ନିରକ୍ଷର ସେନାପତି

                ଏପରି କଥା ସୈନିକର ମୁହଁରୁ ଶୁଣି ସେ ବିଚରା ହତବମ୍ବ ହୋଇଗଲେ । ବ୍ୟସ୍ତ ବିବ୍ରତ ହୋଇ ସେ କହିଲେ, “କ’ଣ କହିଲ? ମୁଁ, ପୁଣି ରାଜଦ୍ରୋହୀ? ଏପରି କଂଚାମିଛ କହିବାକୁ କିଏ ବା ପୁଣି ସାହସ କଲା? ମୁଁ ଏବେ ଦରବାରକୁ ଯାଇ ସେପରି ଲୋକକୁ ମୃତ୍ୟୁଦଣ୍ଡ ଦେବି ।”

                ଏତିକି କହି ସେ ସଙ୍ଗେସଙ୍ଗେ ରାଜଧାନୀ ଉଦ୍ଧେଶ୍ୟରେ ଯିବାକୁ ବାହାରିଲେ । ଦୀର୍ଘ ପଥ ଯାଉ ଯାଉ ଯେଉଁଠି ରାତି ହେଲା ସେଠାରେ କୌଣସି ଗ୍ରାମ ନଥିଲା । ତେଣୁ ଘୋଡାକୁ ଗଛରେ ବାନ୍ଧି ଦେଇ ସେଇଠି ସେ ଶୋଇ ପଡିଲେ । ସକାଳୁ ଉଠି ସେ ଦେଖିଲେ ରାସ୍ତାରେ ଗୋଟିଏ ପଥର ଉପରେ କିଛି ଲେଖା ଥିଲା । ବିଚରା ଜାଣିବାର କୌଣସି ଉପାୟ ନାହିଁ । ଯାହାହେଉ ତାଙ୍କ ମନକୁ କ’ଣ ଆସିଲା ଜଣାନାହିଁ । ସେ ପଥରର ନିକଟକୁ ଯିବାରୁ ଗୋଟିଏ ବଡ ଖାଲରେ ପଡିଗଲେ । ପ୍ରକୃତରେ ସେହି ପଥରରେ ସେଠାକୁ ନଯିବାପାଇଁ ଲେଖା ହୋଇଥିଲା; ଖାଲରୁ ବହୁକଷ୍ଟରେ ସେ ଉଠିଲେ ମଧ୍ୟ ତାଙ୍କ ଅଂଟାରେ ଆଘାତ ଲାଗିଲା, ଚାଲିବା କଷ୍ଟ । ଯାହାହେଉ ବହୁ ଚେଷ୍ଟା କରି ଘୋଡା ଉପରେ ସେ ଚଢିଲେ ଓ ପାଖ ଗାଁରେ ଯାଇ ପହଁଚିଲେ ଓ ସେଠାରେ ଏକ ବିଶ୍ରାମାଗାରରେ ସେ ରହିଲେ ।

                ସେଠାରେ ପାଖ ଗ୍ରାମର ଜଣେ ବ୍ୟକ୍ତି ମଧ୍ୟ ଥା’ନ୍ତି, ସେ ସେନାପତିଙ୍କଠାରୁ ନିଜକୁ ଲୁଚାଇ, ଦୂରେଇ ରହୁଥାଏ । ସେ ସେନାପତିଙ୍କୁ ହଠାତ୍ ଆଗରେ ଦେଖି ଖୁବ୍ ବ୍ୟସ୍ତ ହୋଇ ପଡିଲା । କିନ୍ତୁ ସେନାପତି ତାଙ୍କୁ ଦେଖି ବଡ ସନ୍ତୋଷ ଲାଭ କଲେ ଓ କହିଲେ, “ଆରେ, ତୁମେ ତ ଦେବଦୂତ ପରି ମୋତେ ଏଠାରେ ମିଳିଗଲ, ମୋ ଅବସ୍ଥା ଦେଖୁଛ ତ? ଏପରି ଅବସ୍ଥାରେ ମୁଁ କିପରି ରାଜାଙ୍କୁ ଦେଖା କରିବି? ତୁମେ ରାଜାଙ୍କ ପାଖକୁ ଲେଖି ପଠାଅ କି ମୁଁ ଏହି ଅବସ୍ଥାରେ ଯାଇ ପାରୁ ନାହିଁ । ମୁଁ ସୁସ୍ଥ ହୋଇଯିବା ମାତ୍ରେ ହଜୁର୍ଙ୍କ ପାଖରେ ଯାଇ ପହଁଚିବି ଓ ମୋ ବିରୁଦ୍ଧରେ କହିଥିବା ଲୋକକୁ ମୁଁ ଖୋଜି ବାହାର କରିବି ।”

                ଉକ୍ତ ଲୋକଟି ଲେଖି ଜାଣିଥିଲେ ମଧ୍ୟ ସେନାପତି କହିବା ଅନୁସାରେ ସେ ଲେଖିଲା ନାହିଁ ବରଂ ରାଜାଙ୍କୁ ନାନା ପ୍ରକାରରେ ଖାଲି ଗାଳିଗୁଲଜ ଦେଇ ଚିଠିଟି ପୂର୍ଣ୍ଣ କଲା । ତା’ପରେ ସେନାପତିଙ୍କ ମୋହର ଲଗାଇ ତାକୁ ପଠାଇ ଦିଆଗଲା ।

                ରାଜା ସେ ଚିଠି ଦେଖି ଏକବାରେ ଖପା । ସେ ସଙ୍ଗେସଙ୍ଗେ ତାଙ୍କର ପ୍ରଧାନ ସେନାପତିଙ୍କୁ କହିଲେ ଯେ ମୃତ ବା ଜୀବିତ ଅବସ୍ଥାରେ ଏହି ଲୋକକୁ ଯେପରି ଶୀଘ୍ର ଦରବାରରେ ହାଜର କରାଯାଏ । ସେନାପତିଙ୍କୁ ରାଜାଙ୍କ ପାଖକୁ ନେଇ ପ୍ରଧାନ ସେନାପତି ପହଁଚାଇ ଦେଲେ । ସେନାପତିଙ୍କ ସ୍ୱଭାବ ତ ଆଗରୁ ଗର୍ବରେ ପୂର୍ଣ୍ଣ ଥିଲା ତେଣୁ ସେ କିଛି ନକହି ଚୁପ୍ଚାପ୍ ଠିଆହେଲେ । ତେଣୁ ତାଙ୍କୁ କାରାଗାରକୁହିଁ ପଠାଇ ଦିଆଗଲା । ତା’ପରେ ତାଙ୍କଠାରୁ ସତକଥା ବାହାର କରିବାକୁ ରାଜା ତାଙ୍କୁ ବହୁତ ଦଣ୍ଡଦେଲେ; କିନ୍ତୁ ସେ ମୁହଁ ଖୋଲି ଆଦୌ କିଛିବି କହିଲେ ନାହିଁ । ରାଜା ଶେଷକୁ ବିରକ୍ତ ହୋଇ କହିଲେ, “ଏପରି ରାଜଦ୍ରୋହୀ ପାଇଁ କେବଳ ମୃତ୍ୟୁ ଦଣ୍ଡହିଁ ଆବଶ୍ୟକ ।”

                ରାଜାଙ୍କ କଥା ଶୁଣି ନ୍ୟାୟାଧୀଶ କହିଲେ, “ମହାରାଜ, ମୋର କିଛି ସନ୍ଦେହ ହେଉଛି । ମନେହୁଏ ଯେଉଁ ପତ୍ରରେ ସେ ମୋହର ଲଗାଇଥିଲେ ତାହା ଭିତରେ କ’ଣ ଲେଖା ହୋଇଛି ସେ ମୋଟେ ଜାଣନ୍ତି ନାହିଁ । ଆଉ ଜଣେ କର୍ମଚାରୀ ମଧ୍ୟ କହିଲେ, “ହଜୁର୍, ଏକଥା ସମସ୍ତେ ଜାଣନ୍ତି ଯେ ସେ ନିରକ୍ଷର ।”

ସେମାନଙ୍କ କଥାରେ ସେ ରାଜା ଖୁବ୍ ବ୍ୟସ୍ତ ହୋଇ କହିଲେ, “ନିରକ୍ଷର? ମୁଁ ନିଜେ ପାଂଚବର୍ଷ ଖଟି ଖଟି ପାଠ ପଢିଲି । ଆଉ ଏ ବୁଦ୍ଧିହୀନ କିପରି ନିରକ୍ଷର ହେଲା? ନ୍ୟାୟାଧୀଶ ଗୋଟିଏ କାଗଜ ଉପରେ ଲେଖିଲେ କି ରାଜା ତାଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଲେ । ତା’ପରେ ସେହି କାଗଜ ସେନାପତିଙ୍କୁ ଦେଇ ସେ କହିଲେ, “ତୁମେ ଏଥିରେ ଦସ୍ତଖତ କରିଦିଅ ତୁମକୁ ଛାଡି ଦିଆଯିବ ।”

ସେନାପତି ପଚାରିଲେ “ଏଥିରେ କଅଣ ଲେଖା ହୋଇଛି?”  ଏକଥା ଶୁଣି ନ୍ୟାୟାଧୀଶ କହିଲେ, “ଏଥିରେ ଲେଖା ହୋଇଛି କି ତୁମେ ନିର୍ଦୋଷ, ତୁମ ଉପରେ ଯେଉଁ ଅଭିଯୋଗ ହୋଇଛି ତାହା ଭୁଲ୍ ପ୍ରମାଣିତ ହେଲା ।” ତା’ପରେ ସେନାପତି ଖୁସି ହୋଇ କହିଲେ “ଓ ଏଥିରେ ଏପରି ଲେଖା ହୋଇଛି?” ଏହା କହି ସେ ନିଜର ମୋହର ତା’ଉପରେ ଲଗାଇ ଦେଲେ । ଏବେ ରାଜା ସବୁ ବୁଝିଗଲେ । ଯେଉଁମାନେ ତାଙ୍କୁ ଅସୁବିଧାରେ ପକାଇଥିଲେ ତାଙ୍କୁ ତୁରନ୍ତ ଦରବାରରେ ହାଜର କରାଗଲା ଓ ସେମାନଙ୍କୁ ବହୁତ ଦଣ୍ଡ ବି ଦିଆଗଲା । କିନ୍ତୁ ସେନାପତି ଏ ପରିସ୍ଥିତି ପରେ, ବିଚରା ପଢାପଢି ଶିଖିଗଲେ ଓ ରାଜା ତାଙ୍କୁ କ୍ଷମା କରି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ