ପକ୍ଷୀ ଏବଂ ମାଙ୍କଡ କଥା

       ସୂଚୀମୁଖର କଥାଶୁଣି ମାଙ୍କଡମାନେ ପ୍ରବଳ ଭାବରେ ଉତ୍ୟକ୍ତ ହୋଇ ପଡିଲେ, ଏବଂ ସୂଚୀମୁଖକୁ କହିଲେ, ‘ସାମନ୍ୟ ପକ୍ଷୀଟିଏ ହୋଇ ଆମ୍ଭମାନଙ୍କୁ ଉପଦେଶ ଦେଉଛୁ ।’ ଏହା କହି ଜଣେ ମାଙ୍କଡ ସୂଚୀମୁଖର ଡେଣାକୁ ଭାଙ୍ଗିଦେଇ, ତାକୁ ଏକ ପଥରରେ ଛେଚି ମାରିଦେଲା । ତେଣୁ ଶାସ୍ତ୍ରରେ କୁହାଯାଇଛି ଜ୍ଞାନୀ ବା ବିଜ୍ଞ ବ୍ୟକ୍ତି ଧୂର୍ତ ବା ଶଠ ବ୍ୟକ୍ତିଙ୍କୁ (ଯିଏକି ବାରମ୍ବାର ପ୍ରତିଟିକାର୍ଯ୍ୟରେ ଅସଫଳ ହୋଇ ଉତ୍ୟକ୍ତ ଅବସ୍ଥାରେ ଥାଆନ୍ତି) ଉପଦେଶ ଦେବା ଉଚିତ୍ ନୁହେଁ । ମାଙ୍କଡମାନେ ବିଚରା ନିରୀହ ପକ୍ଷୀଟିର ଯେପରି ଦଶା କଲେ ଜ୍ଞାନୀ ବ୍ୟକ୍ତିଟିକୁ ସେହି ଦଶା ଭୋଗିବାକୁ ପଡିଥାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷକୁ ଉପଦେଶ ଦେବା ଉଚିତ୍ ନୁହେଁ । କାରଣ ଏକ ଦୁଷ୍ଟ ମାଙ୍କଡ ଯେପରି ସେହି କାରଣରୁ ଏକ ନିରୀହ ଘରଚଟିଆର ବସା ଭାଙ୍ଗିଦେଇଥିଲା । ଏହି କାହାଣୀ ଶୁଣି ଦମନକ ପଚାରିଲେ, ‘କେଉଁ କାରଣରୁ ମାଙ୍କଡ ତାହା କଲା? କାରାତକ କାହାଣୀଟି କହିବାକୁ ଆରମ୍ଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ