ପକ୍ଷୀପାଗଳ ବାଳକ

“ପିଲାଟିଏ ଯା’ର ବୟସ ଏଗାର ମାରିଲା ବନ୍ଧୁକେ ବିଚିତ୍ର ପକ୍ଷୀ

    କେଉଁ ଜାତି ପକ୍ଷୀ ଚିହ୍ନିବା ପାଇଁ ସେ ପଚାରିଲା ନାନା ଲୋକଙ୍କୁ ଦେଖି ।

    ପିଲାଟିକୁ ଦେଖି ଲୋକମାନେ କେତେ ଥଟ୍ଟାମଜା କଲେ ପାଗଳ ବୋଲି

    ପ୍ରକୃତରେ ସିଏ ପାଗଳ ନ ଥିଲେ, ଥିଲେ ପକ୍ଷୀପ୍ରେମୀ ସଲ୍ଲିମ୍ ଅଲ୍ଲି ।”

                ଅନେକ ଦିନ ତଳର କଥା, ଦଶକି ଏଗାର ବର୍ଷର ପିଲା ହାତରେ ବନ୍ଧୁକ । ହେଲେ ଏହା ଖେଳନା ବନ୍ଧୁକ ନଥିଲା, ସତରେ ଗୁଳି ଫୁଟା ବନ୍ଧୁକ । ଯାହାକୁ ଧରି ଖେଳିବା ବୟସରେ ପିଲାଟି ବୁଲିବୁଲି ଚଢେଇ ମାରୁଥାଏ । ସେ ପିଲାଟିର ନାଁ ସଲ୍ଲିମ୍ ଅଲ୍ଲି । ସେ କୁଢକୁଢ ଚଢେଇ ମାରି ପକାଏ, କିନ୍ତୁ ପାପ କ’ଣ ଜାଣେ ନାହିଁ । ତାହାର ଜନ୍ମ ୧୮୯୬ ମସିହାରେ ବମ୍ବେ ସହରରେ ହୋଇଥିଲା । ସେ ଥିଲା ତା’ ବାପାମାଆଙ୍କର ନବମ ସନ୍ତାନ ।

                ପିତାମାତାଙ୍କର ଅଭାବ ଅନାଟନ ଯୋଗୁଁ ସଲ୍ଲିମ୍ର ପାଠପଢା ଦାୟିତ୍ୱ ମାମୁ ଅମିରଉଦ୍ଦିନ୍ଙ୍କ ଉପରେ ନ୍ୟସ୍ତ ଥିଲା । ମାମୁ ଜଣେ ଦକ୍ଷ ଖେଳାଳି ଓ ଶିକାରୀ ଥିବାରୁ ତାଙ୍କ ଦ୍ୱାରା ସେ ପିଲାଟି ବି ପ୍ରଭାବିତ ହୋଇଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ