ପ୍ରତିଭା ପ୍ରତିଯୋଗିତା

କିନ୍ତୁ ସେଠି ପହଁଚି ସେ ଦେଖିଲେ, ରାଜାଙ୍କ ପାଖକୁ ଯିବା ଏତେ ସହଜ ନୁହେଁ ।

ଦିନେ ସନ୍ଧ୍ୟାରେ ପ୍ରସନ୍ନ ଅତିଥିଭବନ ପାଖରେ ଥିବା ଜଣେ ଜହୁରୀ ସହ କଥାବାର୍ତ୍ତା କରୁଥାନ୍ତି । ସେ କହିଲେ, “ଏ ନଗରୀରେ ଖାଂଟି ହୀରା ଚିହ୍ନିଲା ଭଳି ଜହୁରୀ ତ ଅଛନ୍ତି, ମାତ୍ର ଗୁଣ ଚିହ୍ନିଲା ଭଳି ଗୁଣିଆ ନାହାଁନ୍ତି ।”

ଏଭଳି କଥା ଶୁଣି ଜହୁରୀ ପଚାରିଲା “ଏପରି କାହିଁକି କହୁଛନ୍ତି?”

ପ୍ରସନ୍ନ କହିଲା “ମୋ ନିଜ ଅଭିଜ୍ଞତାରୁ ମୁଁ ଏହା କହୁଛି । ମୋ କବିତା ଶୁଣାଇବା ସକାଶେ ରାଜାଙ୍କ ପାଖକୁ ମୁଁ ଯିବି – ସେତିକି ସୁବିଧା ପାଇଲି ନାହିଁ ।”

ଜହୁରୀ ସବୁଶୁଣି କହିଲେ “ଏଥିପାଇଁ ଦରବାରର ତତ୍ତ୍ୱାବଧାରକକୁ କିଛି ସଲାମୀ ଦେବାକୁ ହେବ ।”

ସଙ୍ଗେ ସଙ୍ଗେ ଗୋଟିଏ ବ୍ୟଙ୍ଗ କବିତା ରଚନା କରି ପ୍ରସନ୍ନ ତାଙ୍କୁ ଶୁଣାଇ ଦେଲେ । ସେ କବିତାର ମର୍ମ ହେଲା, “ଯେଉଁ ରାଜାଙ୍କ ପାଖକୁ ଯିବାକୁ ହେଲେ ସଲାମୀ ଦେବାକୁ ହେବ, ସେ ରାଜାଙ୍କୁ ଦୂରରୁ ସଲାମ୍!”

ଠିକ୍ ସେତିକିବେଳେ ରାଜକବି ଦେବୀଦାସ ଆସି ସେଠାରେ ପହଁଚି ଯାଇ ପଛରେ ଦ୍ୱାର ପାଖରୁ ସେ ଦୁହିଁଙ୍କ କଥାବାର୍ତ୍ତା ଶୁଣିଲେ । ସେ ଥିଲେ ଜହୁରୀଙ୍କ ବନ୍ଧୁ । ସେ ଇଶାରା ଦେଇ ଜହୁରୀଙ୍କୁ ନୀରବ ରହିବାକୁ କହିଲେ ।

କିଛି ସମୟ ପରେ ପ୍ରସନ୍ନ ବୁଝି ପାରିଲେ ଯେ ପଛରେ କେହି ଜଣେ ନୀରବରେ ଠିଆ ହୋଇଛି । ତେଣୁ ସେ ବୁଲି ପଡି ଦେଖିଲେ ।

ରାଜକବି ପଚାରିଲେ, “ଯୁବକ! ତମେ ତ ଜଣେ ଖୁବ୍ ବିଚକ୍ଷଣ କବି ବୋଲି ମନେ ହେଉଛି । ତେବେ ଦରବାରକୁ ଯାଉ ନ କାହିଁକି?”

ତାଙ୍କ କଥା ଶୁଣି ପ୍ରସନ୍ନ ଟିକିଏ ଉତ୍ତେଜିତ ହୋଇ କହିଲେ, “ମୋତେ ସେଠାକୁ ନେବ କିଏ? ସିଂହ ଆଗରେ ଯେପରି ଶୃଗାଳର ଗତି ହୁଏ, ରାଜଦରବାରରେ ମୁଁ ପହଁଚିଲେ ଦେବୀଦାସଙ୍କ ଭଳି କବିମାନେ ଛାନିଆ ହୋଇ ସେଠାରୁ ପଳାଇ ଯିବେ ।”

ପ୍ରସନ୍ନ ବ୍ୟଙ୍ଗକବିତା ରୂପରେ ଏହା କହିଲେ ।

ରାଜକବି ଦେବୀଦାସ ଏହା ଶୁଣି ହସିଲେ ଓ କହିଲେ, “ତମକୁ ମୁଁ ରାଜାଙ୍କ ପାଖକୁ ନିଶ୍ଚୟ ନେଇଯିବି ।”

ପ୍ରସନ୍ନ ପଚାରିଲେ “କ’ଣ ଥଟ୍ଟା କରୁଛନ୍ତି?”

ଦେବୀଦାସ କହିଲେ “ନା, ତମେ କାଲି ସକାଳେ ପ୍ରସ୍ତୁତ ହୋଇ ରହିଥିବ ।”

ପରଦିନ ରାଜକବିଙ୍କ ଘୋଡାଗାଡି ଆସି ଅତିଥିଭବନରେ ପହଁଚିଲା ଓ ପ୍ରସନ୍ନଙ୍କୁ ଦରବାରକୁ ନେଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ