ନାଇଟ୍ ଇଗଲ

ବିଦେଶୀ ପରିବ୍ରାଜକମାନେ ସେମାନଙ୍କ ଦେଶକୁ ଫେରିଯାଇ ଚୀନ୍ର ରାଜପ୍ରାସାଦ, ସମ୍ରାଟଙ୍କ ରାଜଧାନୀ ତଥା ମନୋରମ ରାଜଉଦ୍ୟାନ ସମ୍ପର୍କରେ ପ୍ରଚାର କରୁଥିଲେ ଏବଂ ଏହାଶୁଣି କବି ଓ ପଣ୍ଡିତମାନେ ଏସବୁ ସମ୍ପର୍କରେ ପୁସ୍ତକମାନ ରଚନା କରୁଥିଲେ । ସେମାନେ ମଧ୍ୟ ନାଇଟ୍ ଇଗଲ ସମ୍ପର୍କରେ ଲେଖିବାକୁ ଆଦୌ ଭୁଲୁନଥିଲେ । ଚୀନ୍ ସାମ୍ରାଜ୍ୟ ମଧ୍ୟରେ ନାଇଟ୍ ଇଗଲ ସବୁଠାରୁ ପ୍ରଶଂସାର ପାତ୍ର ଥିଲା ଏବଂ କବିମାନେ ନୀଳଦରିଆ କୂଳର ସାମ୍ରାଜ୍ୟରେ ଥିବା ନାଇଟ୍ ଇଗଲ ସଂପର୍କରେ ଅନେକ କବିତା ମଧ୍ୟ ଲେଖିବାକୁ ଲାଗିଲେ । ଏହି ପୁସ୍ତକ ସବୁ ପୃଥିବୀର ଚାରିଆଡେ ପ୍ରସାରିତ ହେଲା ଏବଂ ଚୀନ୍ ସମ୍ରାଟଙ୍କ ପାଖରେ ଏହି ପୁସ୍ତକରୁ ଖଣ୍ଡିଏ ଆସି ପହଁଚିଲା । ସମ୍ରାଟ ତାଙ୍କ ସ୍ୱର୍ଣ୍ଣ ନିର୍ମିତ ଚ୍ୟାୟାରରେ ବସି ସେ ପୁସ୍ତକ ଖଣ୍ଡିକ ପଢିବାକୁ ଲାଗିଲେ । ପୁସ୍ତକଟିରେ ରାଜ୍ୟରେ ରାଜଧାନୀ, ରାଜ ପ୍ରାସାଦ ଓ ରାଜ ଉଦ୍ୟାନ ସମ୍ପର୍କରେ ପ୍ରଶଂସା ସୂଚକ ଲେଖାମାନ ଲେଖା ଯାଇଥିବାରୁ ସମ୍ରାଟ ଆନନ୍ଦରେ ତାକୁ ମୁଣ୍ଡ ହଲାଇ ସମର୍ଥନ ଜଣାଇଥିଲେ ମାତ୍ର ପୁସ୍ତକଟିରେ ନାଇଟ୍ ଇଗଲ ସମ୍ପର୍କରେ ଉଚ୍ଚକୋଟିର ବର୍ଣ୍ଣନା କରାଯାଇ ଲେଖା ହୋଇଥିଲା ଯେ ‘ସାମ୍ରାଜ୍ୟ ମଧ୍ୟରେ ସବୁଠାରୁ ମନୋହର ବିସ୍ମୟକର ହେଉଛି ନାଇଟ୍ ଇଗଲ ପକ୍ଷୀ’ ।

ସବୁ ପଢିସାରି ସେ ସମ୍ରାଟ ହଠାତ୍ ବିସ୍ମୟରେ କହିଉଠିଲେ ‘କ’ଣ? ଏମିତି ଏକ ବିସ୍ମୟକର ପକ୍ଷୀ ମୋ ସାମ୍ରାଜ୍ୟର ଉଦ୍ୟାନରେ ବାସ କରୁଛି । କାହିଁ ମୁଁ ତ ସେ ନାଇଟ୍ ଇଗଲ ସମ୍ପର୍କରେ ଜାଣି ନାହିଁ କି ଶୁଣି ନାହିଁ । ମୋ ସାମ୍ରାଜ୍ୟର କୌଣସି ଲୋକତ କାହିଁ ତା ବିଷୟରେ ମୋତେ କିଛି ବି କହିନାହାଁନ୍ତି । ମୋ ସାମ୍ରାଜ୍ୟରେ ବାସ କରୁନଥିବା ଜଣେ ବ୍ୟକ୍ତି ପକ୍ଷୀଟି ବିଷୟରେ ଏତେ ସୁନ୍ଦର ଭାବରେ ଲେଖିଛି!’

ତାପରେ ସେ ସମ୍ରାଟ ତାଙ୍କର ମୁଖ୍ୟସାମନ୍ତକୁ ଡକାଇ କହିଲେ ‘ଆମ ରାଜ୍ୟରେ ନାଇଟ୍ ଇଗଲ ନାମରେ ଗୋଟିଏ ବିସ୍ମୟକର ସୁନ୍ଦର ପକ୍ଷୀ ଅଛି ବୋଲି ପୁସ୍ତକଟିରେ ବର୍ଣ୍ଣନା କରାଯାଉଛି ହେଲେ ତା ସଂପର୍କରେ ମୋତେ କେହି କେବେ ବି କିଛି କହିନାହାଁନ୍ତି ।’

ଏପରି କଥା ଶୁଣି ମୁଖ୍ୟସାମନ୍ତ କହିଲେ ‘ମୁଁ ମଧ୍ୟ ସେ ନାଇଟ୍ ଇଗଲ ସମ୍ପର୍କରେ କେବେ କିଛି ବି ଶୁଣିନାହିଁ । ତା ସମ୍ପର୍କରେ ରାଜଦରବାରରେ ମଧ୍ୟ କେବେ ବି କିଛି ଶୁଣାନାହିଁ । କିନ୍ତୁ ମୁଁ ତାକୁ ନିଶ୍ଚୟ ଖୋଜି ବାହାର କରିବି ।’

ମୁଖ୍ୟସାମନ୍ତ ସିନା ସମ୍ରାଟଙ୍କୁ କହି ଦେଲେ ମାତ୍ର ଏବେ ସେ ନାଇଟ୍ ଇଗଲର ସନ୍ଧାନ ପାଇବେ କେଉଁଠୁ । ସେ ରାଜ ପ୍ରସାଦର ତଳ ମହଲାରୁ ଉପର ମହଲା, ଅଙ୍ଗନ ପରେ ଅଙ୍ଗନ ଓ ଅଳିନ୍ଦପରେ ଅଳିନ୍ଦ ଅନ୍ୱେଷଣ କରିବାକୁ ଲାଗିଲେ ମାତ୍ର ନାଇଟ୍ ଇଗଲକୁ ଦେଖିଥିବା କୌଣସି ଲୋକର ଭେଟ ପାଇଲେ ନାହିଁ । ଶେଷରେ ମୁଖ୍ୟସାମନ୍ତ ସମ୍ରାଟଙ୍କ ପାଖକୁ ଯାଇ ଜଣାଇଲେ ଯେ ନାଇଟ୍ ଇଗଲ ସମ୍ପର୍କରେ ଯେଉଁମାନେ ସବୁ ଲେଖିଛନ୍ତି ତାହା ସେମାନଙ୍କର ପରିକଳ୍ପନା ମାତ୍ର ।

ସେ ମୁଖ୍ୟସାମନ୍ତ ସମ୍ରାଟଙ୍କୁ କହିଲେ ‘ଆପଣ ମହାମାନ୍ୟ ସମ୍ରାଟ, ଆପଣ କାହା ଲେଖାରେ ବିଶ୍ୱାସ କରିବା ଆଦୌ ଉଚିତ୍ ନୁହେଁ । ଏପରିକି କୌଣସି ନୂଆ ଉଦ୍ଭାବନ ମଧ୍ୟ ଏକ ପ୍ରକାର ଇନ୍ଦ୍ରଜାଲ ।’

ସମ୍ରାଟ କହିଲେ ‘ମୁଁ ଯେଉଁ ପୁସ୍ତକଟିରେ ନାଇଟ୍ ଇଗଲ ସମ୍ପର୍କରେ ପଢିଛି ସେହି ପୁସ୍ତକଟିକୁ ଜାପାନର ପ୍ରତାପଶାଳୀ ସମ୍ରାଟ ମୋ ନିକଟକୁ ପଠାଇଥିଲେ । ତେଣୁ ଏହା କେବେବି ମିଛ କିମ୍ବା ପରିକଳ୍ପନା ନୁହେଁ । ଆଜି ସଂଧ୍ୟାସୁଦ୍ଧା ସେ ନାଇଟ୍ ଇଗଲକୁ ମୋ ସମ୍ମୁଖରେ ତୁମକୁ ଉପସ୍ଥିତ କରାଇବାକୁ ପଡିବ । ତାର ଏଠି ଆସିବାକୁ ମୁଁ ସଦୟ ସମ୍ମତି ପ୍ରଦାନ କରୁଛି । ଯଦି ତାକୁ ତୁମେ ମୋ ସମ୍ମୁଖରେ ଉପସ୍ଥିତ କରାଇ ନପାର ତେବେ ରାତ୍ରି ଭୋଜନ ପରେ ରାଜସଭାର ସମସ୍ତ ପାରିଷଦମାନଙ୍କ ଉପରେ ଘୋଡାଚଢାଇ ଦିଆଯିବ ।’

ରାଜାଦେଶ ପାଇ ସେ ମୁଖ୍ୟ ସାମନ୍ତ ‘ଆଜ୍ଞା ହଜୁର୍’ କହି ପୁଣି ଉପର ମହଲାରୁ ତଳ ମହଲା ଅଙ୍ଗନ ପରେ ଅଙ୍ଗନ ଅଳିନ୍ଦପରେ ଅଳିନ୍ଦ ଘୂରିବାକୁ ଲାଗିଲେ ଓ ତାଙ୍କ ପଛେ ପଛେ ରାଜ ସଭାର ଅନେକ ପାରିଷଦ ଯେଉଁମାନେ ମୃତ୍ୟୁକୁ ଭୟ କରୁଥିଲେ ସେମାନେ ସମସ୍ତେ ବି ଦୌଡିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ