ପାଗଳ ପ୍ରେମୀ

ସତକୁ ସତ ଶୁଆ ଶାରୀଙ୍କର କଥା ସତ । ରାଜ କୁମାର ରାଜ କୁମାରୀ ଛଇଳାଙ୍କ କଥାକୁ ଭୁଲି ପାରିଲା ନାହିଁ । ବନ୍ଦୀ ଶାଳାରୁ ଖସି ଗଲା ସିନା, ହେଲେ ରାଜ କୁମାରୀଙ୍କ ଲାଗି ସେ ପାଗଳ ପ୍ରାୟ ଘୁରି ବୁଲୁଛି । ତା’ର ଖାଇବା ପିଇବା ଏ ସବୁରେ ଆଉ ମନ ନାହିଁ ।

ଏହି ପରି ଭାବରେ ସେ ବୁଲୁ ବୁଲୁ ଦିନେ ସେ ଏକ ନୂଆ ରାଜ୍ୟରେ ପହଁଚିଲା । ସେହି ରାଜ୍ୟ ଥିଲା ଚନ୍ଦ୍ରାବତୀଙ୍କର । କଂଟା, ଝଂଟା, ପାହାଡ, ପଥର ବାଲି ମାଟିର ରାସ୍ତାରେ ଚାଲି ଚାଲି ଶେଷକୁ ତା’ର ପାଦ ଦୁଇଟା ଅବଶ ହୋଇ ପଡିଥିଲା । ସେଥି ପାଇଁ ସେ ଏକ ଘନ ଅରଣ୍ୟରେ ପହଁଚିବା ପରେ ଗୋଟିଏ ବୃକ୍ଷ ମୂଳକୁ ଆଶ୍ରୟ ସ୍ଥଳ ମନେ କରି ସେହିଠାରେ ଶୋଇ ପଡିଲା ।

ଏମନ୍ତ ସମୟରେ ସେହି ଦେଶର ରାଜା ବିଜୟ ସେନ୍ ପାରିଧି କରିବାକୁ ଯାଉ ଯାଉ ସେହି ସ୍ଥାନରେ ପହଁଚି ଗଲେ । ବୃକ୍ଷ ମୂଳରେ ଜଣେ ସୁନ୍ଦର ଯୁବକକୁ ଶୋଇବାର ଦେଖି ତାକୁ ଯାଇ ଉଠାଇ ସବୁ କଥା ପଚାରିବାରୁ ରାଜ କୁମାର ଗୋଟି ଗୋଟି କରି ସବୁ କଥା କହି ଗଲା । ଯୁବକ ରାଜ କୁମାର ଠାରୁ ରାଜା ବିଜୟ ସେନ୍ ତାର ସମସ୍ତ କଥା ଶୁଣିବା ପରେ ରାଜ କୁମାରଙ୍କ ମନରେ ସାହାସ ଦେଇ ନିଜ ସାଥିରେ ନେଇ ଗଲେ ।

କିଛି ଦିନ ରାଜ କୁମାର ବିଜୟ ସେନ୍ଙ୍କ ରାଜ୍ୟରେ ରହିଲା । ବିଜୟ ସେନ୍ଙ୍କର ଗୁରୁ ଗୋରେଖ ନାଥ ଥିଲେ । ବିଜୟ ସେନ୍ଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଗୋରେଖ ନାଥ ତାଙ୍କୁ ଗୋଟିଏ ସୁନ୍ଦର ଶୁଆ ଦେଇ ଥିଲେ ।

ଦିନେ ସେହି ଶୁଆ ରାଜ କୁମାରକୁ ପାଖକୁ ଡାକି କହିଲା – ହେ ରାଜ କୁମାର ତମେ ଆଉ କୌଣସି ସୁନ୍ଦରୀ ସ୍ତ୍ରୀଙ୍କର କଥାରେ ଭୁଲି ଯାଅ ନାହିଁ କି ସେମାନଙ୍କର ପ୍ରେମରେ ପଡ ନାହିଁ । ତୁମେ ଏହି ସ୍ତ୍ରୀ ମାନଙ୍କୁ କେବେ ବିଶ୍ୱାସ କରିବ ନାହିଁ । ସମସ୍ତେ ସ୍ତ୍ରୀ ଜାତିକୁ ଅବଳା ସରଳା କହି ଯେଉଁ ଉଚ୍ଚ ସମ୍ମାନ ଦେଇ ଥାନ୍ତି, ତାହା କିନ୍ତୁ ଭୁଲ୍, କାରଣ ସ୍ତ୍ରୀ ଜାତି ଜଗତରେ ହିଂସ୍ର ପଶୁ ମାନଙ୍କ ଠାରୁ ମଧ୍ୟ ଖୁବ୍ ହିଂସ୍ର । ସେଥି ପାଇଁ ମୁଁ ତୁମକୁ ଗୋଟିଏ ସତ୍ୟ ଘଟଣା କହୁଛି ତାହା ତୁମେ ମନ ପ୍ରାଣ ଦେଇ ଶୁଣ ।


ଗପ ସାରଣୀ

ତାଲିକାଭୁକ୍ତ ଗପ