ଧର୍ମ ସହିବ ନାହଁ

                ସୌଦାଗରଙ୍କର ସ୍ତ୍ରୀ କେଶରୀ ମଧ୍ୟ ଦେଖିବାକୁ କମ୍ ସୁନ୍ଦରୀ ନୁହଁ ଭୋଗ ବୟସର ଝିଅ । ବର୍ତ୍ତମାନ କେଶରୀ ସଂପୂର୍ଣ୍ଣ ଯୌବନା, ବିଧାତା ଏମିତି ଭାବରେ କେଶରୀଙ୍କୁ ଗଢି ଛନ୍ତି ଯେ ତାକୁ ଯଦି ଏବେ ସ୍ୱର୍ଗର ଦେବତା ଦେଖନ୍ତି ସେମାନେ କେଶରୀଙ୍କ ରୂପରେ ମୋହିତ ହେବେ ।

                କଥାରେ ଅଛି ରାମ ସୁଗ୍ରୀବେ ଏକା ଦଶା, ମଦନ ସୁନ୍ଦରର ବିଭାଘର ହୋଇ ନଥିବାରୁ ତା’ର ସ୍ତ୍ରୀ ନାହିଁ । ସେହି ପରି ଯୁବତୀ ସ୍ତ୍ରୀକୁ ତା’ର ଏହି କୁନ୍ଦିଲା କୁନ୍ଦିଲା ଯୌବନ କାଳରେ ଏକା କରି ଘରେ ଛାଡି ଯାଇ ଥାନ୍ତି ସୌଦାଗର ଅନଙ୍ଗ ଉଦୟ ।

                କେଶରୀଙ୍କର ମନ ସଦା ସର୍ବଦା ସ୍ୱାମୀଙ୍କର ଦେହ ଖୋଜୁ ଥାଏ । ଏକା ଏକା ପଲଙ୍କ ଉପରେ ଶୋଇ ବି କେତେ ବେଳେ ଶାନ୍ତିରେ ଶୋଇ ପାରୁ ନଥାଆନ୍ତି । ବୟସ ତ ସେ ନାଇ ହୋଇଛି । ମନଟା କେବଳ ସ୍ୱାମୀଙ୍କ ପାଖରେ । ଘରେ ଖାଇବାର ପିଇବାର ଆଉ ପିନ୍ଧିବାର ଅଭାବ ନାହିଁ ହେଲେ ଜଣେ ସ୍ତ୍ରୀ ଲାଗି ଯାହା ନିତାନ୍ତ ଆବଶ୍ୟକ କେଶରୀଙ୍କ ଲାଗି ତାହା ହିଁ ଥିଲା ଅଭାବ ।

                ଦିନକର କଥା ରାତିରେ ଖିଆ ପିଆ କାର୍ଯ୍ୟ ସରିବା ପରେ କେଶରୀ ନିଜର ଶୋଇବା ଘରର ଦରଜା ଦେଇ ପଲଙ୍କ ଉପରେ ଶୋଇଲା ଯେତେ ଚେଷ୍ଟା କଲେ ମଧ୍ୟ ଆଖିକୁ ନିଦ ଆସିଲା ନାହିଁ । ପୁରୁଷ ସହିତ ସଙ୍ଗ କରିବା ନିମନ୍ତେ ମନ ଏବେ ଉତଲା ହେଉଛି । ଯେତେ ଚେଷ୍ଟା କଲେ ମଧ୍ୟ ତାହା ସହ୍ୟ କରି ହେଉ ନାହିଁ । ଯେତେ ବେଳେ କେଶରୀଙ୍କର ମନ ଅତ୍ୟନ୍ତ ଅଧୈର୍ଯ୍ୟ ହେଲା ସେତେ ବେଳେ ସେ ଆଉ ନିଜ ମନକୁ ବାନ୍ଧି ପାରିଲେ ନାହିଁ । ସେ ପଲଙ୍କ ପରିତ୍ୟାଗ କରି ଶୋଇବା ଘର ଦରଜା ଖୋଲି ସମ୍ମୁଖ ଘରକୁ ଚାହିଁଲେ । ସେ ଘରେ ବତୀଟି ଦିକ୍ ଦିକ୍ ହୋଇ ଜଳୁଛି । ଖଟ ଉପରେ ଖୁବ୍ ଶାନ୍ତିରେ ମଦନ ସୁନ୍ଦର ଶୋଇ ଯାଇଛି ।

                ସେତେ ବେଳେ କାମ ପାଗଳିନୀ କେଶରୀ ନିଜକୁ ଆଉ ସମ୍ଭାଳି ନପାରି ଧୀରେ ଧୀରେ ଯାଇ ମଦନ ସୁନ୍ଦରଙ୍କର ଖଟ ଉପରେ ବସିଲା ତା’ ଦେହରେ ହାତ ମାରି କହିଲା – ହେ ମଦନ ସୁନ୍ଦର ଜଲ୍ଦି ଉଠିଲ । ତୁମ ପାଖରେ ମୋର ଏକ କାମ ପଡିଛି ।

                ମାଲିକାଣୀଙ୍କର ଡାକରା ଶୁଣି ମଦନ ସୁନ୍ଦର ଧଡ ପଡ ହୋଇ ଖଟ ଉପରେ ଉଠି ବସି କହିଲା – ମାଲିକାଣୀ । ଏତେ ରାତିରେ ତମେ ଶଯ୍ୟା ଛାଡି ଉଠି ଆସିଲ । କ’ଣ ହୋଇଛି?

                କେଶରୀ କହିଲା, ତମେ ମୋ ଶୟନ କକ୍ଷକୁ ଶୀଘ୍ର ଆସିଲ ମୁଁ ତୁମକୁ ସବୁ କଥା ସେହିଠାରେ କହିବି । ଏହା କହି କେଶରୀ ପୁଣି ନିଜର ଶୟନ କକ୍ଷକୁ ଯାଇ ନିଜର ପଲଙ୍କ ଉପରେ ମଦନ ସୁନ୍ଦରଙ୍କୁ ଅପେକ୍ଷା କରି ବସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ