ପ୍ରକୃତ ଚୋର

ଏହି ଘଟଣା ଘଟିବାର ଠିକ୍ ଦଶଦିନ ପରେ ଭୁଷଣଲାଲ୍ ବଡ ବଜାରରୁ ରେଶମୀ ଶାଢୀ କିଣୁଥିଲା । ସେତେବେଳେ ଖବର ଆସି ପହଁଚିଲା ଓ କାଳବିଳମ୍ବ ନ କରି ସୋମଚନ୍ଦ୍ର ତୁରନ୍ତ ବଜାରରେ ପହଁଚି ତାକୁ ଧରିଲେ । ତା’ଠାରୁ ଶହେ ମୁଦ୍ରା ମିଳିଲା ।

ସୋମଚନ୍ଦ୍ର ରାଗିକରି ପଚାରିଲେ, “ଏବେ କୁହ, ତୁମେ ଏ ଧନ କେଉଁଠୁ ପାଇଲ?”

ଏଭଳି ଧମକପୂର୍ଣ୍ଣ କଥା ଶୁଣି ଭୁଷଣଲାଲ୍ର ମୁହଁ ହଠାତ୍ ବନ୍ଦ ହୋଇଗଲା ଓ ସେ ଭୟରେ ଥରିବାକୁ ଲାଗିଲା । ସୋମଚନ୍ଦ୍ର ତାକୁ ସେଠ୍ ଙ୍କ ପାଖକୁ ନେଇଗଲେ ।

ଭୁଷଣଲାଲକୁ ପଚାରିବାରୁ ସେ ଥରି ଥରି କହିଲା, “ମାଲିକ, ଚୋର ମୁଁ ନୁହଁ । ଯଦି ମୁଁ ସତକଥା କହିବି ତ ତେବେ ଆପଣଙ୍କୁହିଁ ଲଜ୍ଜା ହେବ ।”

ସେଠ୍ ଜୀ ପଚାରିଲେ “ମୋତେ ପୁଣି ଲଜ୍ଜା ହେବ? ମୋର ଧନ ଚୋରି ଯାଇଛି । ସେ ପୁଣି କିପରି କଥା? ଖୋଲିକି ସବୁ କଥା ସଫା ସଫା କରି କହ ।”

ତହୁଁ ସେ ଭୁଷଣଲାଲ୍ କହିଲା, “ଆପଣଙ୍କ ଶ୍ୟାଳକ ଧନଗୁପ୍ତ ଚୋରି କରିଛନ୍ତି । ସେ ମଦ ପିଇ ଜୁଆ ଖେଳି ବୁଲନ୍ତି । ଟଙ୍କା ଶେଷ ହୋଇ ଯିବାରୁ ସେହିଁ ଆପଣଙ୍କ ଧନ ଆତ୍ମସାତ କରିଛନ୍ତି । ଆପଣଙ୍କର ଉକ୍ତ ଘରେ ଧନରତ୍ନ ଅଛି ବୋଲି ଜାଣି ଆମେ ଚାରିଜଣ ପାଳି କରି ପହରା ଦେଉ । ଜଣେ ପହରାଦିଏ ତ ଆଉ ଅନ୍ୟ ତିନିଜଣ ଶୁଅନ୍ତି । ଦିନେ ମୁଁ ପହରା ଦେବା ସମୟରେ ସେ ଛୁରା ଧରି ଘର ଭିତରେ ପଶି ଆସିଲେ ଓ ପାଟି କରିଲେ; ମାରିଦେବେ ବୋଲି ଧମକ ବି ଦେଲେ । ତେଣୁ ସେତେବେଳେ ମୁଁ କିଛି ନ କହି ଚୁପ୍ ରହିଲି । ସେ ସବୁତକ ଧନ ଚୋରି କରି ମୋତେ ଲାଂଚ ସ୍ୱରୂପ ଏହି ଦୁଇଶହ ମୁଦ୍ରା ଦେଇଛନ୍ତି ।”

ଏସବୁ କଥା ଜଣାଯିବା ପରେ ସେଠଜୀ ତାଙ୍କ ଶ୍ୟାଳକ ଧନଗୁପ୍ତଙ୍କୁ ନିଜ ଘରକୁ ପଠାଇଦେଲେ ଓ ଏସବୁ କଥା ଆଉ କେଉଁଠି ପ୍ରଘଟ ନ କରିବାକୁ ସମସ୍ତଙ୍କୁ କଡା ନିର୍ଦ୍ଧେଶ ଦେଲେ । ଯେତେ ଯାହାହେଲେ ବି ସେ ତାଙ୍କ ସ୍ତ୍ରୀର ଭାଇ ତ! ସେ ଧନଗୁପ୍ତର ଘର ଖୋଜି ସବୁ ଧନତକ ପାଇଲେ ।

ତା’ପରେ ରତ୍ନଗୁପ୍ତ ସୋମଚନ୍ଦ୍ରଙ୍କୁ ଡାକି ପଚାରିଲେ, “ତୁମେ ଅସଲ ଚୋରକୁ କିପରି ଧରିଲ?”

ସୋମଚନ୍ଦ୍ର ହସି ହସି କହିଲେ, “ଏଇଟା ତ ଏତେ କିଛି କଷ୍ଟ ନୁହେଁ । ନିର୍ଦ୍ଦୋଷ ଲୋକ ଦେହରେ ଦୋଷ ଲଗାଇଲେ ସେ ଅତ୍ୟନ୍ତ ଦୁଃଖୀ ହୋଇଯାଏ । ଧର୍ମବୀର ଉପରେ ଦୋଷାରୋପ କରିବା ବେଳେ ସେ ଅତ୍ୟନ୍ତ ବ୍ୟାକୁଳ ହୋଇ ପଡିଲା । ମାତ୍ର ରାମନାଥ ଏହାର ତୀବ୍ର ବିରୋଧ କଲା କାରଣ ନିର୍ଦ୍ଦୋଷ ଲୋକ ଏତେ ସହଜରେ ଅନ୍ୟାୟକୁ ମାନି ନିଅନ୍ତି ନାହିଁ । ଆଉ ଚନ୍ଦ୍ରନାଥ ବିରୋଧ କରିବା ସଙ୍ଗେ ସଙ୍ଗେ ଯୁକ୍ତି ମଧ୍ୟ ଦେଲା କି ସେ କାମ ତା’ର ନୁହେଁ । ତେଣୁ ତାକୁ ଦୋଷୀ ସାବ୍ୟସ୍ତ କରିବାଟାହିଁ ଭୁଲ୍ । ଏପରି ଲୋକ ଦୋଷୀ ବି ହୋଇପାରେ ନିର୍ଦ୍ଦୋଷୀ ବି ହୋଇପାରେ । କିନ୍ତୁ ଭୁଷଣଲାଲ୍ ଉପରେ ଦୋଷାରୋପ କରିବା ମାତ୍ରେ ସେ ହଠାତ୍ ଚମକି ଉଠିଲା । ନୂଆ କରି ଚୋରି କରିବା ଲୋକ ଅବଶ୍ୟ ଭୟ ପାଇଥାଏ । ତେଣୁ ଭୁଷଣଲାଲ୍କୁ ଦେଖି ମୁଁ ଅନ୍ଦାଜ କଲି ହୁଏତ ସେ ଚୋରି କରିଛି ବା ଚୋରି ସମ୍ପର୍କରେ କିଛି ଜାଣେ ।”

ସବୁ କଥା ଶୁଣି ସେଠ୍ ରତ୍ନଗୁପ୍ତ ସୋମଚନ୍ଦ୍ରଙ୍କ ବୁଦ୍ଧିମତାର ଖୁବ୍ ପ୍ରଶଂସା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ