ପୁଣ୍ୟଦାନର ମହିମା

                ତାଙ୍କର ପୁତ୍ର ଗୁଣଗୁପ୍ତ ନିଜର ନାମ ଅନୁସାରେ ଗୁଣବାନ ମଧୁର ବଚନ ତଥା ସଜ୍ଜନ ସ୍ୱଭାବର ମଣିଷ । ଗୁରୁଜନଙ୍କୁ ଆଦର କରିବାକୁ ସେ ନିଜର ପରମ ଧର୍ମ ବୋଲି ବିବେଚନା କରନ୍ତି । ତେଣୁ ସେ ତାଙ୍କର ପିତାଙ୍କ କାର୍ଯ୍ୟରେ କେବେହେଲେ ବି, ହସ୍ତକ୍ଷେପ କରନ୍ତି ନାହିଁ । ଧନଗୁପ୍ତଙ୍କ ଚିକିତ୍ସା ପାଇଁ ସେ ଜଣେ ପ୍ରସିଦ୍ଧ ବୈଦ୍ୟକୁ ଦାୟିତ୍ୱ ଦେଲେ ।

                ତାଙ୍କ ଚିକିତ୍ସାରେ ଧନଗୁପ୍ତ ଅତିଶୀଘ୍ର ସୁସ୍ଥ ହୋଇଗଲେ । ମାତ୍ର ସେ ବାକ୍ଶକ୍ତିହୀନ ହୋଇପଡିଲେ । କେବଳ ଠାରରେ ସେ ତାଙ୍କ ମନକଥା ଜଣାଇ ପାରୁଥିଲେ । ତାଙ୍କର ଡାହାଣ ହାତ ମଧ୍ୟ ଅଚଳ ହୋଇଗଲା । ଫଳରେ ଗୋଟିଏ ହାତରେ ତାଙ୍କୁ ତାଙ୍କର ସବୁକାମ କରିବାକୁ ପଡିଲା । ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ବୈଦ୍ୟଙ୍କର ସମସ୍ତ ଚେଷ୍ଟା ପ୍ରଚେଷ୍ଟା ବିଫଳ ହେଲା । ଶେଷରେ ସେ ଧନଗୁପ୍ତଙ୍କର ସ୍ୱାଭାବିକ୍ ଅବସ୍ଥା ଫେରାଇ ଆଣି ପାରିବେ ନାହିଁ କହି ବୈଦ୍ୟମାନେ ସେଠାରୁ ବିଦାୟ ନେଲେ ।

ପିତାଙ୍କର ଚିର ରୋଗଗ୍ରସ୍ତ ଅବସ୍ଥା ହେତୁ ଗୁଣଗୁପ୍ତ ସମ୍ପତ୍ତି ବାଡିର ଦାୟିତ୍ୱ ନିଜ ହାତକୁ ନେଲେ । କିନ୍ତୁ ସେ ତାଙ୍କ ପିତାଙ୍କୁ ସୁସ୍ଥ କରିବା ଉଦ୍ୟମରୁ ଆଦୌ ବିରତ ହେଲେ ନାହିଁ । ତେଣୁ ସେ ଶେଷରେ ସାଧୁସନ୍ଥମାନଙ୍କର ଶରଣ ନେଲେ । ଧନଗୁପ୍ତଙ୍କର ଦୟନୀୟ ସ୍ଥିତି ଦେଖି ଗୁଣଗୁପ୍ତଙ୍କର ସ୍ତ୍ରୀ ଓ ଦୁଇପୁତ୍ର ମଧ୍ୟ ଅତ୍ୟନ୍ତ ଚିନ୍ତିତ ହେଲେ ।

ଥରେ ମହାନନ୍ଦ ନାମକ ଜଣେ ସାଧୁ, ଗୁଣଗୁପ୍ତଙ୍କ ଗୃହରେ ଆତିଥ୍ୟ ଗ୍ରହଣ କଲେ । ଗୁଣଗୁପ୍ତଙ୍କର ଅନୁରୋଧ ସ୍ୱୀକାର କରି ସେ ଧନଗୁପ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କଲେ । କିଛି ସମୟ ଚକ୍ଷୁ ବନ୍ଦ କରି ଧ୍ୟାନସ୍ଥ ହେବା ପରେ ସେ ଖୁବ୍ ଚିନ୍ତିତ ମନେ ହେଲେ । ତା’ପରେ ସେ ଗୁଣଗୁପ୍ତଙ୍କୁ ଅତ୍ୟନ୍ତ ଦୁଃଖରେ କହିଲେ – “ତୁମ ପିତା ଧନ ଅର୍ଜନ ଲାଳସାରେ ଅଗଣିତ ପାପ କରିଛନ୍ତି । ଡାହାଣ ହାତରେ ଭୁଲ୍ ଦସ୍ତାବିଜ୍ ଲେଖି ଓ ପାଟିରେ ଅଶ୍ରାବ୍ୟ ଭାଷାରେ ଗାଳିକରି ଅଧିକାଂଶ ଧନ ଅର୍ଜନ କରିଛନ୍ତି । ସେହି ପାପର ଫଳ ସ୍ୱରୂପ ତା’ଙ୍କ ଶରୀରରେ ସେହି ଦୁଇ ଅଙ୍ଗ ସମ୍ପୂର୍ଣ୍ଣ ଭାବରେ ଅଚଳ ହୋଇଯାଇଛି । ଯେତେ ଦିନଯାଏଁ ସେ ତାଙ୍କର ସମ୍ପତ୍ତି ତ୍ୟାଗ ନ କରିଛନ୍ତି ତାଙ୍କର ସ୍ୱାଭାବିକ୍ ଅବସ୍ଥା ଫେରିଆସିବା ମୋଟେ ସମ୍ଭବ ନୁହେଁ ।

ମହାନନ୍ଦଙ୍କର ଏହି ଉକ୍ତି ଧନଗୁପ୍ତ ମଧ୍ୟ ଶୁଣୁଥିଲେ । ସବୁ ଶୁଣି ସାରି ସେ ମଥା ହଲାଇ ସମ୍ପତ୍ତି ତ୍ୟାଗ କରିବା ପାଇଁ ସମ୍ମତ ହେଲେ । ଏକ ଇଚ୍ଛାପତ୍ରରେ, ସେ ତାଙ୍କର ସମସ୍ତ ସମ୍ପତ୍ତି ତା’ଙ୍କ ପୁତ୍ର ଗୁଣଗୁପ୍ତକୁ ଅର୍ପଣ କରିବାକୁ ଇଚ୍ଛା ପ୍ରକାଶ କଲେ । ଆଶ୍ଚର୍ଯ୍ୟର କଥା ତତ୍କ୍ଷଣାତ୍ ଧନଗୁପ୍ତଙ୍କର ହସ୍ତ କାର୍ଯ୍ୟକ୍ଷମ ହେଲା । ସେ ନିଜର ଡାହାଣ ହାତରେ ବି ଲେଖିପାରିଲେ । ଏପରିକି ତାଙ୍କର ବାକ୍ଶକ୍ତି ମଧ୍ୟ ଫେରି ଆସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ