ପରନ୍ତପ ଜାତକ

       ପରନ୍ତପ କୌଣସି ସନ୍ଦେହ ନକରି ଏଥିରେ ସ୍ୱୀକୃତ ହେଲା । ସେ ନଦୀରେ ସ୍ନାନ କରୁଥିବା ସମୟରେ ଯୁବକ ହଠାତ୍ ତା’ର ଚୁଟି ଧରି ତରବାରି ଉଠାଇ କହିଲେ, “ରେ ଅଧମ ପାପିଷ୍ଠ, ତୁ ଏହି ନଦୀକୂଳରେ ଏହି ତରବାରିରେ ମୋର ପିତାଙ୍କୁ ହତ୍ୟା କରିଥିଲୁ । ଏବେ ମୁଁ ତୋତେ ହତ୍ୟା କରି ପିତୃଋଣ ପରିଶୋଧ କରିବି ।”

       ପରନ୍ତପ ମୃତ୍ୟୁ ଭୟରେ ବିକଳ ହୋଇ କହିଲା, “ମୁଁ ରାଜାଙ୍କୁ ହତ୍ୟା କଲାବେଳେ କେହି ଦେଖିନଥିଲେ । କେବଳ କିଏ ଜଣେ ଗଛରୁ ଖସିପଡି ଚିତ୍କାର କରିଥିଲା । ସେ ମନୁଷ୍ୟ କି କୌଣସି ବନ୍ୟପଶୁ ତାହା ମୋତେ ଜଣାନାହିଁ । ସେ ଯେ ହେଉନା କାହିଁକି, ତାହାରିଠାରୁ ତୁମେ ଏ ସମ୍ବାଦ ପାଇଛ । ମୋତେ କ୍ଷମା କର ।”

       ଯୁବକ କହିଲେ, “ନା, ତୋ ପାପର କ୍ଷମାନାହିଁ ।” ଏହା କହି ସେ ତରବାରିଦ୍ୱାରା ପରନ୍ତପର ମୁଣ୍ଡକୁ କାଟିଦେଲେ ।

       ଏହାପରେ ସେ କୁଟୀରକୁ ଯାଇ ମାତାଙ୍କୁ ନାନାପ୍ରକାରେ ଭର୍ସିନା କଲେ ଓ ଭବିଷ୍ୟତରେ ପବିତ୍ର ଜୀବନ ଯାପନ କରିବାକୁ ପ୍ରତିଜ୍ଞା କରାଇଲେ । ପୁରୋହିତଙ୍କ ପରାମର୍ଶରେ ରାଣୀ ଓ ପୁତ୍ର ବାରାଣସୀକୁ ଯାଇ ସେଠାର ରାଜା ବୋଧିସତ୍ୱଙ୍କୁ ନିଜର ପରିଚୟ ଦେଲେ । ବୋଧିସତ୍ୱ ଯୁବକକୁ ନିଜର ଭାଇ ବୋଲି ଜାଣିପାରି ତାଙ୍କୁ ନିଜର ପ୍ରତିନିଧି ରୂପେ ନିଯୁକ୍ତ କଲେ । ରାଣୀ ମଧ୍ୟ ରାଜମାତାର ସମ୍ମାନରେ ପ୍ରତିଷ୍ଠିତ ହେଲେ । ପୁରୋହିତ ସ୍ୱଗୃହକୁ ଯାଇ ପତ୍ନୀଙ୍କ ସହିତ ସୁଖରେ ବାସ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ