ପୂର୍ଣ୍ଣବାବୁଙ୍କ ସମସ୍ୟା

ମଧୁ ତା’ ଠେଙ୍ଗାଟି ଭିଣେଇଙ୍କ ହାତକୁ ବଢାଇ ଦେଇ କହିଲେ, “ଭିଣେଇବାବୁ, ଗେଡୁ ଚଉକିଆକୁ ତା’ର ଠେଙ୍ଗା ଫେରାଇବାକୁ ଭୁଲିଗଲ ନା କ’ଣ? ଦେଖ ସେହି ଠେଙ୍ଗାଟି ଏଇଠି ପଡିଛି ।”

ତା’ପରେ ସେ ପୂର୍ଣ୍ଣବାବୁ ଆଶ୍ଚର୍ଯ୍ୟ ହୋଇ କିଛି ନ ଜାଣିବା ଭଳି ପଚାରିଲେ “ଏଁ କ’ଣ କହିଲ? ଗେଡୁ? ସିଏ କିଏ? ଠେଙ୍ଗା କ’ଣ? ତମେ କ’ଣ ସବୁ କହିବାକୁ ଚାହୁଁଛ?”

ଏକଥା ଶୁଣି ମଧୁ ହସି ହସି କହିଲେ, “ଦେଖ, ରାତି ସାରା ତମେ ଗେଡୁ ସହିତ ବାଘଛେଳି ଖେଳୁଛ । ଗଳିକନ୍ଦି ବୁଲି ହାତରେ ଠେଙ୍ଗା ଧରି ପହରା ଦେଉଛ । ଏକଥା ତୁମ ପୁଅ ଜାଣେ । ଗ୍ରାମର ଯଦି ଅନ୍ୟମାନେ ଏହା ଜାଣିବେ ଓ ନାନା କଥା କହିବେ ତେବେ ତୁମେ ଆଉ ଏ ଗ୍ରାମରେ ମୁହଁ ଉଠାଇ ଚାଲି ପାରିବ ତ?”

ଏବେ ପୂର୍ଣ୍ଣବାବୁ ବୁଝିଲେ ଯେ ମଧୁ ଯାହା କିଛି ବି କହୁଛି ତାହା ସତ୍ୟ । ସେହି ଗ୍ରାମର ସେ ଜଣେ ଧନୀ ଓ ସମ୍ମାନିତ ବ୍ୟକ୍ତି । ରାତିରେ ଏପରି ଭାବରେ ଯାଇ ଚଉକିଆ କାମ କରିବା ତାଙ୍କପକ୍ଷେ ଭାରି ଅସୁନ୍ଦର କଥା । ସେ ନିଜ କର୍ମ ପାଇଁ ପଶ୍ଚାତାପ କଲେ ଓ ତା’ପରେ ମଧୁକୁ କହିଲେ, “ତୁମ କଥା ଠିକ୍ । ହେଲେ ରାତିରେ ମୋତେ ନିଦ ନ ହେବାରୁ ଏପରି ହେଲା । ଏବେ ମୁଁ ସାରାରାତି କରିବି କ’ଣ? କିମିତି ମୁଁ ମୋ ସମୟ କଟାଇବି ତାହା ତୁମେହିଁ କୁହ ।”

ମଧୁ ହସି ହସି କହିଲେ “ଶୁଣ, ଦିନସାରା ଶୋଇବାରୁ ରାତିରେ ତୁମ ଆଖିକୁ ଆଉ ନିଦ ଆସୁନାହିଁ, ତେଣୁ ଦିନରେ ତମେ ଅଳ୍ପ କିଛି କାମ କରି ପୁଅକୁ ତା’ ବ୍ୟବସାୟରେ ସାହାଯ୍ୟ କର । ନାତିନାତୁଣୀଙ୍କ ସହ ଖେଳ । ଛୋଟିଆ ଛୋଟିଆ କାମ କର । ପୁଅକୁ ସାହାଯ୍ୟ କଲେ ତାକୁ ମଧ୍ୟ ଭଲ ଲାଗିବ । ଏହିପରି ସାରାଦିନ ଅଳ୍ପ ଅଳ୍ପ ପରିଶ୍ରମ କଲେ ରାତିକୁ କ୍ଳାନ୍ତ ହୋଇ ତୁମେ ବିଶ୍ରାମ କରିବ ଓ ତୁମର ନିଦ ନିଶ୍ଚୟ ଭଲ ହେବ । ମୁଁ ତ କିଛିଦିନ ଏଠାରେ ଅଛି । ଦେଖିବି ତୁମର ନିଦ ହେଉଛି କି ନାହିଁ ।”

ଏକଥା ପୂର୍ଣ୍ଣବାବୁଙ୍କ ମନକୁ ଭାରି ପାଇଲା । ତା’ପରଦିନଠୁଁ ସେ ସବୁକଥା ମଧୁ କହିବା ମୁତାବକ କଲେ । ଦିନରେ ଅଳ୍ପ ବହୁତ କାମ କରିବା ଦ୍ୱାରା କ୍ଳାନ୍ତ ହେବାରୁ ରାତିରେ ତାଙ୍କୁ ଭଲ ନିଦ ହେଲା । ଭଲ ନିଦ ବୋଲି ଏକବାରେ ଘୁଙ୍ଗୁଡି ମାରି ସେ ଶୋଇଲେ । ଏବେ ତାଙ୍କ ଘରେ ସମସ୍ତେ ଖୁସି ।


ଗପ ସାରଣୀ

ତାଲିକାଭୁକ୍ତ ଗପ