ହେଉଛି ମୋର ଖାଦ୍ୟ ଖାଇବାର ଦିନ । ତେଣୁ ମୁଁ ମନେ ମନେ ସ୍ଥିର କରୁଛି ସେ ବ୍ରାହ୍ମଣ ଜଣକୁ ଖାଇ ମୋର କ୍ଷୁଧା ନିବାରଣ କରିବି । ତୁମେ ତ’ ସେହି ବ୍ରାହ୍ମଣଙ୍କ ଘରକୁ ବାଛୁରୀ ଚୋରୀ କରିବା ପାଇଁ ଯାଉଛ । ଏହା ବହୁତ ଭଲ କଥା । ଆମ ଦୁଇଜଣଙ୍କର ଲକ୍ଷ୍ୟସ୍ଥଳ ଗୋଟିଏ ସ୍ଥାନ । ଏହା କହି ଉଭୟେ ବାଟ ଚାଲିଥାଆନ୍ତି । ସେମାନେ ଯେତେବେଳେ ବ୍ରାହ୍ମଣର ଘରେ ପଶିଲେ ପ୍ରଥମେ ଚିନ୍ତାକଲେ, କୌଣସି ଏକ ନିରାପଦ ସ୍ଥାନରେ ଲୁଚିଯାଇ ସୁଯୋଗକୁ ଅପେକ୍ଷା କରିବେ । ବ୍ରାହ୍ମଣ ଗଭୀର ନିଦ୍ରାରେ ଶୋଇଥାଆନ୍ତି । ବ୍ରାହ୍ମଣଙ୍କୁ ଏହି ଅବସ୍ଥାରେ ଦେଖି ରାକ୍ଷସ କହିଲା, ମୁଁ ଯାଉଛି ବ୍ରାହ୍ମଣଙ୍କୁ ବର୍ତ୍ତମାନ ହତ୍ୟାକରି ଖାଇବି । ରାକ୍ଷସର କଥା ଶୁଣି ଚୋରଟି କହିଲା, “ନା ନା ସେପରି କରନାହିଁ । ମୁଁ ପ୍ରଥମେ ବ୍ରାହ୍ମଣର ବାଛୁରୀ ନେଇଯାଇସାରେ ତାହାପରେ ତୁମେ ବ୍ରାହ୍ମଣଙ୍କୁ ମାରି ଖାଇବ ।

       ଚୋରର କଥାରେ କିନ୍ତୁ ବ୍ରହ୍ମରାକ୍ଷସ ରାଜି ହେଲା ନାହିଁ । ସେ କହିଲା, ଚୋରି କରିବା ସମୟରେ ବାଛୁରୀମାନେ ଯଦି ଉଚ୍ଚସ୍ୱରରେ ବୋବାଇବେ ତା’ହେଲେ ବ୍ରାହ୍ମଣର ନିଦ୍ରା ଭଙ୍ଗ ହେବ । ଫଳରେ ମୁଁ ତାକୁ ଆଉ ଖାଇପାରିବି ନାହିଁ । ପ୍ରଥମେ ମୁଁ ତାକୁ ମାରି ଖାଇ ସାରିବାପରେ ତୁମେ ନିର୍ଭୟରେ ବାଛୁରୀ ଯୋଡିଙ୍କୁ ନେଇପାରିବ । ରାକ୍ଷସର କଥାରେ ମଧ୍ୟ ଚୋର ରାଜି ହେଲା ନାହିଁ । ଫଳରେ ଦୁଇଜଣ ଯାକ ଉଚ୍ଚ ସ୍ୱରରେ ଯୁକ୍ତି କରିବାକୁ ଲାଗିଲେ । ସେମାନଙ୍କ ପାଟି ଶୁଣି ବ୍ରାହ୍ମଣଙ୍କର ନିଦ ଭାଙ୍ଗିଗଲା । ବ୍ରାହ୍ମଣଙ୍କୁ ଉଠିଯିବାର ଦେଖି ଚୋର କହିଲା, ହେ ବ୍ରାହ୍ମଣ! ଏହି ରାକ୍ଷସ ତୁମକୁ ଖାଇବାକୁ ଆସିଛି । ଚୋରର କଥା ଶୁଣି ରାକ୍ଷସ କହିଲା, ହେ ବ୍ରାହ୍ମଣ! ଏହି ଚୋର ତୁମ ବାଛୁରୀ ଯୋଡିଙ୍କୁ ଚୋରିକରି ନେବାପାଇଁ ଆସିଛି ।

       ଉଭୟଙ୍କର ଉଦ୍ଧେଶ୍ୟ ଜାଣିସାରିବାପରେ ବ୍ରାହ୍ମଣ ସତର୍କ ହୋଇଗଲେ । ସେ ସଂଗେ ସଂଗେ ଧ୍ୟାନରେ ବସି ପଡିଲେ । ମନ୍ତ୍ର ପ୍ରଭାବରୁ ବ୍ରହ୍ମରାକ୍ଷସ ସଂଗେ ସଂଗେ ସେହି ସ୍ଥାନ ଛାଡି ପଳାଇ ଗଲା । ବ୍ରହ୍ମରାକ୍ଷସ ପଳାଇବା ପରେ ବ୍ରାହ୍ମଣ ଏକ ଠେଙ୍ଗା ଧରି ଚୋରକୁ ମାରିବା ପାଇଁ ଗୋଡାଇଲେ ଏବଂ ଉଚ୍ଚ ସ୍ୱରରେ ଚୋର ଚୋର ବୋଲି ପାଟି କଲେ । ବ୍ରାହ୍ମଣର ପାଟି ଶୁଣି ଚୋର ଦୌଡିବାକୁ ଲାଗିଲା । କାହାଣୀଟି କହିସାରି ବକ୍ରନାସା କହିଲେ, ଯେତେବେଳେ ତୁମ ଶତ୍ରୁ ମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବ, ତୁମେ ତାହାର ସୁଯୋଗ ନେବା ଉଚିତ୍ । ଠିକ୍ ଯେପରି ଚୋର ଏବଂ ରାକ୍ଷସ ମଧ୍ୟରେ କଳହ ସୃଷ୍ଟି ହେବାରୁ ବ୍ରାହ୍ମଣଙ୍କ ଜୀବନ ବଂଚିବା ସଂଗେ ସଂଗେ ବାଛୁରୀ ଦୁଇଟି ମଧ୍ୟ ରକ୍ଷାପାଇଲେ ।

       ବକ୍ରନାସା କହୁଥିବା କାହାଣୀଟି ଶୁଣିସାରିବାପରେ ସେ ପ୍ରକାରକର୍ଣ୍ଣଙ୍କ ନିକଟକୁ ଗଲେ । ସମସ୍ତ ଘଟଣା ବର୍ଣ୍ଣନା କରିସାରିବା ପରେ ତାଙ୍କର ମତାମତ ଜାଣିବାକୁ ଚାହିଁଲେ । ଅରିମର୍ଦ୍ଧନଙ୍କ କଥା ଶୁଣି ପ୍ରକାରକର୍ଣ୍ଣ କହିଲେ, “ମହାରାଜ! ଏହି କୁଆକୁ ଆମର ମାରିବା ଉଚିତ୍ ନୁହେଁ । ଏହାକୁ ଆମେ ନମାରିଲେ ଶତ୍ରୁପକ୍ଷ ସହିତ ଆମର ସୁସଂପର୍କ ସ୍ଥାପନ ହୋଇପାରିବ, ଏବଂ ଆମେ ସମସ୍ତେ ସୁଖ ଶାନ୍ତିରେ ବସବାସ କରିପାରିବା । ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ନାହିଁ ସାପ ଦୁଇଟି ପରି ଧ୍ୱଂସ ପାଇପାରନ୍ତି ।

       ଅରିମର୍ଦ୍ଧନ ପଚାରିଲେ, କାହାଣୀଟି କ’ଣ? ‘ପ୍ରକାରକର୍ଣ୍ଣ’ କାହାଣୀ କହିବା ଆରମ୍ଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ