ନିଃସ୍ୱାର୍ଥପର ଲୋକ

         ସାଧୁଙ୍କର ସମସ୍ତ ଅନୁରୋଧ ବ୍ୟର୍ଥ ହେବାରୁ ଶେଷରେ ସେ ଚଢାଗଳାରେ କହିଲେ – “ରେ ବାଳକ ! ମୁଁ ତୁମକୁ ଖାଦ୍ୟ ଦେବାକୁ ଆଦେଶ ପ୍ରଦାନ କରୁଛି ।” ବାଳକଟି ନିରୁତ୍ତର ରହିଲା ।

         ଠିକ୍ ଏଇ ସମୟରେ ସନ୍ଥ ଜଣକ ଆସି ପହଁଚିଲେ । ସେ ଦେଖିବାକୁ ଅତିଶୟ ବୃଦ୍ଧ, ମୁହଁରେ ଲମ୍ବା ଓ ପାଚିଲା ଦାଢୀ । ତାଙ୍କ ପାଖରେ ଥିଲା କେବଳ ଗୋଟିଏ କମ୍ବଳ, ଖଣ୍ଡିଏ ବାଡି ଓ ପାଦରେ କଠୋଉ ହଳେ । ସେହି ସନ୍ଥ ଜଣକ ଅନେକ ପାହାଡ, ପର୍ବତ ଓ ବଣ-ଜଙ୍ଗଲ ଅତିକ୍ରମ କରି ଆସିଛନ୍ତି । ସେଠାରେ ଉପସ୍ଥିତ ଥିବା ସାଧୁ ସନ୍ଥଙ୍କ ଆଗମନ ଉଦ୍ଧେଶ୍ୟରେ କହିଲେ – “ଆପଣ ଆସିଥିବାରୁ ମୁଁ ବହୁତ ଆନନ୍ଦିତ । ଏଇ ପିଲାଟିକୁ ଆଶୀର୍ବାଦ କରନ୍ତୁ ।”

         ପିଲାଟି କୌଣସି କଥା ନବୁଝି କହିଲା – “ମୁଁ କାହାରି ଆଶୀର୍ବାଦ ଲୋଡୁ ନାହିଁ । କାରଣ ମୁଁ ଭୋକିଲା ଅଛି, ମୋର ଖାଦ୍ୟ ଦରକାର ।” ସାଧୁ ଜଣକ ପିଲାଟିର କଥା ଶୁଣି କହିଲେ – “ଯଦି ତୁମେ ତୁମ ମନ ଉପରେ ଏଇ ମୁହୂର୍ତ୍ତରେ ନିୟନ୍ତ୍ରଣ ହରାଇବ, ତେବେ ଜୀବନ ଯୁଦ୍ଧରେ ହାରିଯିବ । ତେଣୁ ତୁମେ ଦୟାକରି ତୁମର ଖାଦ୍ୟ ଆଗନ୍ତୁକ ସନ୍ଥଙ୍କୁ ଦେଇଦିଅ ଓ ତାଙ୍କର ଯଥୋଚିତ ସେବାକର ।”

         ଗୁରୁଙ୍କର କଠୋର ନିର୍ଦେଶ ବାଣୀ ଶୁଣି ଗରୁଙ୍କ ନିର୍ଦେଶ ଅନୁସାରେ ପିଲାଟି କାର୍ଯ୍ୟ କଲା । ତା’ପର ଅବସ୍ଥାରେ ବାଳକଟି ଜାଣିଲାଯେ, ସାଧୁ ଜଣକ ଦୀର୍ଘ ଚାରିଦିନ ହେବ ଖାଦ୍ୟ ନଖାଇ ଚାଲି ଚାଲି ଆସିଥିଲେ । ଖାଦ୍ୟ ଖାଇ ସାରିବାପରେ ସାଧୁ ଜଣକ ବାଳକଟିକୁ କହିଲେ – “ଈଶ୍ୱର ତୁମକୁ ଆଶୀର୍ବାଦ କରିବେ । ଆଜିଠାରୁ ଖାଦ୍ୟ ତୁମ ସମ୍ମୁଖକୁ ନଆସିବା ପର୍ଯ୍ୟନ୍ତ କ୍ଷୁଧା ଅନୁଭବ କରିବ ନାହିଁ । ଏହାହିଁ ମୋର ଆଶୀର୍ବାଦ ।” ପିଲାଟି ଏଥର ନିଜର ଭୁଲ୍ ବୁଝି ପାରିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ