ନର୍ତକ ଛାଗଳ

ବୀରେନ୍ଦ୍ର ପୃଥିବୀର ସବୁଠାରୁ ବିଚକ୍ଷଣ ବୁଦ୍ଧିମାନ ବ୍ୟକ୍ତିମାନଙ୍କ ଭିତରେ ନିଜକୁ ଗଣ୍ୟ କରୁଥାଏ । “ମୋ ଭଳି ପୁଅ ପାଇ ଯେ କୌଣସି ବାପା ଗର୍ବରେ ଫାଟି ପଡିବା ଉଚିତ୍!” ସେ ତା’ ବୋଉ ଓ ଜେଜେମା’ଙ୍କ ଆଗରେ ବାରମ୍ବାର ଏକଥା କହୁଥାଏ । କିନ୍ତୁ ସେମାନେ ଏକଥା କହୁ ନଥାନ୍ତି କି ମହାଜନ ମାକୁନ୍ଦ ମୁଦୁଲି ଫାଟିବାର କୌଣସି ଲକ୍ଷଣ ଦେଖାଯାଉ ନଥାଏ । ବୀରେନ୍ଦ୍ର ସେଥିରେ ବଡ ବିସ୍ମୟ ଅନୁଭବ କରୁଥାଏ ।

ବୀରେନ୍ଦ୍ର ଟଙ୍କା ଅସୁଲ କରିବା ସକାଶେ ରୋହିତପୁର ଆସିଲା । ଯଥା ସମୟରେ କର୍ତୃପକ୍ଷ ନିଲାମ ଡାକିଲେ ଏବଂ ଅସହାୟ ଖାତକମାନଙ୍କଠାରୁ ଆଦାୟ ହେବା ଅର୍ଥରୁ ମାକୁନ୍ଦ ମୁଦୁଲିଙ୍କ ପ୍ରାପ୍ୟ ଦଶହଜାର ତିନିଶହ ପଚାଶ ଟଙ୍କା ବୀରେନ୍ଦ୍ରକୁ ଦେଇଦେଲେ ।

ବୀରେନ୍ଦ୍ର ଏଗାର ଥର ସେ ଟଙ୍କା ଗଣି କରି ବୋକଚାରେ ରଖିଲେ । ଏସବୁ ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ପ୍ରଚୁର ଟଙ୍କାକଉଡି ଧରି ମଧ୍ୟ ଲୋକେ ନିରାପଦରେ ହାଟବାଟରେ ଯିବାଆସିବା କରିପାରୁଥିଲେ ।

ବୀରେନ୍ଦ୍ର ସହରକୁ ଫେରିବ, ଠିକ୍ ଏତିକିବେଳେ ସହରରୁ ସଦ୍ୟ ଆସିଥିବା ରୋହିତପୁରର ଜଣେ ବାସିନ୍ଦାଠାରୁ ସେ ଖଣ୍ଡିଏ ଚିଠି ପାଇଲା । ସେହି ଚିଠିଟି ମାକୁନ୍ଦ ମୁଦୁଲି ଲେଖିଥିଲେ । ରୋହିତପୁର ଅଂଚଳରେ ଭଲ ଛେଳି ଶସ୍ତାରେ ମିଳେ । ପୁଅ ଯେମିତି ସବୁଠାରୁ ଉତ୍କୃଷ୍ଟ ଛେଳି କିଣି ନେଇ ଆସିବ – ଦାମ୍ ଚଢା ହେଲେ ବି ସେଥିରେ କିଛି ଯାଏ ଆସେ ନାହିଁ – ଏଇଆ ଥିଲା ସେ ଚିଠିରେ  ନିର୍ଦ୍ଧେଶ ।

ତା’ପରେ ବୀରେନ୍ଦ୍ର ହାଟକୁ ଗଲା । ସବୁଠୁଁ ବଡ ଛେଳି ବେପାରୀ ପାଖରେ ତା’ର ସମୁଦାୟ ଛେଳି ଦେଖିଲା । କିନ୍ତୁ ଯେହେତୁ ସେ ବୁଦ୍ଧିମାନ, ତେଣୁ ନାପସନ୍ଦ ଭାବ ଦେଖାଇ କହିଲା, “ଓଃ, ଏଗୁଡା ଛେଳି ନା… ପାଣିକଖାରୁ ମ!”

ପ୍ରଥମେ ନିଜ କାନକୁ ବିଶ୍ୱାସ କରୁ ନଥିବା ବେପାରୀ ପଚାରିଲା “ଆଜ୍ଞା, କ’ଣ କହିଲେ? ଛେଳି ନା କ’ଣ?”

ତାଙ୍କ କଥା ଶୁଣି ବୀରେନ୍ଦ୍ର ଏଥର ତା’ କଣ୍ଠସ୍ୱର ବଳିଷ୍ଠ କରି କହିଲା “କହିଲି କି ଏଗୁଡା ଛେଳି ନା ପାଣିକଖାରୁ! ”

ଏପ୍ରକାର ଅପୂର୍ବ ତୁଳନାରେ ଚମତ୍କୁତ ହୋଇ ସେ ବେପାରୀ ଜଣକ କହିଲା, “ବାବୁ, ତମେ ତେବେ ସେ ଭୀଲ ଯାଦୁକର ପାଖକୁ ଯାଅ । ଆମ ଛେଳିଗୁଡା ଏମିତି ପାଣିକଖାରୁ ।”

ଭୀଲ୍ ଯାଦୁକର ପ୍ରସଙ୍ଗରେ କୌତୁହଳୀ ହୋଇ ବୀରେନ୍ଦ୍ର ପଚାରି ବୁଝିଲା କି ସେ ଲୋକ ଦୁଇଦିନ ହେଲା ସରୋବର କୂଳରେ ତମ୍ବୁ ପକାଇ ରହିଛି ଓ କେତୋଟି ଅଦ୍ଭୁତ ଛେଳି ସାହାଯ୍ୟରେ ନାନା ହବୁ ବିଦ୍ୟା ଦେଖାଉଛି ।

ବୀରେନ୍ଦ୍ର ଯାଇ ଯାଦୁକରକୁ ପଚାରିଲା, “ତମ ପାଖରେ କୁଆଡେ ଅଦ୍ଭୁତ ଛେଳି ଅଛନ୍ତି!”

ତହୁଁ ସେ ଯାଦୁକର କହିଲା “ଅଛନ୍ତି । କସରତ୍ ଦେଖାଇବ । ମାତ୍ର ତାହା ଦେଖିବାକୁ ହେଲେ ପଚାଶ ଟଙ୍କା ଦେବାକୁ ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ