ନମ୍ରଭାବ ଶ୍ରେଷ୍ଠ କରାଏ

ପଂଚଭୂତର ସାହାଯ୍ୟ ନେଇ ବ୍ରହ୍ମା ସଂସାର ଗଢିଲେ । ସେମାନଙ୍କୁ ପଚାରିଲେ କିଏ କ’ଣ କରିବାକୁ ଚାହୁଁଛି ମୋତେ କୁହ । ସେହି ପଂଚଭୂତ ହେଲା – କ୍ଷିତ୍, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ ଅର୍ଥାତ୍ ପୃଥିବୀ, ଜଳ, ଅଗ୍ନି, ପବନ ଓ ଆକାଶ । ସେହି ପଂଚଭୂତମାନେ ବ୍ରହ୍ମାଙ୍କ ପାଖକୁ ଧାଡିବାନ୍ଧି ଆସିଲେ ।

         ପ୍ରଥମେ ଆସିଲେ ଆକାଶ । ତାଙ୍କୁ ବ୍ରହ୍ମା ପଚାରିବାରୁ ସେ କହିଲେ – “ପ୍ରଭୁ ! ମୋତେ ସବୁଠାରୁ ଏବଂ ସମସ୍ତଙ୍କ ଉପରେ ରହିବାକୁ ବର ଦିଅ?” ବ୍ରହ୍ମା ଆକାଶଙ୍କୁ କହିଲେ ତଥାସ୍ତୁ ।

         ଆକାଶ ଏହି ବର ପାଇବା ପରେ ଅଗ୍ନିଙ୍କର ମନ ଖଟା ହୋଇଗଲା, ସେ ରାଗିଯାଇ କହିଲେ – “ଆଜ୍ଞା ! ଏ କ’ଣ କଲେ? ଆକାଶକୁ ଆପଣ ଏମିତି ବରଟିଏ ଦେଇଦେଲେ । ହଉ ଯାହା ହେଲା ହେଲା ଆମକୁ ଆକାଶ ବକ୍ଷରେ ବିଚରଣ କରିବାର ବର ଦିଅନ୍ତୁ ।” ବ୍ରହ୍ମା କହିଲେ ଠିକ୍ ଅଛି, ତମେ ଯାହା ଚାହୁଁଛ ସେଇଆ ହେଉ । ତା’ପରେ ଅଗ୍ନିଙ୍କ ପ୍ରଚଣ୍ଡ ରୂପ ସୂର୍ଯ୍ୟ ଏବଂ ଶୀତଳରୂପ ଚନ୍ଦ୍ର ହୋଇ ଆକାଶ ଛାତିରେ ଘୂରି ବୁଲିବାକୁ ଲାଗିଲେ । ଅଗ୍ନି ଏହି ବର ପାଇବା ଦେଖି ଜଳ ରାଗିଗଲେ ।

         ଜଳ ବ୍ରହ୍ମାଙ୍କୁ କହିଲେ – “ଆପଣ ଭଲ ବର ସବୁ ସେମାନଙ୍କୁ ଦେଇଦେଲେ, ମୋତେ ଏମିତି ବର ଦିଅନ୍ତୁ ଯେମିତିକି ମୁଁ ଏଇ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କୁ ହରାଇ ଦେଇ ପାରିବି । ବ୍ରହ୍ମା ଆଉ ବା କ’ଣ କରିବେ, ସେ କହିଲେ ହଉ ବାବା ହେଲା, ଏଣିକି ପାଣି ମେଘ ରୂପରେ ଉଭୟ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଘୋଡାଇ ଦେଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ