ନିଜେ ଭଲ ହେଲେ ଦୁନିଆ ଭଲ ହେବ

       ଦୁଷ୍ଟ ପିଲାଟିଏ କିଛି ବୁଝେନି କି କାହାକଥା ଶୁଣେନି, ସବୁବେଳେ ଖାଲି କାନ୍ଦେ । ପିଲାଟିକୁ ତା’ର ବାପା ମାଆ ବୁଝେଇ ବୁଝେଇ ବେଦମ୍ ହୋଇ ଗଲେଣି ।

       ସେହି ପିଲାଟିର ବାପା କୌଣସି ଏକ ଅଫିସ୍ ରେ କାମ କରନ୍ତି । ଦିନେ ଅଫିସ୍ ରେ ତାଙ୍କର କାମ ନ ସରିବାରୁ କିଛି ଫାଇଲ୍ ପତ୍ର ନେଇ ଆସିଥାନ୍ତି ଘରେ ବାକିଆ କାମ କରିବେ ବୋଲି ।

       ଠିକ୍ ବେଳରେ କାମ ଆରମ୍ଭ କରିଦେଲା ବେଳକୁ ପିଲାଟିର କାନ୍ଦ ଆରମ୍ଭ ହୋଇଗଲା । ମାଆ ତେଣେ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ବାପାଙ୍କ ପାଖରେ ପିଲାଟିକୁ ଛାଡିଦେଲେ ସମ୍ଭାଳି ନେବାକୁ ।

       ବାପା ଏବେ କରିବେ କ’ଣ? ସେ ଫାଇଲ୍ କାମ କରିବେ ନା ପିଲାକୁ ସମ୍ଭାଳିବେ? ସୁତରାଂ ସେ ମନରେ ନାନା କଥା ଚିନ୍ତାକରି ଶେଷରେ ଏକ ଉପାୟ ଠିକ୍ କଲେ । ପାଖରେ ଥିବା ଏକ କାର୍ଡବୋର୍ଡରେ ପୃଥିବୀ ମାନଚିତ୍ର ଅଙ୍କା ଯାଇଥିବା ଚିତ୍ରକୁ ଖଣ୍ଡ ଖଣ୍ଡ କରି କାଟି ପୁଅକୁ ଧରାଇଦେଲେ । ତା’ପରେ କହିଲେ ଏହାକୁ ଠିକ୍ ଭାବରେ ସଜାଡି ଭାରତର ମାନଚିତ୍ରଟିକୁ ଦେଖାଇବା ପାଇଁ ।

       ଏଥର ପିଲାଟି ଲାଗିଲା କାମରେ । ସୁତରାଂ ତା’ ର କାନ୍ଦ ବି ଆପେ ଆପେ ବନ୍ଦ ହୋଇଗଲା । ସେ ଚିତ୍ରଖଣ୍ଡକୁ ସଜାଡିବା ପାଇଁ ବହୁତ ଚେଷ୍ଟା କରି ମଧ୍ୟ ପାରିଲା ନାହିଁ । କାରଣ ପୃଥିବୀର କେଉଁ ଅଂଶ କେଉଁଠି ରହିବ ତାକୁ ଜଣା ନଥିଲା । ସୁତରାଂ ସେ ବାପାଙ୍କୁ ପୁଣି ହଇରାଣ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ