ପାଖରେ ଶୁଏ କାନରେ କହେ

 ରାଜସଭାରେ କାର୍ଯ୍ୟ ଖୁବ୍ ଗହଳି ମଧ୍ୟରେ ହେଉଥାଏ । ସାମାନ୍ୟ କଥା ହେଉ ହେଉ ସମ୍ରାଟଙ୍କ ସହିତ ବିରବଲଙ୍କର ଯୁକ୍ତି ଏପରି ହେଲା ଯେ ଶେଷରେ ବାଦ୍ଶାହା ରାଗିଗଲେ ଏବଂ ସଂଗେ ସଂଗେ ବିରବଲଙ୍କୁ ରାଜସଭାରୁ ବାହାରି ଯିବାକୁ ଆଦେଶ ଦେଲେ । ଆଉ ମଧ୍ୟ ରାଜ ସଭାକୁ ଆଉ ଆସିବ ନାହିଁ ବୋଲି ଆଦେଶ ଦେଲେ ।

         ବିରବଲଙ୍କୁ ସମ୍ରାଟଙ୍କର ଏତାଦୃଶ ବ୍ୟବହାର ଖୁବ୍ ବାଧିଲା । ସେ ଆଉ କ୍ଷଣକ ଲାଗି ଦରବାରରେ ନ ରହି ବିଦା ହୋଇଗଲେ ।

         ରାସ୍ତାରେ ଯିବା କାଳରେ ସେ ଚିନ୍ତା କରୁଥିଲେ ଯେ, ଏବେ ତ ସମ୍ରାଟ୍ ରାଗ ହୋଇଛନ୍ତି । ତାଙ୍କର ଯେତେବେଳେ ରାଗ ଶାନ୍ତ ହୋଇଯିବ ସେ ପୁଣି ଏହି ଅଧମ ବିରବଲଙ୍କୁ ଖୋଜିବାକୁ ବାଧ୍ୟ ହେବେ ।

         ଏଠାରୁ ବିରବଲ ନ ରାଗି ବିଦାୟ ନେବା ପରେ, ସେ ତାଙ୍କର ବେଗକୁ ପରିବର୍ତ୍ତନ କଲେ ଓ ନାମକୁ ପରିବର୍ତ୍ତନ କରି ଅନ୍ୟ ରାଜ୍ୟକୁ ପଳାଇଗଲେ ।

         ବିରବଲ ବର୍ତ୍ତମାନ ଯେଉଁ ରାଜ୍ୟର ଗ୍ରାମରେ ପହଁଚିଲେ, ସେ ଗ୍ରାମର ଯେ ମୁଖିଆ, ସେ ଖୁବ୍ ଧାର୍ମିକ ବ୍ୟକ୍ତି । ସେହି ଗ୍ରାମରେ ବିରବଲ ଯାଇ ଅତିଥି ହୋଇଥିବାରୁ ସେ ବିରବଲଙ୍କୁ ଉପଯୁକ୍ତ ଆତିଥ୍ୟ ଯୋଗାଇ ଦେଲେ ।

         ବିରବଲ ଦରବାରରୁ ବିଦାୟ ନେବା ପରେ ସମ୍ରାଟ୍ ବେଗ୍ମ ସାହେବାଙ୍କର ଜଣେ ପରିଚିତଙ୍କୁ ନିଜର ଦେୱାନ୍ ଭାବରେ ନିଯୁକ୍ତି ଦେଲେ । ସମ୍ରାଟ ଯେଉଁଆଡେ ଯାଆନ୍ତେ ଦେୱାନ୍ ମଧ୍ୟ ସମ୍ରାଟଙ୍କ ସହିତ ସେହି ଦିଗରେ ଯାଇଥାଆନ୍ତି । ଦିନକର କଥା ଦେୱାନ୍ ଓ ସମ୍ରାଟ୍ ଏକ ସଙ୍ଗରେ ଭ୍ରମଣରେ ଗଲେ । ସମ୍ରାଟ୍ ରାସ୍ତାରେ ହାତୀ ପାଦ ଚିହ୍ନ ଦେଖି ଦେୱାନ୍ଙ୍କୁ କହିଲେ – ଏହି ହାତୀ ପାଦର ଯେଉଁ ଚିହ୍ନ ତାହାର ସୁରକ୍ଷା କର । ତା’ପରେ ସମ୍ରାଟ୍ ଚାଲି ଆସିଲେ । ଦେୱାନ୍ କିନ୍ତୁ ତିନିଦିନ ଭୋକ ଉପାସରେ ହାତୀର ପାଦ ଚିହ୍ନକୁ ଜଗି ରହି ତିନି ଦିନ ପରେ ଆସି ସମ୍ରାଟଙ୍କୁ ସେହି ସମ୍ବାଦ ଦେଲେ । ନୂଆ ଦେୱାନ୍ଙ୍କ ମୁଖରୁ ଏକଥା ଶୁଣି ସମ୍ରାଟ ଖୁବ୍ ଜୋର୍ରେ ହସିବାକୁ ଲାଗିଲେ ।

         ଏବେ ବିରବଲଙ୍କୁ ଛାଡି ସମ୍ରାଟ୍ ଅଡୁଆରେ ପଡିଲେ । ଦୂତପଠାଇ ବିରବଲଙ୍କୁ ଯେତେ ଖୋଜାଖୋଜି କଲେ କିନ୍ତୁ ପାଇଲେ ନାହିଁ । କ’ଣ କରିବେ, କ’ଣ କରିବେ ବୋଲି ଚିନ୍ତାରେ ପଡି ଦିନେ ସମସ୍ତ ଗ୍ରାମର ମୁଖିଆମାନଙ୍କ ଲାଗି ଘୋଷଣା କଲେ ଯେ ତୁମ ଗ୍ରାମମାନଙ୍କରେ ଯେତେ କୂପ ଅଛି ତାହାକୁ ସଙ୍ଗରେ ଧରି ସମସ୍ତେ ରାଜ ଦରବାରରେ ଉପସ୍ଥିତ ହୁଅନ୍ତୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ