ନଟବୁଢା ବଗିଚାରେ କିଏ?

ଏଥର ପବନା ଲାଗି ପଡିଲା ତାକାମରେ । ସେ ଧିରେ ଧିରେ ପହଁଚି ଗଲା ନଟ ବୁଢା ରହୁ ଥିବା ଘର ପାଖରେ । ଭଙ୍ଗା ଘରର ଚାରି ପଟ ସଫା କଲା । ପବନା ଦିନ ତମାମ ଟାଙ୍ଗିଆ ଧରି କାମ କରେ । ତାକୁ ଭୋକ ହେଲେ ସେ ଫଳ ଖାଏ । ଶୋସ ହେଲେ ନଟବୁଢା ରହୁ ଥିବା ଘର ପାଖ ଟୁ୍ୟବଲ୍ ରୁ ପାଣି ପିଏ । ରାତିରେ ଗଛରେ ସେ ଚଢି ବିଶ୍ରାମ କରେ । ଭୂତଫୁତ କାହାକୁ କିଛି ଭୟ ତାର ନଥାଏ । ଏଥର ନଟ ବୁଢା ତା ଘରକୁ ଡାଳ ପତ୍ରରେ ଛପର କରି ବିଶ୍ରାମ କଲା । ସହରକୁ ଯାଇ ସେ ରୋଷେଇ ସାମଗ୍ରୀ କିଛି ବସ୍ତା ଧରି ଆସିଲା । କିଛି ବ୍ୟବସାୟୀଙ୍କ ସାଥିରେ ମଧ୍ୟ ସେ କଥା ହେଲା । ତାର ସେଇ କୁଡିଆରେ ସେ ରୋଷେଇ କରି ଖାଇଲା । ସେ ଗାଁ ଲୋକଙ୍କ ସାଥିରେ କିଛିବି କଥା ହେଲାନି । କଥା ହେବ ବା କିପରି? ସେମାନେ ସମସ୍ତେ ତ ତାକୁ ଭୂତ ଭାବୁଛନ୍ତି ।

ସହରରୁ ଗାଡି ଆଣି ବ୍ୟବସାୟୀ ମାନେ ସେହି ବଗିଚାରୁ ଫଳ ସବୁ କିଣି ନେଲେ । ପବନା ପାଖରେ ଟଙ୍କା କିଛି ହେଲା । ଏଥର ପବନା କୋଠା ଘରଟିଏ ମଧ୍ୟ ସେଠାରେ ନିର୍ମାଣ କଲା । ସେ ଗ୍ରାମର ଲୋକ ମାନେ ଏ ସବୁ ଦେଖୁ ଥିଲେ ହେଲେ ତାକୁ ଟିକିଏବି ବିଶ୍ୱାସ କରୁ ନଥିଲେ ।

ଯେଉଁ ଦିନ ପବନା ସେହି ଗାଁର ବହୁଦିନର ସମସ୍ୟା ସମାଧାନ କଲା । ସେହି ଦିନ ଯାଇ ସମସ୍ତେ ତାକୁ ବିଶ୍ୱାସ କଲେ । ଜଣେ ଜଣେ ପବନା ପାଖକୁ ମଧ୍ୟ ଗଲେ । ଭୂତ ଭୟ ତାଙ୍କର ଦୂରେଇ ଗଲା । କଥାଟା ହେଲା ଗାଁରେ ବହୁ ଦିନରୁ ବିଜୁଳୀ ଆଲୋକ ନଥିଲା । ପବନା ସେ ନଟ ବୁଢାର ବଗିଚାକୁ ଲାଇନ୍ ଟାଣିଲା ଗାଁ ଦେଇ ତାର ଟଣାଗଲା ଗାଁରେ ମଧ୍ୟ ବିଜୁଳି ଆଲୋକ ଜଳିଲା ।

ଏଥର ଗାଁର ସମସ୍ତେ ପବନାର କାର୍ଯ୍ୟକୁ ଜାଣି ପାରି ତାକୁ ଖୁବ୍ ପ୍ରଶଂସା କଲେ । ଆଉ କେତେ ଜଣ ନଟ ବୁଢା ବଗିଚା କଥା ପଚାରିଲେ । ନଟ ସେ ପୁରୁଣା ଲୋକ ମାନଙ୍କୁ ଆଣି ସବୁ ଆଡେ ବୁଲାଇ ସେମାନଙ୍କ ମନରୁ ଭୂତ ଭୟ ଦୂର କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ