ପୁରୁଣା ସାଙ୍ଗକୁ ହେଳା କଲେ

ଜଣେ ଲୋକ ତା’ର ଛେଳିସବୁକୁ ଚରାଉଥିଲା । ବହୁତ ବର୍ଷା ହେବାରୁ ଲୋକଟି ସେ ଛେଳିଗୁଡିକୁ ନେଇ ଗୋଟିଏ ଗୁମ୍ଫାରେ ପହଁଚିଗଲା । କିନ୍ତୁ ଗୁମ୍ଫାରେ ଯାଇ ସେ ଦେଖିଲା ବେଳକୁ ସେଠାରେ ଗୁଡାଏ ଜଙ୍ଗଲୀ ଛେଳି ପଶିଯାଇଛନ୍ତି । ବହୁତ ଦିନ ଯାଏଁ ତ ବର୍ଷା ଲାଗି ରହିଲା । ତେଣୁ ସେ ଲୋକଟି ଭାବିଲା ଭଲ ଖାଇବା ପିଇବାକୁ ଦେଇ ସେ ଜଙ୍ଗଲୀ ଛେଳି ସବୁକୁ ମଧ୍ୟ ନିଜର କରିନେବ । ଏହା ଭାବି ସେ ଲୋକଟି ନିଜର ଛେଳିମାନଙ୍କୁ ଖାଇବାକୁ ନ ଦେଇ କେବଳ ସେ ଜଙ୍ଗଲୀ ଛେଳିଗୁଡିକୁ ଭଲ କରି ଖାଇବାକୁ ଦେଲା । ଯେମିତି ବର୍ଷା ଛାଡିଗଲା ସେମିତି ସେ ଜଙ୍ଗଲୀ ଛେଳି ସବୁ ଜଙ୍ଗଲକୁ ଚାଲିଗଲେ । ମାତ୍ର ଏଣେ ଏ ଲୋକଟି ଦେଖିଲା ବେଳକୁ ତା ନିଜର ଛେଳିସବୁ ନଖାଇ ନପିଇ ମରିଯାଇଛନ୍ତି ।

ଯେ ନୂଆ ସାଙ୍ଗକୁ ଦେଖି ପୁରୁଣା ସାଙ୍ଗକୁ ଭୁଲିଯାଏ ତା’ର ନିଶ୍ଚୟ ଦୂରବସ୍ଥା ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ