ପୂର୍ଣ୍ଣବାବୁଙ୍କ ସମସ୍ୟା

ଏକଥା ଶୁଣି ସେ ଲୋକଟି କହିଲା, “ମୁଁ ଏ ଗାଁର ଚୌକିଦାର ଗେଡୁ । ସାରାଦିନ ଘର କାମରେ ଖଟି ଖଟି ମୋ ପାଇଁ ତ ମୋଟେ ବିଶ୍ରାମ ନାହିଁ । ନାତିନାତୁଣୀମାନେ ମୋତେ ଟିକିଏ ହେଲେ ବି ଶୋଇବାକୁ ଦେଉନାହାଁନ୍ତି । ଏଭଳି ପରିସ୍ଥିତିରେ ମୁଁ କ’ଣ କରିବି କୁହନ୍ତୁ ତ? ତେଣୁ ରାତିରେ ପହରା ଦେବା ମଝିରେ ଟିକିଏ ଟିକିଏ ଶୋଇଯାଏ ।”

ତାଙ୍କ କଥା ଶୁଣି ପୂର୍ଣ୍ଣବାବୁ କିଛି ସମୟ ଭାବିବା ପରେ କହିଲେ, “ଦେଖ ଗେଡୁ ତମେ ଦିନରେ ଶୋଇବାକୁ ପାଉନାହଁ, ହେଲେ ମୋତେ ରାତିରେ ନିଦ ମୋଟେ ଆସୁନାହିଁ । ତେଣୁ ସମୟ କଟାଇବା ପାଇଁ ଚାଲ ଆମେ ବାଘଛେଳି ଖେଳ ଖେଳିବା । ଜହ୍ନରାତି ହୋଇଛି । ଚାରିଆଡ ଖୁବ୍ ଉଜ୍ଜ୍ୱଳ ଦିଶୁଛି ।”

ଏହିକଥା ଶୁଣିଲା ମାତ୍ରେ ଗେଡୁ କହିଲା “ବାଘଛେଳି ଖେଳ ମୋତେ ମଧ୍ୟ ଭାରି ଭଲ ଲାଗେ । କିନ୍ତୁ ପହରା କାମ କିଏ କରିବ? ଆମେ ଇଆଡେ ଖେଳୁଥିବା ଆଉ ସିଆଡେ ଯଦି କୋଉଠି କିଛି ଚୋରୀ ହୁଏ ତ ମୋର ଚାକିରୀଟି ଜାଣ ଯିବ । ତେଣୁ ଆମେ ଖେଳୁଥିବା ଆଉ ମଝିରେ ମଝିରେ ଆପଣ ଯାଇ ମୋ ପହରା କାମଟିକୁ କରିଦେଇ ଆସିବେ, ହେ ଏହା ସେମିତି କିଛି କଠିନ କାମ ନୁହେଁ ଖାଲି ଥରେ ତ ଗ୍ରାମରେ ବୁଲି ଆସିଲେ ହେଲା । ସେତିକି ସମୟ ଭିତରେ ମୁଁ ବି ଟିକିଏ ଶୋଇ ପଡିବି । ଏପରି କରିବା ଦ୍ୱାରା ଆପଣଙ୍କର ମଧ୍ୟ ସମୟ କଟିବ ଓ ମୋ କାମ ମଧ୍ୟ ହୋଇଯିବ ।”

ପୂର୍ଣ୍ଣବାବୁ ତ ସେଥିପାଇଁ ବହୁ ଆଗରୁ ପ୍ରସ୍ତୁତ ଥିଲେ । ତା’ପରେ ସେ ଦୁହେଁ ଜହ୍ନ ଆଲୁଅରେ ବସି ବାଘଛେଳି ଖେଳ ବହୁତ ସମୟ ପର୍ଯ୍ୟନ୍ତ ଖେଳିଲେ । କିଛି ସମୟ ପରେ ଗେଡୁ ହାଇ ମାରି କହିଲା, “ଏବେ ମୋତେ ନିଦ ମାଡିଲାଣି ।” ତା’ପରେ ସେଇଠି ଟିକିଏ ସେ ଗଡି ପଡିଲା । ଗେଡୁର ଠେଙ୍ଗା ଧରି ପୂର୍ଣ୍ଣବାବୁ ପହରା ଦେବାକୁ ବାହାରିଲେ ।

ପୂର୍ଣ୍ଣବାବୁ ଗେଡୁ ସହିତ ଖେଳିବାରେ ଯେତିକି ମଜା ପାଇଥିଲେ, ତା’ର କାମ କରିବାରେ ସେ ତତୋଧିକ ମଜା ପାଇଲେ । ରାତି ପାହିବା ପୂର୍ବରୁହିଁ ପୂର୍ଣ୍ଣବାବୁ ଗେଡୁକୁ ତା’ର ଠେଙ୍ଗା ଫେରାଇ ଦେଇ ନିଜ ଘରକୁ ଫେରିଲେ । ଏହିପରି ପ୍ରତିଦିନ ପୂର୍ଣ୍ଣବାବୁ ନୀରବରେ ତାଙ୍କ ଘରୁ ସେ ବାହାରି ପଡନ୍ତି । କ୍ରମେ ଏହା ତାଙ୍କର ପ୍ରତ୍ୟେକ ରାତ୍ରିର କାର୍ଯ୍ୟକ୍ରମ ହୋଇଗଲା । କେଶବ ଦିନେ ଲକ୍ଷ୍ୟ କରି ଦେଖିଲା ଯେ ବାପା ଏତେ ରାତିରେ କୁଆଡେ ଯାଉଛନ୍ତି । ଦିନେ ସେ କୌତୁହଳବଶତଃ ତା’ ବାପାଙ୍କ ପଛେ ପଛେ ଗଲା ଓ ସାରା ରାତିର କାର୍ଯ୍ୟକ୍ରମ ଦେଖିଲା । ଏସବୁ କଥା କେଶବ ତା’ ମାଙ୍କୁ ବା ପତ୍ନୀକୁ କହିଲା ନାହିଁ । ସାରା ରାତି ବସି ସେ ଭାବିଲା ବାପାଙ୍କୁ ସେ କିପରି ଏଥିରୁ ମୁକ୍ତ କରିବ ।

ଏପରି ଅବସ୍ଥାରେ ଦିନେ କେଶବର ମାମୁଁ ମଧୁ ଆସି ସେଠାରେ ପହଁଚିଲେ । ମାମୁଁଙ୍କୁ କେଶବ ସବୁକଥା କହିଲା ଓ ସେସବୁ ବନ୍ଦ କରିବା ପାଇଁ ମାମୁଁଙ୍କୁ ସେ କିଛି ଉପାୟ ପଚାରିଲା ।

ଏସବୁ କଥା ଶୁଣି ମଧୁ ହସି ହସି କହିଲେ, “ଏଇଟା ତ ଏମିତି କିଛି ଗୋଟେ ବଡ ସମସ୍ୟା ନୁହେଁ । ତୁ ଆଜି ମୋର ଖଟ ଫାଟକ ପାଖରେ ପକାଇବୁ । ଠେଙ୍ଗାଟିଏ ପାଖରେ ରଖିବୁ । ସକାଳ ହେବା ପୂର୍ବରୁ ତୋ ବାପା ଯେବେ ଘରକୁ ଫେରିବେ ଦେଖିବୁ ସେତେବେଳେ କ’ଣ ହେବ । ତୁ ଲୁଚି ଲୁଚି ସବୁ ଦେଖିବୁ ।”

ମାମୁଁଙ୍କ କଥା ଅନୁସାରେ କେଶବ ସବୁ ବ୍ୟବସ୍ଥା କଲା । ସେଦିନ ରାତିରେ ପୂର୍ଣ୍ଣବାବୁ ଯେତେବେଳେ ସାରା ରାତିର କାର୍ଯ୍ୟକ୍ରମ ସାରି ଭୋର୍ ବେଳକୁ ଆପଣା ଘରକୁ ଫେରିଲେ । ଫାଟକ ଖୋଲି ଦେଖିଲେ ଫାଟକର ରାସ୍ତାକୁ ବନ୍ଦ କରି କେହି ଜଣେ ଶୋଇଛି । ସେ ଲୋକକୁ ନ ଡେଇଁଲେ ଭିତରେ ପ୍ରବେଶ କରିବା ଭାରି କଷ୍ଟ । ପୂର୍ଣ୍ଣବାବୁ ଭାବିଲେ ଲୋକଟିକୁ ଡେଇଁକରି ସେ ଯିବେ ନା ପାଚିରି ଚଢି ଯିବେ । ଡେଇଁଯିବା ତ ଅସୁନ୍ଦର କଥା ହେବ । ଏପରି ଭାବୁ ଭାବୁ ସେ ସେଇଠି ଠିଆ ହୋଇ ରହିଲେ । ଦେଖିଲେ ସେ ଲୋକଟି ହଠାତ୍ ଉଠି ବସିଲା । ପୂର୍ଣ୍ଣବାବୁ ଟିକିଏ ଇତସ୍ତତ ହୋଇ କହିଲେ, “ଆରେ ମଧୁ ଏଠି କ’ଣ କରୁଛ? ଘରେ ନ ଶୋଇ ଫାଟକ ପାଖରେ କ’ଣ ଶୋଇଛ?”


ଗପ ସାରଣୀ

ତାଲିକାଭୁକ୍ତ ଗପ