ନିରକ୍ଷର

ସେମାନଙ୍କ ଘରେ କାଠର ଏକ ପତଳା ପଟା ଥିଲା । ଚାଷୀଟି ରଙ୍ଗ କିଛି ଧରି ତା’ ଉପରେ ଚିତ୍ର ଆଙ୍କିଲା । ଚିତ୍ରରେ ଥିଲା ଜମିଦାରଙ୍କ ଘର, ଚାଷୀର କୁଡିଆ ଘର ଓ ବାଡଥିବା କ୍ଷେତ; ପୁଣି ଭଙ୍ଗା ବାଡ ଓ ମୃତ ଗାଈ । ତା’ପରେ ଚାଷୀକୁ ପିଟା ହୋଇଥିବା ଦଶ ବେତପାଇଁ ଦଶଟି ଛୋଟ ଛୋଟ ଗାର ।

ଚାଷୀଟି ସେହି ଚିତ୍ରପଟଟି ଧରି ରାଜଧାନୀ ଅଭିମୁଖେ ଚାଲିଲା । ବାଟରେ ଯାଉ ଯାଉ ଗୋଟିଏ ଜଙ୍ଗଲ ପଡିଲା । ଆଉ ସେହି ଜଙ୍ଗଲ ଭିତରେ ଜଣେ ଶିକାରୀ ତାକୁ ଡାକି ପଚାରିଲା, “ହୋ ଭାଇ କୁଆଡେ ଯାଉଛ?”

ତହୁଁ ସେ ଚାଷୀଟି କହିଲା, “ରାଜାଙ୍କ ପାଖକୁ ଫେରାଦ ହେବାକୁ ଯାଉଛି ।”

ଏକଥା ଶୁଣି ଶିକାରୀ ପଚାରିଲା, “କେଉଁ ବିଷୟରେ ଫେରାଦ୍ ହେବାକୁ ଯାଉଛ?”

ତା’ପରେ ସେ ଚାଷୀଟି କହିଲା, “କ’ଣ ଆଉ କହିବି ରେ ଭାଇ । ମୋର ହୀରାପରି ଗାଈଟାକୁ ଜମିଦାରର ଚାକରମାନେ ପିଟି ପିଟି ମାରିଦେଲେ; ମୁଁ କ୍ଷତିପୁରଣ ଚାହିଁବାରୁ ମୋତେ ମଧ୍ୟ ସେମାନେ ନିସ୍ତୁକ ପିଟିଲେ ।” ଏତିକି କହି ସେ ସେଠାରେ ବସିପଡି ନିଜର ଚିତ୍ରପଟଟି ବାହାର କରି ସବୁ ବୁଝାଇ ଦେଲା ।

ଚାଷୀର ସମସ୍ତ କଥା ଶୁଣି ଶିକାରୀ କହିଲା, “ବାଃ ତୁମ ଫେରାଦ ହେବାର ଚିତ୍ରପଟଟି ବଡ ସୁନ୍ଦର ହୋଇଛି । ରାଜା ଏହା ଶୁଣିବା ମାତ୍ରେ ତୁମେ ନିଶ୍ଚୟ ନ୍ୟାୟ ବିଚାର ପାଇବ ।” ଏତିକି କହି ଶିକାରୀଟି ନିଜ ରାସ୍ତାରେ ଚାଲିଗଲା । କିନ୍ତୁ ଚାଷୀଟି ଏକଥା ଜାଣିନଥିଲା ଯେ ଶିକାରୀର ଛଦ୍ମବେଶରେ ସେ ଥିଲେ ନିଜେ ରାଜା । ସେ ରାଜଧାନୀରେ ପହଁଚିଲା ଓ ରାଜାଙ୍କୁ ଦେଖା କରିବା ପାଇଁ ଅନୁମତି ମଧ୍ୟ ପାଇଗଲା । ପ୍ରହରୀ ତାକୁ ଏକ ବଡ ଘରକୁ ନେଇଗଲା । ସେଠାରେ ବସିଥା’ନ୍ତି ରାଜା ଓ ତାଙ୍କର ବାରଜଣ ମନ୍ତ୍ରୀ । ରାଜପୋଷାକରେ ଥିବାରୁ ଚାଷୀଟି ରାଜାଙ୍କୁ ଆଦୌ ଚିହ୍ନିପାରିଲା ନାହିଁ । ସେ ତା’ର ଚିତ୍ରପଟଟିକୁ ନେଇ ଜଣେ ମନ୍ତ୍ରୀଙ୍କୁ ଦେଇ କହିଲା, “ଏହାହିଁ ମୋର ଫେରାଦ – ସବୁକଥା ଏହା ଭିତରେହିଁ ଅଛି ।”

ଚିତ୍ରପଟ ଦେଖି ମନ୍ତ୍ରୀ ପଚାରିଲେ, “ଇଏ କି ପ୍ରକାର ଫେରାଦ? ମୁଁ ତ ଆଦୌ କିଛି ବୁଝିପାରୁ ନାହିଁ ।” ଏତିକି କହି ସେ ଚିତ୍ରପଟଟି ଅନ୍ୟ ମନ୍ତ୍ରୀମାନଙ୍କୁ ଦେଲେ । ସେମାନେ ମଧ୍ୟ କିଛି ବି ବୁଝିପାରିଲେ ନାହିଁ ।”

ଜଣେ ମନ୍ତ୍ରୀ ସେବକକୁ ଆଦେଶ ଦେଲେ, “ମନେ ହେଉଛି ଏ ଜଣେ ମୂର୍ଖ ଓ ପାଗଳ । ଏହାକୁ ଏଠାରୁ ଶିଘ୍ର ବାହାର କରିଦିଅ ।”

ରାଜା କିନ୍ତୁ ନିଜେ ଚିତ୍ରପଟଟିକୁ ହାତକୁ ନେଲେ ଓ ଚାଷୀଟିକୁ ପାଖକୁ ଡାକିଲେ । ତା’ପରେ ଚିତ୍ରପଟରେ ଥିବା ଗୋଟିଏ ସ୍ଥାନକୁ  ନିର୍ଦ୍ଧେଶ କରି କହିଲେ, “ଏଇଟା ତୁମ କୁଡିଆ ଘର ନା?”


ଗପ ସାରଣୀ

ତାଲିକାଭୁକ୍ତ ଗପ