ପୁରସ୍କାର

                ଠିକ୍ ଏହି ସମୟରେ ରାଜାଙ୍କର ତେନାଲୀରାମାଙ୍କ କଥା ମନେ ପଡିଲା । ସେତେବେଳେ ତେନାଲୀରାମା ମଧ୍ୟ ସେ ଦରବାରରେ ଉପସ୍ଥିତ ଥାଆନ୍ତି ।

                ତାପରେ ତେନାଲୀରାମାଙ୍କୁ ରାଜା ପଚାରିଲେ, “କ’ଣ ତେନାଲୀରାମା? ତୁମେ ମୋର ଏହି ସମସ୍ୟାର ସମଧାନ କରିପାରିବ? ଏପରି ଏକ ଉପହାର ଆଣି ଏ ଦୂତକୁ ଦେଇ ପାରିବ?”

                ସବୁ ଶୁଣି ତେନାଲୀରାମା କହିଲେ, “ମହାରାଜ! ମୋର ବିଶ୍ୱାସ ମୁଁ ଏହି କାର୍ଯ୍ୟ ନିଶ୍ଚୟ କରିପାରିବି । ପଡୋଶୀ ରାଜ୍ୟର ଦୂତ ଜଣକ ଦ୍ୱିପହରରେ ଏଠାରୁ ବାହାରିବା ମାତ୍ରକେ ଉପହାର ତାଙ୍କର ପାଖରେ ହିଁ ଥିବ । ଆପଣ ଏବେ ନିଶ୍ଚିନ୍ତ ରୁହନ୍ତୁ ।”

                ଦୂତଟି ନିଜ ଦେଶକୁ ଯିବା ପାଇଁ ପ୍ରସ୍ତୁତ ହେଉଥାଏ ତାର ସମସ୍ତ ଜିନିଷ ପତ୍ର ରଥ ଉପରେ ରଖା ଯାଉଥିଲା ।

                ଯେତେବେଳେ ରାଜା କୃଷ୍ଣଦେବରାୟ ଦୂତକୁ ବିଦାୟ ଦେବାକୁ ବାହାରି ପଡିଲେ, ସେତେବେଳେ ଦୂତ କହିଲା – “ମହାରାଜ! ମୋର ସେହି ଉପହାର ତ’ କାହିଁ ମୋତେ ମିଳିଲା ନାହିଁ । ଆପଣ ତ’ ଆପଣଙ୍କ ପ୍ରତିଜ୍ଞା ଆଦୌ ପୁରା କରିପାରିଲେ ନାହିଁ ।”

                ତାପରେ ରାଜା କୃଷ୍ଣଦେବରାୟ ତେନାଲୀରାମାଙ୍କ ମୁହଁକୁ ଚାହିଁଲେ ଓ କହିଲେ, “କ’ଣ ତେନାଲୀରାମା! ତୁମ ଉପହାର କୁଆଡେ ଗଲା?”

                ତହୁଁ ତେନାଲୀରାମା ହସି ହସି କହିଲେ, “ମହାରାଜ! ତାଙ୍କ ସାଥିରେ ତ’ ଉପହାରଟି ଅଛି । ସେ ଜାଣି ପାରୁ ନାହାଁନ୍ତି । ତାଙ୍କୁ କୁହନ୍ତୁ ତ’ ପଛକୁ ଥରେ ଚାହିଁ ଦେଖିବେ ।”

                ଏହି କଥା ଶୁଣି ସେ ଦୂତ ସଂଗେ ସଂଗେ ପଛକୁ ଚାହିଁଲେ, କିନ୍ତୁ ସେ କିଛି ବି ଦେଖି ପାରିଲେ ନାହିଁ । ଓଲଟି ପଚାରିଲେ, “କେଉଁଠାରେ ଉପହାର ଅଛି? ମୋତେ ତ’ କିଛି ଦେଖାଯାଉ ନାହିଁ?”

                ତାପରେ ତେନାଲୀରାମା ହସିଦେଇ କହିଲେ, “ଦୂତ ମହାଶୟ! ଟିକେ ନିରେଖି ଦେଖିଲ, ଆପଣଙ୍କ ପଛରେ କ’ଣ ଅଛି? ଆପଣଙ୍କ ଛାୟା । ସୁଖ ସମୟରେ, ଦୁଃଖ ସମୟରେ, ଏପରିକି ସାରା ଜୀବନ ଯିଏ ଆପଣଙ୍କ ପାଖେ ପାଖେ ହିଁ ରହିଥାଏ । କେହିବି ଆପଣଙ୍କ ଛାୟାକୁ ଆପଣଙ୍କ ଠାରୁ ଅଲଗା କରି ପାରିବେନି ।”

                ଏହି କଥା ଶୁଣି ରାଜା କୃଷ୍ଣଦେବରାୟ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଦୂତ ମଧ୍ୟ ତେନାଲୀରାମାଙ୍କ କଥା ଶୁଣି କହିଲା – “ମହାରାଜ! ମୁଁ ତେନାଲୀରାମାଙ୍କ ଚତୁରତା ସଂପର୍କରେ ବହୁତ କଥା ଶୁଣିଥିଲି । ପ୍ରକୃତରେ ଆଜି ମୁଁ ନିଜେ ଏହା ଜାଣି ପାରିଲି ।


ଗପ ସାରଣୀ

ତାଲିକାଭୁକ୍ତ ଗପ