ପାବନୀ ହ୍ରଦ ଓ ବିଷାକ୍ତ ନାଗସାପ

ଏହି ସମୟରେ ସେ ତ୍ରିକାଳଦର୍ଶୀ ସାଧୁ ଆସି ସେଠାରେ ପହଁଚିଗଲେ । ସେ ରାଜକୁମାରୀ ନନ୍ଦିନୀଙ୍କର ଏପରି ଦୟା, ପ୍ରେମ, ସ୍ନେହ ଦେଖି ସାଧୁ ଜଣକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ତାପରେ ସେ ସାଧୁ କହିଲେ – ‘ଧନ୍ୟ ଧନ୍ୟ ତୁମେ ରାଜକୁମାରୀ, ତୁମକୁ ମୁଁ ଦେଇଥିବା ମନ୍ତ୍ର ଦ୍ୱାରା ତୁମେ ଆଜି ଶତାଧିକ ଜୀବଙ୍କର ଜୀବନ ରକ୍ଷା କରିଛ । ତୁମେ ତ ଚାହିଁଥିଲେ ତୁମେ ସ୍ୱାର୍ଥପର ହୋଇ ସବୁ କରି ପାରିଥାନ୍ତ । ମାତ୍ର ଉଚିତ୍ ଓ ସଠିକ୍ ଚିନ୍ତା କରିଥିବାରୁ ମୁଁ ଆଜି ତୁମ ଉପରେ ବହୁତ ଖୁସି ।’

ଏହା କହି ସେ ସାଧୁ ମନ୍ତ୍ର ଉଚ୍ଚାରଣ କରି କିଛି ପାଣି ରାଜକୁମାରୀ ନନ୍ଦିନୀଙ୍କ ଉପରକୁ ପକାଇଲେ । ଯାହା ଫଳରେ କି ତତ୍କ୍ଷଣାତ୍ ରାଜକୁମାରୀ ନନ୍ଦିନୀ ତାଙ୍କର ପୂର୍ବ ରୂପ ପୁଣି ଫେରିପାଇଲେ । ତାପରେ ସେ ଦୁହେଁ ରାଜକୁମାରୀ ଓ ରାଜକୁମାର ପାବନୀ ହ୍ରଦ ନିକଟରେ ଏକ ମହଲ ତିଆରି କଲେ । ରାଜକୁମାରୀ ନନ୍ଦିନୀ ଓ ରାଜକୁମାର ସେହି ମହଲରେ ଯାଇ ରହିଲେ । ସେହି ଦିନ ଠାରୁ ସେ ପାବନୀ ହ୍ରଦର ପାଣି ଠିକ୍ ଅମୃତ ପରି ମିଠା ହୋଇଗଲା । ପରିଶେଷରେ ସେ ରାଜକୁମାର ଓ ରାଜକୁମାରୀ ସାଧୁଙ୍କର ଚରଣ ସ୍ପର୍ଶ କରି ଶତ ବର୍ଷ ବଂଚିବାର ଆଶୀର୍ବାଦ ଲାଭ କଲେ । ତାପରେ ସେମାନେ ଶାନ୍ତି ଓ ଆନନ୍ଦରେ ବାକି ଜୀବନ କଟାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ