ପିଲାମାନେ ଓ ବେଙ୍ଗ

ଗୋଟିଏ ପୋଖରୀରେ ବହୁତ ବେଙ୍ଗ ଥିଲେ । ସେମାନେ ସବୁ ପୋଖରୀରେ ଭାଷି ଭାଷି ଖେଳୁଥିଲେ । ଦିନେ ପାଖରୁ କିଛି ପିଲା ବେଙ୍ଗ ମାନଙ୍କୁ ଢେଲା ମାଡ କଲେ ଫଳରେ କେତେ ଗୁଡିଏ ବେଙ୍ଗ ମରିଗଲେ । ଏହା ଦେଖି ପିଲାମାନେ ଭାରି ଖୁସି ହେଲେ । ତାପରେ ସେ ପିଲାମାନେ ସବୁବେଳେ ଏପରି ପୋଖରୀକୁ ଢେଲାମାରି ବେଙ୍ଗମାନଙ୍କୁ ମାରିବା ଆରମ୍ଭ କଲେ ।

                ଦିନେ ସେ ବାଟରେ ଜଣେ ସନ୍ୟାସୀ ଯାଉଥିଲେ । ଏହା ଦେଖି ପିଲାମାନଙ୍କୁ ସେ ସନ୍ୟାସୀ ଜଣକ ବୁଝାଇ କହିଲେ । ଅନ୍ୟମାନଙ୍କୁ ଦୁଃଖ କଷ୍ଟ ଦେଇ ନିଜେ ମଜ୍ଜା ପାଇବା ମୋଟେ ଠିକ୍ କଥା ନୁହେଁ, ଏହା ଶୁଣି ସେ ପିଲାମାନେ ଆଉ କେବେବି ବେଙ୍ଗକୁ ମାରିଲେ ନାହିଁ ।

ନିଜର ସୁଖ ପାଇଁ ଅନ୍ୟକୁ ଦୁଃଖ ଦେବା ଆଦୌ ଉଚିତ୍ ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ