ନ୍ୟାୟ ବିଚାର

                ଏହା ପରଦିନ ବିଚାରପତି କାଉ ନିକଟକୁ ଆସିଲେ । କାଉ ତାଙ୍କୁ ମଶାଣୀକୁ ନେଇ ଗୋଟିଏ କଙ୍କାଳ ଦେଖାଇ ଦେଇ କହିଲା, ‘ଏଇ ଆପଣଙ୍କ ବାପା । ସେ ଆପଣଙ୍କୁ କେଉଁଠି ଧନସମ୍ପତ୍ତି ରଖିଛନ୍ତି କହିଦେବେ ।’

                କାଉ କଥାରେ ଖୁବ୍ ରାଗିଗଲେ ବିଚାରପତି । କହିଲେ, ‘ଏହା ତ ଆଦୌ ସମ୍ଭବ ନୁହେଁ । କଙ୍କାଳଟାଏ କିପରି ମୋତେ ଧନସମ୍ପତ୍ତି ପୋତା ହୋଇଥିବା ଜାଗା ଦେଖାଇ ଦେବ?’

                ବିଚାରପତିଙ୍କ ଏକଥା ଶୁଣି କାଉ ପଚାରିଲା ‘କାହିଁକି ସମ୍ଭବ ନୁହେଁ?’  । ‘ଯଦି କଳା କାଉ ଧଳା ଛୁଆ ଜନ୍ମ କରିପାରେ, ତେବେ କଙ୍କାଳଟାଏ ଧନସମ୍ପତ୍ତି ପୋତା ହୋଇଥିବା ସ୍ଥାନ ଦେଖାଇ ପାରିବ ନାହିଁ କାହିଁକି?’

                ଏଥର ସେ ବିଚାରପତି ଜଣକ କାଉର ବଦମାସୀ ଠିକ୍ ଠିକ୍ ବୁଝି ପାରିଲେ । ହେଲେ ଖାଲି ରାଗରେ ତମତମ ହୋଇ ରହିବା ଛଡା ସେତେବେଳେ ତାଙ୍କର ଆଉ କିଛି ବି ଉପାୟ ନଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ