ପୁତ୍ର – କନ୍ୟା

ପୁରୋହିତ କାମଦେବ କାଶୀପୁର ଗ୍ରାମନିବାସୀ ଅଟନ୍ତି । ସେ ଦୁଇଟି କନ୍ୟା ସନ୍ତାନର ଜନକ ହୋଇଥିବାରୁ, ପୁତ୍ରର ଅଭାବ ଜନିତ ଦୁଃଖ ତାଙ୍କୁ ସବୁବେଳେ ଘାରୁଥାଏ ।

                ଥରେ ନିକଟସ୍ଥ କୋଦଣ୍ଡପୁର ଗ୍ରାମର ପୁରୋହିତ ବାମଦେବ ତାଙ୍କ ଗ୍ରାମକୁ ଏକ ବିବାହ-ଉତ୍ସବ ଅବସରରେ ଆସିଥାନ୍ତି । ସେ କାମଦେବଙ୍କ ଘରେ ଅବସ୍ଥାନ କରୁଥାନ୍ତି । କାମଦେବ ସେହି ସମୟରେ ନିଜ ମନର ଦୁଃଖ ତାଙ୍କ ଆଗରେ ପ୍ରକାଶ କଲେ ।

                ବାମଦେବ ତାଙ୍କୁ ଏକ ପରାମର୍ଶ ଦେଇ କହିଲେ, “ଆମ ଗ୍ରାମର ଗ୍ରାମଦେବୀ ହେଉଛନ୍ତି ମା’ ଅମ୍ବିକା । ଉତ୍ସବ ସମୟରେ ତାଙ୍କ ମନ୍ଦିର ସମ୍ମୁଖସ୍ଥ ଅଗ୍ନିକୁଣ୍ଡ ଉପରେ, ମଥାରେ ପୂଜାକଳସୀ ରଖି, ପାଦରେ ଚାଲିଚାଲି ଯାଇ ଯିଏବି ତାଙ୍କର ଦର୍ଶନ କରିବ, ଦେବୀ ତାଙ୍କୁ ମନୋବଂଛିତ ସନ୍ତାନ ପ୍ରଦାନ କରନ୍ତି । ଏଥିପାଇଁ ପ୍ରଥମେ ମନ୍ଦିରର ପୂଜକଙ୍କଠାରୁ ଅନୁମତି ପାଇବା ଦରକାର । ଅବଶ୍ୟ ଦେବୀଙ୍କର ପ୍ରକୃତ ଭକ୍ତ ହୋଇଥିଲେ, ଯେ କୌଣସି ବ୍ୟକ୍ତିଙ୍କୁ ଅନୁମତି ମିଳିବାରେ କିଛି ଅସୁବିଧା ହୁଏ ନାହିଁ । ଏହି ଉତ୍ସବ ଗୋକୁଳାଷ୍ଟମୀ ପରେ ପଡୁଥିବା ଦଶମୀ ତିଥିରେ ଅନୁଷ୍ଠିତ ହୁଏ । ମୋର ମଧ୍ୟ ଦୁଇଟି କନ୍ୟା ଥିଲେ । ଏବେ ମା’ ଅମ୍ବିକାଙ୍କ କୃପାରୁ, ଅଗ୍ନିକୁଣ୍ଡ ଉପରେ ଚାଲିବାରୁ, ପୁତ୍ରଟିଏ ହୋଇଛି ।”

                ତାଙ୍କ କଥା ଶୁଣିବା ପରେ କାମଦେବ ସ୍ଥିର କଲେ, ସେ ମଧ୍ୟ କୋଦଣ୍ଡପୁର ଯାଇ ମା’ଙ୍କ କୃପାଲାଭ କରିବେ । ପୁତ୍ରସନ୍ତାନଟିଏ ପ୍ରଦାନ କରି ମା’ ତାଙ୍କୁ ଦୟାକଲେ, ସେ ନର୍କ-ଯାତନାରୁ ବଂଚିଯିବେ ।

                କିଛି ସପ୍ତାହ ପରେ ଗୋକାଳୁଷ୍ଟମୀ ପଡିଲା । ଏହି ଦିନ ସେ ଶ୍ରୀକୃଷ୍ଣଙ୍କୁ ଆରାଧନା କରି କୋଦଣ୍ଡପୁର ଗ୍ରାମ ଅଭିମୁଖେ ଯାତ୍ରା କଲେ । ବେଳ ବୁଡିବା ସମୟକୁ ସେ ଯାଇ କୋଦଣ୍ଡପୁର ସୀମାକୁ ଲାଗି ଗୋଟିଏ ଗ୍ରାମ ଚିତ୍ରାପୁରଠାରେ ପହଁଚିଯାଇଥିଲେ । ସେତେବେଳେ ଆକାଶରେ ମେଘ ଘୋଟି ରହିଥାଏ । ତେଣୁ କାମଦେବ ସ୍ଥିର କଲେ, ସେ ରାତିକ ଏହି ଗ୍ରାମରେ ବିଶ୍ରାମ ନେଇ ପରଦିନ କୋଦଣ୍ଡପୁର ଯାତ୍ରା କରିବେ । ନିଜକୁ ଜଣେ ପୁରୋହିତ ରୂପେ ପରିଚୟ ଦେବାରୁ, ଜଣେ ବ୍ୟକ୍ତି ତାଙ୍କୁ ସେହି ଗ୍ରାମର ପୁରୋହିତଙ୍କ ଗୃହରେ ଛାଡିଦେଲା ।

                ଚିତ୍ରାପୁର ଗ୍ରାମର ପୁରୋହିତ ବେଶ୍ ଆଦର ସହକାରେ ତାଙ୍କର ସ୍ୱାଗତ କଲେ । କାମଦେବ ଯେତେବେଳେ କହିଲେ, ସେ କୋଦଣ୍ଡପୁର ଗ୍ରାମଦେବୀଙ୍କ ଉତ୍ସବ ସମୟରେ ଅଗ୍ନିକୁଣ୍ଡ ଉପରେ ଚାଲିବାପାଇଁ ଯାଉଛନ୍ତି, ସେ ବିସ୍ମିତ ହୋଇ କହିଲେ, “ମହୋଦୟ, ବେଦଜ୍ଞ ପଣ୍ଡିତ ହୋଇ ମଧ୍ୟ ଆପଣ ଏଭଳି ଅଜ୍ଞାନ ଅନ୍ଧକାରରେ ବୁଡି ରହିଛନ୍ତି । ଆପଣଙ୍କର ତ ଦୁଇଟି କନ୍ୟା ଅଛନ୍ତି । ମା’ଙ୍କର କୃପା ହେଲେ ଆପଣ ପୁତ୍ରଟିଏ ପାଇଲେ ମନସ୍କାମନା ପୂରଣ ହେବ । କିନ୍ତୁ ପୁତ୍ର ବଦଳରେ ଯେବେ କନ୍ୟାଜାତ ହୁଏ, ତେବେ ତିନୋଟି କନ୍ୟାଙ୍କର ବିବାହାଦି କାର୍ଯ୍ୟ ସମ୍ପନ୍ନ କରେଇବାରେ ଆପଣ ବହୁ ଅସୁବିଧାର ସମ୍ମୁଖୀନ ହେବେ ।”

                କାମଦେବ ନିଜ ମନୋଭାବ ପ୍ରକଟ କରିବାକୁ ଯାଇ କହିଲେ “ଭଗବାନଙ୍କ ହାତରେ ସବୁ । ଯିଏ ଆମକୁ ସଂସାରକୁ ପଠାଇଛନ୍ତି, ସେହିଁ ତା’ର ଦାୟିତ୍ୱ ନେବେ । ମୃତ୍ୟୁପରେ ପିତୃଲୋକରେ ଶାନ୍ତି ପାଇବା ପାଇଁ, ପିଣ୍ଡ ଦେବା ଉଦ୍ଧେଶ୍ୟରେ ମୋର ପୁତ୍ରଟିଏ ଦରକାର ।” ଚିତ୍ରାପୁର ଗ୍ରାମର ପୁରୋହିତ ଟିକିଏ ହସି ଦେଇ ଆଉ ଅଧିକ କିଛି କହିଲେ ନାହିଁ । ଭୋଜନ ସମୟ ଆସି ଉପଗତ ହେଲା । ଦୁଇଜଣଙ୍କୁ ପୁରୋହିତଙ୍କ କନ୍ୟା ରମା ରାତ୍ରିଭୋଜନ ପରଷିଲେ । କାମଦେବ ସେ ପୁରୋହିତଙ୍କୁ ପଚାରିଲେ, “ଆପଣ କେତୋଟି ସନ୍ତାନର ଜନକ?”


ଗପ ସାରଣୀ

ତାଲିକାଭୁକ୍ତ ଗପ