ନିରକ୍ଷର

ଚାଷୀ କହିଲା – “ଆଜ୍ଞା ପ୍ରଭୁ”

ରାଜା ପୁଣି ପଚାରିଲେ – “ଆଉ ଏଇଟା ଜମିଦାରଙ୍କ ପ୍ରାସାଦ ନା?”

ରାଜାଙ୍କ ଏଭଳି କଥା ଶୁଣି ଚାଷୀଟି ଖୁସି ହୋଇ କହିଲା “ଆଜ୍ଞା ମଣିମା ।”

ରାଜା ପଚାରିଲେ “କ୍ଷେତର ବାଡ ଏହିଠାରେ ଭାଙ୍ଗି ଯାଇଛି ନା?”

ଚାଷୀ କହିଲା – “ଆଜ୍ଞା ମଣିମା ।”

ରାଜା ପଚାରିଲେ “ଏହି ଭଙ୍ଗା ବାଡବାଟେ ତୁମ ଗାଈ କ୍ଷେତରେ ପଶିଲା ଓ ଜମିଦାରଙ୍କ ଲୋକଙ୍କ ହାତରୁ ମାଡଖାଇ ସେ ମଲା ନା?”

ଚାଷୀ କହିଲା “ଆଜ୍ଞା, ଆଉ ସେ ଦୁଃଖକଥା ପଚାରୁନ୍ତୁ ନାହିଁ । ମୋ ଭାଗ୍ୟ ଖରାପ ।” ଏତିକି କହି ସେ ହଠାତ୍ କାନ୍ଦିବାକୁ ଲାଗିଲା ।

ରାଜା ପଚାରିଲେ “ଆଉ ଏଇ ଦଶଟି ଗାର ଜମିଦାରଙ୍କ ଲୋକ ତୁମକୁ ଦେଇଥିବା ଦଶବେତର ଚିହ୍ନ ତ?”

ସବୁ ଶୁଣି ସେ ଚାଷୀଟି କହିଲା “ମହାରାଜ, ଆପଣଙ୍କର କେତେ ବୁଦ୍ଧି, ମୋର ସବୁକଥା ଜାଣିପାରିଲେ; ହେଲେ ଏଇ ବାରଜଣ ମନ୍ତ୍ରୀ, କେବଳ ବାରଟି ମୂର୍ଖ ।”

ଏକଥା ଶୁଣି ମନ୍ତ୍ରୀମାନେ ଠୋ ଠୋ କରି ହସି ଉଠିଲେ । ରାଜା କହିଲେ, “ଏବେ ତୁମେ ତୁମ ଗ୍ରାମକୁ ଫେରିଯାଅ ତୁମ ସ୍ତ୍ରୀଙ୍କୁ କୁହ ଯେ ରାଜା ନ୍ୟାୟ ବିଚାର କରୁଛନ୍ତି ।”

ଏହାପରେ ରାଜାଙ୍କୁ ପ୍ରଣାମ କରି ଚାଷୀଟି ନିଜ ଗାଁକୁ ଲେଉଟି ଆସିଲା । ପରେ ପରେ ରାଜାଙ୍କ ଆଦେଶ ଜମିଦାରଙ୍କ ପାଖକୁ ପଠାଗଲା ।

ଜମିଦାର ତହିଁ ପରଦିନ ନିଜେ ଚାଷୀର ଘରକୁ ଆସିଲେ । ଯାହା କିଛି ଘଟିଛି ସେଥିପାଇଁ କ୍ଷମା ମାଗିଲେ । ପୁଣି ରାଜାଙ୍କ ଆଦେଶ ଅନୁସାରେ ଜମିଦାର ଚାଷୀ ପାଇଁ ଏକ ଭଲ ଘର ତିଆରି କରିଦେଲେ । ସେଥିରେ ଗୁହାଳ ମଧ୍ୟ ଅଲଗା ତିଆରି ହେଲା । ତାକୁ ସାତଟି ଦୁଧିଆଳୀ ଗାଈ ଦିଆଗଲା । ଚାଷୀ ନାମରେ ଦଶ ଏକର ଜମି କରି ଦିଆଗଲା । ଏସବୁକୁ ଚାଷୀ ନିଜ ଗାଈର କ୍ଷତିପୁରଣ ବୋଲି ବୁଝିଲା ଓ ରାଜାଙ୍କର ପ୍ରଶଂସା ଚାରିଆଡେ ଗାଇ ବୁଲିଲା ।

ଏଥର ସେ ଚାଷୀ ଓ ତା’ ସ୍ତ୍ରୀ ବେଶ୍ ଆନନ୍ଦରେ ରହିଲେ । ଚାଷୀ ତା’ ପରଠାରୁ କହିବୁଲେ, “ରାଜା ବଡ ବୁଦ୍ଧିମାନ ଓ ଧର୍ମପ୍ରିୟ । କିନ୍ତୁ ବାରଜଣ ନିରକ୍ଷର ମୂର୍ଖଙ୍କୁ କାହିଁକି ଯେ ସେ ରଖିଛନ୍ତି ସେକଥା କିଛି ବୁଝି ହେଲାନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ