ଦୟାଳୁ ଈଶ୍ୱର, ଠକ ବଣିକ

ସମୁଦ୍ରରେ ବଡ ବଡ ଲହଡି ଉଠି ପାଣି ବି ଝଲକେ ଝଲକେ ସେ ବୋଇତ ଭିତରେ ପଶି ଯାଉଥାଏ । ଏଥର  ମୁଲ୍ଲା ନାସିରୁଧିନ ଆଲ୍ଲାଙ୍କୁ ବିକଳ ହୋଇ ପ୍ରାର୍ଥନା କଲେ, ଆଲ୍ଲା ତୁମେ ମତେ ଏ ବିପଦରୁ ରକ୍ଷା କର । ଝଡ ବତାସ ଯଦି କମିଯାଏ ଆଉ ଭଲରେ ଭଲରେ ମୁଁ ଯଦି ମୋ ଦେଶକୁ ଫେରିଯାଏ ତାହେଲେ ମୁଁ ମୋର କୋଠାଘର ବିକ୍ରି କରି ସେହି ଅର୍ଥରେ ଗରିବ ଲୋକମାନଙ୍କୁ ଖାଇବାକୁ ଦେବି, ନୂଆ ଲୁଗାପଟା ବି ସେମାନଙ୍କୁ ପିନ୍ଧିବାକୁ ଦେବି । ଯେଉଁମାନଙ୍କର ଘରଦ୍ୱାର ନଥିବ ସେମାନଙ୍କ ପାଇଁ ମଧ୍ୟ ଘର ତିଆରି କରିଦେବି । ଏତକ ପ୍ରାର୍ଥନା କରି ଆଖିରୁ ସେ  ମୁଲ୍ଲା ନାସିରୁଧିନ ଦୁଇ ଟୋପା ଲୁହ ଝରାଇ ଦେଲେ । ଦଶ ମିନିଟ୍ ଯାଇଛିକି ନାହିଁ ଝଡ ବତାସର ବେଗ କମି ଆସିଲା । ବର୍ଷା ବି ବନ୍ଦ ହୋଇଗଲା । କଳାମେଘ ସବୁ କୁଆଡେ ଉଭେଇଗଲା । ଆକାଶରେ ଜହ୍ନ ହସି ଉଠିଲା ।  ମୁଲ୍ଲା ନାସିରୁଧିନ ଆଉ ତାଙ୍କର ନାବିକମାନେ ଆଲ୍ଲାଙ୍କ ପାଖରେ କୃତ୍ୟ କୃତ୍ୟ ହୋଇ ନମସ୍କାର କଲେ, ଆଲ୍ଲା ଆପଣ ଆଜି ଆମକୁ ମହା ବିପଦରୁ ରକ୍ଷା କଲେ ।

ଅଳ୍ପଦିନ ପରେ ବୋଇତ ଆସି ବନ୍ଦରରେ ଲାଗିଲା ।  ମୁଲ୍ଲା ନାସିରୁଧିନ ତାଙ୍କର ଧନ ରତ୍ନ ତଥା ବହୁ ମୂଲ୍ୟ ଗହଣାଗାଣ୍ଠିଧରି ଘରକୁ ଫେରିଲେ । ତାଙ୍କୁ ପାଖରେ ପାଇ ପରିବାରର ଲୋକମାନେ ଭାରି ଖୁସି ହେଲେ । ସେ ଚାରିଆଡେ ପ୍ରଚାର କଲେ ତାଙ୍କ ରାଜ ଉଆସ ପରି କୋଠାଘରକୁ ସେ ଗୋଟିଏ ଟଙ୍କାରେ ବିକ୍ରି କରିବେ । ଏପରି ଏକ କଥା ଶୁଣି ଲୋକେ ଭାବିଲେ ଯେ,  ମୁଲ୍ଲା ନାସିରୁଧିନ ମହାଜନର ମୁଣ୍ଡ ବୋଧେ ଖରାପ ହୋଇଯାଇଛି ନହେଲେ ସେ ଏତେବଡ କୋଠାକୁ ଗୋଟିଏ ଟଙ୍କାରେ ବିକ୍ରି କରନ୍ତେ କାହିଁକି । ତେଣୁ ସେ ସହରର ବଡ ବଡ ଧନୀ ଲୋକମାନେ ସେ ଘର କିଣିବାକୁ ଆସି ପହଁଚିଲେ ।  ମୁଲ୍ଲା ନାସିରୁଧିନ କହିଲେ ଘର ବିକିବା ସହିତ ମୋର ଗୋଟେ ପୋଷା ଶୁଆ ବି ଅଛି ତାକୁ ମଧ୍ୟ ମୁଁ ବିକ୍ରି କରିବି । ସେହି ଶୁଆଟିର ଦାମ୍ ହେଉଛି ଶହେ ଲକ୍ଷ ଟଙ୍କା ଯିଏ ଶୁଆ କିଣିବ କେବଳ ସେହି ଲୋକଙ୍କୁ ହିଁ ମୁଁ ମୋ ଘର ବିକ୍ରି କରିବି ।

ଏହି ପ୍ରସ୍ତାବ ଶୁଣି କିଣିବା ଲୋକ ଭାବିଲେ ଘରର ମୂଲ୍ୟ ତ ନିଶ୍ଚୟ ଶହେ ଲକ୍ଷରୁ ଅଧକ ହେବ । ତେଣୁ ଶୁଆ ସହ କିଣିଲେ ବି ତାଙ୍କର କିଛି କ୍ଷତି ହେବ ନାହିଁ । ତେଣୁ ସେ ପ୍ରସ୍ତାବରେ ରାଜି ହେଲେ ଶହେଲକ୍ଷ ଟଙ୍କା ଦେଇ ଘର କିଣିଲେ ।

ଟଙ୍କା ପାଇବା ପରେ ମୁଲ୍ଲା ନାସିରୁଧିନ ଗୋଟିଏ ଟଙ୍କା ଆଲ୍ଲାଙ୍କ ନାମରେ ଗରିବକୁ ଦାନଦେଲେ । ତାଙ୍କର ମାନସିକ ଥିଲା ଘର ବିକ୍ରି କରି ଗରିବ ଲୋକମାନଙ୍କୁ ଖାଇବାକୁ ଦେବେ । ଘରତ ଟଙ୍କାକରେ ବିକ୍ରି କରିଛନ୍ତି ସେତକ ହିଁ ସେ ଆଲ୍ଲାଙ୍କୁ ଦେବେ । ଅବଶିଷ୍ଟ ଟଙ୍କାରେ ସେ ନୂଆ ଜାଗାରେ ଘର ତୋଳିବେ । ବିପଦବେଳେ ଠାକୁରଙ୍କୁ ଡାକିବା ଏବଂ ବିପଦ କଟିଗଲେ ଠାକୁରଙ୍କୁ ଠକିବା ଏହା ଅନେକ ଲୋକଙ୍କର ଚରିତ୍ର । ମଣିଷ ମନ ଭିତର କଥା ତ କେବଳ ଠାକୁର ହିଁ ଠିକ୍ ଜାଣି ପାରନ୍ତି । ଆଲ୍ଲା ମଧ୍ୟ ଜାଣିଥିବେ ମୁଲ୍ଲା ନାସିରୁଧିନ ତାର ବ୍ୟବସାୟୀ ବୁଦ୍ଧିରେ ତାଙ୍କୁ ଠକିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ