ପୁନର୍ମୂଷିକ ଭବ

                ସୂର୍ଯ୍ୟଦେବତା ଋଷିଙ୍କ କଥାରେ ଅସମ୍ମତ ହୋଇ କହିଲେ – ହେ ଋଷିବର! ଆପଣଙ୍କର ବିଚାର ଧାରା ଆଦୌ ଠିକ୍ ନୁହେଁ କାରଣ ତୁମେ ଜାଣିଅଛ ଯେ ଏହି କଳା ମେଘ ମୋର ଶତ୍ରୁ । ସେ ଚାହିଁଲେ ମୋ ଉପରେ ଘୋଟି ଯାଇ ମୋତେ ଲୁଚାଇ ଦେବ । ତେଣୁ ମୋ ମତରେ କଳା ମେଘ ହିଁ ମୋଠାରୁ ଶକ୍ତିମାନ । ଆପରଙ୍କର କନ୍ୟାଙ୍କୁ ମେଘ ସାଥିରେ ବିବାହ ଦିଅନ୍ତୁ ।

                ଋଷି ସୂର୍ଯ୍ୟଙ୍କ ଠାରୁ ଏପରି ବାର୍ତ୍ତା ଶୁଣିବା ପରେ କଳା ମେଘ ନିକଟରେ ନିଜର କନ୍ୟାକୁ ନେଇ କନ୍ୟାର ବିଭାଘର କଥା ତାଙ୍କୁ କୁହନ୍ତି, ସେ ତାଙ୍କୁ ଅସମର୍ଥତା ଜଣାଇ କହିଲେ ମୋ ଠାରୁ ଶକ୍ତିମାନ ପବନ । ସେ ଚାହିଁଲେ ମୋତେ ଖଣ୍ଡ ଖଣ୍ଡ କରି ଚାରିଆଡ଼େ ଫିଙ୍ଗି ଦେଇ ପାରିବ । ସେହି କାରଣରୁ ଆପଣଙ୍କର କନ୍ୟାର ବିବାହ ସେହି ପବନ ସାଥିରେ କରାଇଦେବା ଉଚିତ୍ ହେବ ।

                ଋଷି ପୁଣି ମେଘଠାରୁ ନୈରାଶ୍ୟତା ବାଣୀ ଶୁଣିବା ପରେ ପବନଙ୍କ ଠାରେ ଯାଇ ପହଞ୍ଚି କନ୍ୟାର ବିବାହ କଥା କହନ୍ତେ, ପବନ କହିଲା ମୁଁ ଯେତେ ଶକ୍ତିମାନ ହେଲେ କ’ଣ ହେବ । ଏହି ପର୍ବତକୁ ମୋର ଭୟ । କାରଣ ପର୍ବତକୁ ହରାଇ ମୁଁ କୌଣସି ପ୍ରକାର ତାକୁ ଟପିଯାଇ ପାରେ ନାହିଁ । ସେଥିପାଇଁ ମୋ ଠାରୁ ଶକ୍ତିମାନ ସେହି ପର୍ବତ । ଭଲହେବ ଆପଣଙ୍କର କନ୍ୟାର ବିବାହ ସେହି ପର୍ବତଙ୍କ ସହିତ କରାଇ ନିଅନ୍ତୁ ।

                ତା’ପରେ ଋଷି ଯାଇ ପର୍ବତ ପାଖରେ କନ୍ୟାଙ୍କୁ ନେଇ ପହଞ୍ଚି ନିଜ କନ୍ୟାର ବିବାହ ଅଭିଳାଷ କଥା କହନ୍ତେ ପର୍ବତ ମଧ୍ୟ ଋଷିଙ୍କ କନ୍ୟାଙ୍କୁ ବିବାହ କରିବାକୁ ନିଜର ଅସମର୍ଥତା ଜଣାଇ କହିଲେ ମୋ ଠାରୁଶକ୍ତିମାନ ହେଉଛନ୍ତି ମୂଷିକ ରାଜା । ସେ ଯଦି ମୋର ନିମ୍ନ ଦେଶରେ ଗୋଟିଏ ଗର୍ତ୍ତ କରି ଦିଅନ୍ତି । ମୋର ଭୂଷୁଡ଼ି ପଡ଼ିବା ଆଦୌ ଅସମ୍ଭବ ହେବ ନାହିଁ । ସେଥିପାଇଁ ମୁଁ କହୁଛି ମୂଷିକ ହିଁ ମୋ ଠାରୁ ଶକ୍ତିମାନ । ଆପଣ ଆପଣଙ୍କ କନ୍ୟାଙ୍କୁ ତାଙ୍କ ସହ ବିବାହ କରନ୍ତୁ ।

                ପରିଶେଷରେ ଋଷି ନିଜର କନ୍ୟାଙ୍କୁ ବିବାହ କରିବା କ୍ଷେତ୍ରେ ସବୁ ସ୍ଥାନରେ ବିଫଳ ହେବା ପରେ ପୁନର୍ମୂଷିକ ଭବ କହି ନିଜର କନ୍ୟାକୁ  ମୂଷିକ ରାଜାଙ୍କୁ ବିବାହ ଦେଇ ନିଜର କର୍ତ୍ତବ୍ୟ ସମାପ୍ତ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ