ନାରୀ ମାୟା ଦେବେ ଅଗୋଚର

ସ୍ଥାନଟି ଅବୋଲକରାକୁ ଖୁବ୍ ଭଲ ଲାଗିଲାରୁ ଅବୋଲକରା ପୁଷ୍କରିଣୀ ପାଖକୁ ଯାଇ ଦେଖିଲା ଯେ, ତୁଠର ଅନତୀ ଦୂରରେ ଶଙ୍ଖ ମଲ ମଲ ପଥରରେ ନିର୍ମିତ ଚଉତରା ଉପରେ ଏକ ସୁନ୍ଦରୀ ଉଲଗ୍ନା ନାରୀର ମୂର୍ତ୍ତି ରହିଛି । ଆଉ ମୂର୍ତ୍ତିର ପାଶ୍ୱର୍କୁ ଲାଗି ରହିଥିବା ଫଳକରେ ଲେଖା ଯାଇଛି –

“ନାରୀଣାଂ ମାୟାବିନୀଶ୍ଚ ନାରୀ ମାୟା ଦେବେ ଅଗୋଚର ।” ପୁଣି ଲେଖା ଯାଇଛି “ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ, ବିପଦ” ।

ଏହା ଦେଖି ଅବୋଲକରା ବିଚଳିତ, ଅସ୍ଥିର ହୋଇ ଏହାର କାରଣ ଜାଣିବା ନିମନ୍ତେ ସେ ଉପଦେଷ୍ଟାଙ୍କ ପାଖକୁ ଧାଇଁବାକୁ ଲାଗିଲା ।

ଅବଲୋକରା ଧଇଁ ସଇଁ ହୋଇ ଆସି ଠିଆ ହେବାରୁ  ଚତୁର ବ୍ୟଙ୍ଗକାର ପଚାରିଲେ – କ’ଣ ହେଲାକିରେ ବୋଲକରା, ଦୀର୍ଘ ନିଃଶ୍ୱାସ ନେଉଛୁ । ଅବୋଲକରା କହିଲା – ଆଶ୍ଚର୍ଯ୍ୟ, ସବୁ ଆଶ୍ଚର୍ଯ୍ୟ । ଏଡେ ସୁନ୍ଦର ପୁଷ୍କରିଣୀ, ଜଳ ଅମୃତ ପ୍ରାୟ । ଶଙ୍ଖ ମଲମଲ ପଥରରେ ତୁଠ ପାବଚ୍ଛ । ସେଥିରେ ପୁଣି ସୁନ୍ଦରୀ ସ୍ତ୍ରୀର ଉଲଗ୍ନ ମୂର୍ତ୍ତି । ପୁଣି ତାକୁ ସ୍ପର୍ଶ କରିବାକୁ ମନା । ଏମିତି ହେବାର କାରଣ କ’ଣ  ଚତୁର ବ୍ୟଙ୍ଗକାର ।  ଚତୁର ବ୍ୟଙ୍ଗକାର କହିଲେ – ବ୍ୟସ୍ତ ହୁଅ ନାହିଁ । ନିତ୍ୟ କର୍ମତ ସାରିଲଣି । ଅଳ୍ପ ଗଣ୍ଡିଏ ରୋଷେଇ କରି ଦେବା । ତା’ପରେ ଖାଇ ପିଇ ଦେଇ ଫାଙ୍କାରେ ବସି ଯିବା ଆଉ ମୁଁ ଏହାର କାରଣ ଗୋଟି ଗୋଟି କରି ତୋତେ କହି ଦେବି । ଖିଆ ପିଆ କାମ ସରି ଯିବାରୁ  ଚତୁର ବ୍ୟଙ୍ଗକାର କହିଲେ ଏବେ –

ବସ ଅବୋଲକରା ମନକୁ ଧରି

କହିବା କଥାତା କେଡେ ସୁନ୍ଦରୀ

ଉଲଗ୍ନା କାମିନୀ ଛାଡି ଯାମିନୀ

ଉଭା ହୋଇ ଅଛି ଦିବସ ଜାଣି ।

ଅଳକା ପୁର ନାମରେ ଏକ ରାଜ୍ୟ ଥିଲା । ସେହି ରାଜ୍ୟକୁ ଶାସନ କରୁ ଥିଲେ ରାଜା ଅମର୍ତ୍ୟ ସେନ । ରାଜା ଅମର୍ତ୍ୟ ସେନ ଥିଲେ ଜଣେ ଧାର୍ମିକ, ନ୍ୟାୟବନ୍ତ ଓ ପ୍ରଜା ପାଳକ । ପ୍ରଜା ତଥା ଦେଶ ବିଦେଶରୁ ଆସୁଥିବା ଲୋକ ମାନଙ୍କ ରହିବାର ସୁବିଧା ନିମନ୍ତେ ସେ ଏକ ସୁନ୍ଦର ଧର୍ମଶାଳା ନିର୍ମାଣ କଲେ । ସ୍ନାନାଦି କାର୍ଯ୍ୟ ସମାପନ ନିମନ୍ତେ ପାଖ ଦେଶରେ ଏକ ସୁନ୍ଦର ପୁଷ୍କରିଣୀ ଖନନ ମଧ୍ୟ କଲେ । ପୁଷ୍କରିଣୀର ସୌନ୍ଦର୍ଯ୍ୟତା ନିମନ୍ତେ ଚାରି ପାଶ୍ୱର୍ରେ ନାନା ପ୍ରକାର ପୁଷ୍ପ ଫଳର ବୃକ୍ଷ ଲଗାଇଲେ ।

ଦିନକର କଥା ରାଜା ଅମର୍ତ୍ୟ ସେନ ଇଣ୍ଡିଆ ଭ୍ରମଣରେ ଯାଇ ସୁବର୍ଣ୍ଣାନନ୍ଦ ନାମକ ଏକ ରାଜ୍ୟରେ ପହଁଚିଲେ । ସେ ରାଜ୍ୟରେ ରାଜାଙ୍କର ଏକ କନ୍ୟା ଥିଲା । କନ୍ୟାର ଅପୂର୍ବ ସୁନ୍ଦର ରୂପ ଦେଖି ରାଜା ମୋହିତ ହୋଇ ପଡିଲେ ।

ଏହା ଛଡା ରାଜ କନ୍ୟାର ନାମ ଥିଲା ମାୟାବତୀ । କନ୍ୟାଙ୍କର ନାମ ଯେପରି କାର୍ଯ୍ୟ ମଧ୍ୟ ଠିକ୍ ସେହି ପରି ଥିଲା । ରାଜ କୁମାରୀ ମାୟାବତୀ କିଛି ମାୟା କରିବା ଜାଣି ଥିଲେ । ପଶୁ ପକ୍ଷୀ ମନୁଷ୍ୟ ଏପରି ସେ ଯାହାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ତାହାଙ୍କୁ ନିଜର ମନ୍ତ୍ର ବଳରେ ମାୟାରେ ବଶୀଭୂତ କରି ରଖନ୍ତି । ପ୍ରତି ଦିନ ସେ ନୂଆ ନୂଆ ପୁରୁଷଙ୍କୁ ନିଜ ମାୟାରେ ବଶୀଭୂତ କରନ୍ତି । ରାତ୍ର ହେଲେ ତାଙ୍କ ସହିତ ରତି କ୍ରୀଡା କରନ୍ତି । ପୁଣି ସକାଳ ହେଲେ ସେହି ପୁରୁଷ ଜଣଙ୍କର ମୃତ୍ୟୁର ଶରୀର ବାହାରକୁ ଆସେ । ଏପରି କାହିଁକି ହୁଏ, ରାଜ କୁମାରୀ ଅନ୍ୟାୟ ଭାବରେ କାହିଁକିବା ସେ ପୁରୁଷର ମରଣ ଦେଖନ୍ତି, ତାହା ହେଉଛି ଏକ ବିସ୍ମୟର କଥା । ସେ କଥା ହେଲା ରାଜ କୁମାରୀ ସିନା ପ୍ରତିଦିନ ନୂଆ ନୂଆ ପୁରୁଷକୁ ନିଜର ବଶ୍ୟ କରି ନିଜର ମନୋ କାମନା ପୂରଣ କରନ୍ତି, ହେଲେ ଆଉ ଏକ ମାୟା ନାମକ ରାକ୍ଷାସ ପ୍ରତିଦିନ ରାଜ କନ୍ୟାଙ୍କ ପାଖକୁ ଆସେ । ରାଜ କୁମାରୀ ଯେଉଁ ପୁରୁଷ ମାନଙ୍କ ସହିତ ରାତ୍ରିରେ ରତିକ୍ରୀଡା କରି ସାରି ଲୁଚାଇ ରଖନ୍ତି । ମାୟା ରାକ୍ଷାସ କିନ୍ତୁ ମନୁଷ୍ୟ ମାନଙ୍କର ଗନ୍ଧ କୌଣସି ପ୍ରକାରେ ଜାଣି ପାରି ରାଜ କୁମାରୀଙ୍କ ଅନ୍ତଃପୁରେ ଖୋଜି ଖୋଜି ସେ ମନୁଷ୍ୟକୁ ହିଂସାପରାୟଣତା ହୋଇ ମାରି ଦିଏ । ତାପରେ ରାଜ କୁମାରୀଙ୍କ ସହିତ ରତି କ୍ରୀଡା କରି ସାରି ଚାଲି ଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ