ପାଖରେ ଶୁଏ କାନରେ କହେ

         ଗ୍ରାମର ମୁଖିଆମାନେ ଏ ସମ୍ବାଦପାଇ ଭାବିଲେ ଏ କି ଆଶ୍ଚର୍ଯ୍ୟ କଥା । ସମ୍ରାଟଙ୍କର ଆଦେଶ ହୋଇଛି ଯେ ଗ୍ରାମରେ ଥିବା କୂପଗୁଡିକ ନେଇ ଦରବାରକୁ ଯିବା ଲାଗି ।

         ସମ୍ରାଟଙ୍କର ଏପରି ପ୍ରଚାର କଥା ଶୁଣି ବିରବଲ ଏବେ ଜାଣିପାରିଲେ ଯେ ସମ୍ରାଟ୍ ବିରବଲଙ୍କୁ ଖୁବ୍ ଖୋଜୁଅଛନ୍ତି । ଏପରି ସମସ୍ୟାର ସମାଧାନ ପୁଣି କ’ଣ? ତାତୀକୁ ପୁଣି ସମାଧାନ କରିବ କିଏ? ଏହି ସମ୍ବାଦ ଶୁଣିବା ପରେ ଗ୍ରାମର ମୁଖିଆ ଗ୍ରାମ ସାରା ଲୋକଙ୍କୁ ପଠାଇ ଗ୍ରାମରେ ଏକ ସଭା ବସାଇଲେ । ହେଲେ ସେ ସଭା କେବଳ ନୁଖୁରାରେ ଗଲା । କାରଣ କୂପ ସମସ୍ୟାର ଆଉ ସମାଧାନ ହୋଇପାରିଲା ନାହିଁ ।

         ସେହି ସଭାରେ ବିରବଲ ଥିଲେ । ସେ ସଭାରେ ଠିଆ ହୋଇ କହିଲେ, ମୁଖିଆ ଯେବେ ମୋତେ ଆଦେଶ ଦେବେ ତାହାହେଲେ ମୁଁ ଏହାର ସମାଧାନ କରିଦେବି ଓ ମୁଁ ମୁଖିଆଙ୍କର ଋଣ ଶୁଝି ଦେଇପାରିବି ।

         ଏକଥା ଶୁଣି ମୁଖିଆ କହିଲେ – କିପରି ତାହା ସମ୍ଭବ ହୋଇପାରିବ?

         ତା’ପରେ ବିରବଲ ତାଙ୍କର ସୂକ୍ଷ୍ମ ବୁଦ୍ଧି ପ୍ରୟୋଗ କରି କହିଲେ – ଆପଣଙ୍କ ସାଥିରେ ମୁଁ ଏବଂ ଗ୍ରାମରୁ ଆଉ ପାଂଚ ଛଅଜଣଙ୍କୁ ଡାକି କରି ଆମେ ସମ୍ରାଟଙ୍କ ଦରବାରକୁ ଯିବା ସେଠାରେ ପହଁଚିବା ପରେ ଯାହା ସବୁ ହେବା କଥା ତାହା କରିବା ।

         ବିରବଲଙ୍କ କଥାନୁସାରେ ସମସ୍ତ କିଛି ଠିକ୍ ହୋଇଗଲା । ଗ୍ରାମର ମୁଖିଆଙ୍କ ସହିତ ସାଥି ହୋଇ ସମସ୍ତେ ସମ୍ରାଟଙ୍କ ଦରବାର ଆଡେ ଗମନ କଲେ ।

         ଏହିପରି ଭାବରେ ସମସ୍ତେ ରାଜଦରବାର ଦିଗରେ ଯାଉ ଯାଉ ବିରବଲ ମୁଖିଆଙ୍କୁ ବାଟରେ ଅଟକାଇ କହିଲେ – ତୁମେ ପ୍ରଥମେ ଯାଇ ସମ୍ରାଟଙ୍କୁ କହିବ ଯେ, ମୁଁ ଆପଣଙ୍କ ଆଦେଶ ମତେ ମୋ ଗ୍ରାମର କୂପଗୁଡିକ ଆଣି ଅଧା ରାସ୍ତାରେ ରଖିଅଛି । ତେଣୁ ଛାମୁ ଏବେ ଦୟାକରି ଆପଣଙ୍କ ପ୍ରାସାଦ ମଧ୍ୟରେ ଥିବା ଯେକୌଣସି କୂପକୁ ପଠାଇ ଆମ ସାଥିରେ ଆସିଥିବା କୂପଗୁଡିକୁ ରାଜପ୍ରାସାଦ ଯାଏଁ ପାଛୋଟି ଆଣନ୍ତୁ ।

         ଗ୍ରାମର ମୁଖିଆଠାରୁ ଏକଥା ଶୁଣି ସମ୍ରାଟ୍ ଆଶ୍ଚର୍ଯ୍ୟ ହୋଇଗଲେ । ମୁଖିଆ ମୁଣ୍ଡରେ ଏପରି ବୁଦ୍ଧି ପୂରାଇଲା କିଏ? ଏହା ନିଶ୍ଚୟ ବିରବଲଙ୍କ ବୁଦ୍ଧି ହୋଇଥିବ । ତହୁଁ ସମ୍ରାଟ୍ ଗ୍ରାମର ମୁଖିଆଙ୍କୁ ପଚାରିଲେ ସତ କୁହ ମୁଖିଆ ଏହି କଥା ତୁମ ମୁଣ୍ଡରେ କିଏ ପୂରାଇଲା । କିଏ କହିଲା ତୁମକୁ ମୋତେ ଆସି ଏପରି ଖବର ଦେବାକୁ । ଯଦି ତୁମେ ମୋ କଥାର ସତ୍ୟ ଉତ୍ତର ନଦେବ ଜାଣ ତୁମର ଅପରାଧ ଲାଗି ମୁଁ ତୁମ୍ଭର ମୁଣ୍ଡ କାଟପାଇଁ ଆଦେଶ ଦେବି ।

         ମୁଖିଆ ଏବେ କରିବ କ’ଣ? ସେ ସଂଗେ ସଂଗେ କହିଲେ, ମୋ ସାଥିରେ ଆହୁରି ପାଂଚସାତଜଣ ଲୋକ ଆସିଛନ୍ତି ଜାହାଁପନା । ସେମାନଙ୍କ ମଧ୍ୟରେ ଯେ ପ୍ରଧାନ ଲୋକ ସେହି ହିଁ ମୋତେ ଆପଣଙ୍କ ପାଖକୁ ପଠାଇ ଅଛନ୍ତି ।

         ସମ୍ରାଟ୍ ଆଦେଶ ଦେଲେ ତୁମ୍ଭେ ଯାଅ ଆଗ ସେହି ଲୋକକୁ ରାଜଦରବାରକୁ ଡାକି ଆଣ?

         ମୁଖିଆ ଯାଇ ବିରବଲଙ୍କୁ ରାଜସଭାକୁ ଡାକି ଆଣନ୍ତେ ସମ୍ରାଟ୍ ବିରବଲଙ୍କୁ ଚିହ୍ନି ପାରି ଦରବାରରେ ନିଯୁକ୍ତି ଦେଲେ ଓ ମୁଖିଆଙ୍କୁ ବହୁତ ଧନରତ୍ନ ଦେଇ ବିଦାୟ ଦେଲେ ।

         ତା’ପରେ ସମ୍ରାଟ୍ ବିରବଲଙ୍କୁ ସେହି ହାତୀ ପାଦର ସୁରକ୍ଷା ନିମନ୍ତେ ପଠାଇ ଦେଲେ ।

         ବିରବଲ ସମ୍ରାଟଙ୍କ ଆଦେଶକୁ ପାଳନ କରିବା ନିମନ୍ତେ ହାତୀର ପାଦ ଚିହ୍ନ ପଡିଥିବା ସ୍ଥାନରେ ଗୋଟିଏ ଗୋଟିଏ ଲୌହ ଖୁଂଟ ପୋତି ଦେଲେ । ଖୁଂଟ ଆଗରେ ଗୋଟିଏ ଲମ୍ବା ଦୌଡି ବାନ୍ଧି ଦେଇ ସେହି ଗ୍ରାମର ଲୋକମାନଙ୍କୁ କହିଲେ – ତୁମ୍ଭମାନଙ୍କର ଘର ସବୁ ଭଙ୍ଗାଯିବ, ତୁମ୍ଭ ଘର ଭଙ୍ଗାଯାଏ ଏହିପରି ଦୌଡି ବାନ୍ଧି ଗୋଟିଏ ଗୋଟିଏ ଲୁହାଖୁଂଟ ପୋତାଯିବାକୁ ସମ୍ରାଟଙ୍କ ଆଦେଶ ହୋଇଛି ।

         ଏହା ଶୁଣି ଗ୍ରାମଲୋକମାନେ ଖୁବ୍ ବ୍ୟସ୍ତ ହୋଇପଡିଲେ । ସେମାନେ ବିରବଲଙ୍କୁ ବହୁ ସୁନାରୂପା ଦାନ କରି କାକୁତି ମିନତି ହୋଇ ପାଦ ତଳେ ପଡିଯାଇ କହିଲେ – ଆମେ ସବୁ ଗରିବ ଲୋକ, ଆମ୍ଭମାନଙ୍କର ଘର ଭାଙ୍ଗନ୍ତୁ ନାହିଁ ।

         ବିରବଲ ସମ୍ରାଟଙ୍କ ପାଖକୁ ସୁନାରୂପା ଧରି ଆସି ପହଁଚିଲେ । ତାହା ଜାଣି ସମ୍ରାଟ୍ ବେଗମ ସାହେବାଙ୍କୁ ଡାକି ବିରବଲଙ୍କର ପ୍ରଶଂସା କରିବା ସହିତ ତାଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଦେୱାନ୍ କଥା କହିଲେ । ବେଗମ ସାହେବା, ନିଜର ଭୁଲ୍ ବୁଝି ପାରି ତଳକୁ ମୁଖ କରି ବସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ