ପରୋପକାର

ଏଭଳି କଥା ଶୁଣି ରୁକ୍ମାବାଇ ନିଜ ପତିଙ୍କର ଶେଷ ଇଚ୍ଛା ସମ୍ବନ୍ଧରେ ସେନାପତିଙ୍କୁ କହିଲେ ।

କିନ୍ତୁ ରାଜ୍ୟର ବିଧାନ ଭିନ୍ନ ହୋଇଥିବାରୁ ତୁକ୍କାଜୀ କିଛି କରିଲେ ନାହିଁ । ସେ ସମସ୍ତ ସମ୍ପତ୍ତି ରାଜକୋଷରେ ଜମା କରିଦେଲେ ।

ରୁକ୍ମାବାଇ ଅହଲ୍ୟାବାଇଙ୍କ ସମ୍ମୁଖରେ ଗୋଟିଏ ନିବେଦନପତ୍ର ସମର୍ପଣ କଲେ । ରାଣୀ ମହଲକୁ ଯାଇ ସେ କହିଲେ ତାଙ୍କ ପତିଙ୍କର ସମ୍ପତ୍ତି ତାଙ୍କୁ ପ୍ରଦାନ କରିଦିଆଯାଉ । ପତିଙ୍କର ଇଚ୍ଛା ଅନୁଯାୟୀ କୂଅ, ପୋଖରୀ, ମନ୍ଦିର ଇତ୍ୟାଦି ନିର୍ମାଣ କରାଯାଉ ।

ରୁକ୍ମାବାଇଙ୍କର ନିବେଦନ ଶୁଣି ରାଣୀ ଅହଲ୍ୟାବାଇ ତୁକ୍କାଜୀଙ୍କୁ ଆଜ୍ଞା ଦେଲେ ଯେ ମଧ୍ୟେକରଙ୍କର ସମ୍ପତ୍ତି ଫେରାଇ ଦିଆଯାଉ । ରାଣୀଙ୍କ କଥା ଶୁଣି ତୁକ୍କାଜୀ ହଠାତ୍ ଚକିତ ହୋଇ ପଚାରିଲେ – ‘ଦେବୀ! ଏହା ତ ନିୟମର ବିରୁଦ୍ଧ ।’

ରାଣୀ ତୁକ୍କାଜୀଙ୍କୁ ପଚାରିଲେ ‘ଏହି ଧନ ନେଇ ଆମେ କଣ କରିବା?’

ତହୁଁ ତୁକ୍କାଜୀ କହିଲେ ‘ପୋଖରୀ, କୂଅ ଖୋଳିବା ଏବଂ ଧର୍ମଶାଳା ଇତ୍ୟାଦି ପ୍ରଜାପୋଯୋଗୀ କାର୍ଯ୍ୟରେ ଏହା ବିନିଯୋଗ କରାଯିବ ।’

ରାଣୀ ଅହଲ୍ୟାବାଇ କହିଲେ ‘ହଁ, ରୁକ୍ମାବାଇ ବି ତ ଏହି କାର୍ଯ୍ୟରେ ହିଁ ଅର୍ଥ ଖର୍ଚ୍ଚ କରିବା ପାଇଁ ଚାହାଁନ୍ତି । ମାତ୍ର ଫରକ୍ ଏତିକି ଯେ ରାଜକର୍ମଚାରୀ ବେତନ ପାଇଁ କାର୍ଯ୍ୟ କରନ୍ତି କିନ୍ତୁ ପତି ଭକ୍ତି କାରଣରୁ ସେ ନିଜେ ଏହି କାର୍ଯ୍ୟ କରିବାକୁ ଚାହାଁନ୍ତି । ଏଥିରୁ କାଣି କଉଡିଟିଏ ବି ବେତନ ରୂପରେ ସେ ନେବେ ନାହିଁ । ତେଣୁ ଏ ସମସ୍ତ ଧନ ଏହି ମୁହୂର୍ତ୍ତରେ ତାଙ୍କୁ ଫେରାଇ ଦିଆଯାଉ ।’ ରାଣୀ ଅହଲ୍ୟାବାଇ ତୁକ୍କାଜୀଙ୍କୁ ଆଜ୍ଞା ଦେଲେ । ଇନ୍ଦୋର ରାଜାଙ୍କର ପ୍ରଜାମାନେ ରାଣୀଙ୍କର ନ୍ୟାୟ ଦେଖି ସନ୍ତୋଷ ପ୍ରକଟ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ