ପାବନୀ ହ୍ରଦ ଓ ବିଷାକ୍ତ ନାଗସାପ

ତାପରେ ସେ ରାଜକୁମାରୀ ନନ୍ଦିନୀ ରାଜକୁମାରଙ୍କ ଚିକିତ୍ସା କାର୍ଯ୍ୟରେ ବ୍ୟସ୍ତ ରହି ପାବନୀ ହ୍ରଦ କଥା ପୁରାପୁରି ଭୁଲିଯାଇଥିଲେ । ଦିନେ ସେ ରାଜକୁମାରୀ ଯାଇ ପାବନୀ ହ୍ରଦ ପାଖରେ ପହଁଚିଲେ । ରାଜକୁମାର ମଧ୍ୟ ସେ ରାଜକୁମାରୀଙ୍କ ପଛେ ପଛେ ଯାଇ ପାବନୀ ହ୍ରଦ ପାଖରେ ପହଁଚିଲେ । ରାଜକୁମାରୀ ଆସି ଦେଖନ୍ତିତ ସେହି ବିଷାକ୍ତ ନାଗସାପ କେଳାମାନଙ୍କ କବଳରୁ ଖସିଆସିଛି । ନିଜ ପରିବାରର ଅନ୍ତ ଦେଖି ସେ ନାଗ ସାପ ଖାଲି ଅତ୍ୟନ୍ତ ଦୁଃଖରେ ବିଳାପ କରୁଛି । ସେତେବେଳେ ତ ସେ ପାବନୀ ହ୍ରଦରେ ଶତାଧିକ ନାଗସାପ ରହୁଥାନ୍ତି । ତେଣୁ ସେମାନେ ସମସ୍ତେ ବି ମୃତ ପ୍ରାୟ ପଡିଥାନ୍ତି ।

ଏସବୁ ଦେଖି ସେ ରାଜକୁମାରୀଙ୍କ ହୃଦୟ ହଠାତ୍ ତରଳିଗଲା । ତାପରେ ସେ ଘଟିଥିବା ସବୁକଥା ରାଜକୁମାରଙ୍କୁ କହିଲେ । ତ୍ରିକାଳଦର୍ଶୀ ସାଧୁ ଦେଇଥିବା ମନ୍ତ୍ର ବିଷୟରେ ମଧ୍ୟ ସେ ରାଜକୁମାରୀ ରାଜକୁମାରଙ୍କୁ କହିଲେ । ସବୁ ଶୁଣି ସେ ରାଜକୁମାର କହିଲେ – “ହେ ରାଜକୁମାରୀ ମୁଁ ତୁମ ରୂପ ନୁହେଁ, କେବଳ ଗୁଣ ଓ ସେବାରେ ସନ୍ତୁଷ୍ଟ ହୋଇ ତୁମକୁ ବିବାହ କରିବି । ମୋର ଆଉ ତୁମର ସେହି ସୁନ୍ଦର ଶରୀର ମୋଟେ ଦରକାର ନାହିଁ ବରଂ ତୁମେ ସେ ସାଧୁଙ୍କ ମନ୍ତ୍ରପ୍ରୟୋଗ କରି ଏ ପାବନୀ ହ୍ରଦକୁ ପୁଣି ଜଳରେ ପୂର୍ଣ୍ଣ କରିଦିଅ । ଏପରି କଥା ଶୁଣି ସେ ରାଜକୁମାରୀ ବି ଖୁସି ହୋଇଗଲେ । ସେ ରାଜକୁମାରୀ ଅଧିକ ଖୁସି ଏଇଥିପାଇଁ ହେଲେ ଯେ ସେ ଯେପରି ବର ଖୋଜୁଥିଲେ ତାଙ୍କୁ ବି ଠିକ୍ ସେହିପରି ବର ମିଳିଛି ।

ଏହାପରେ ସେ ରାଜକୁମାରୀ ନନ୍ଦିନୀ ସାଧୁ ପ୍ରଦାନ କରିଥିବା ମନ୍ତ୍ର ଉଚ୍ଚାରଣ କଲେ । ଚାହୁଁ ଚାହୁଁ ସେ ପାବନୀ ହ୍ରଦ ହଠାତ୍ ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା । ଏଥର ସେ ନାଗସାପ ନିଜର ସବୁ ଭୁଲ୍ ଠିକ୍ ବୁଝିପାରିଲା । ତାପରେ ସେ ଶପଥ କଲା ଆଜିଠାରୁ ସେ ଏ ପାବନୀ ହ୍ରଦର ପାଣିକୁ ତା ବିଷରେ ଆଉ କଦାପି ବିଷାକ୍ତ କରିବ ନାହିଁ । ଏଠାରେ ସମସ୍ତେ ଆସି ଏ ପାବନୀ ହ୍ରଦର ପାଣି ପିଇବେ, ସ୍ନାନ କରିବେ ଓ ଏହାର ମନଲୋଭା ଦୃଶ୍ୟ ବି ଉପଭୋଗ କରିବେ । ଏଣେ ସେ ପାବନୀ ହ୍ରଦ ଯେତେ ଯେତେ ପୂର୍ଣ୍ଣ ହେଉଥାଏ ସେତେସେତେ ଏହାର ପାଣି ଅଧିକ ମିଠା ଓ ସୁନ୍ଦର ହେଉଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ