ପ୍ରବୀଣଙ୍କ ପାଇଁ ଚାରିମାର୍ଗ

ପ୍ରଥମ ବାଟଟି ହେଲା, ଜୀବନରେ ସବୁବେଳେ ହସୁଥିବ । ଛୋଟ ଛୋଟ କଥାରେ ବି ହସିବାର ଖୋରାକ୍ ସାଉଁଟିବ । ସମସ୍ତଙ୍କୁ କେବଳ ଭଲ ପାଇବ, ଦେଖିବ ହସିବାର ବାଟ ଆପେ ଆପେ ମିଳିଯିବ । ଦ୍ୱିତୀୟ କଥାଟି ହେଲା, ଯୁବକ ଅବସ୍ଥାରେ ମନରେ ଯେପରି ସ୍ୱପ୍ନ ଦେଖୁଥିଲ, ଠିକ୍ ସେହିଭଳି ବୃଦ୍ଧ ଅବସ୍ଥାରରେ ମଧ୍ୟ ସ୍ୱପ୍ନ ଦେଖ । ସ୍ୱପ୍ନ ଦେଖି ତାକୁ କାର୍ଯ୍ୟକାରୀ କରିବା ପାଇଁ ବୟସର ଆଦୌ କୌଣସି ସୀମା ନଥାଏ । ତୃତୀୟ କଥାଟି ହେଲା, ତୁମେ ବୃଦ୍ଧ ହୋଇ ଯାଇପାର, କିନ୍ତୁ ବଢିବା କେବେବି ବନ୍ଦ କର ନାହିଁ । ଜଣେ ଯୁବକ ଯଦି କୋଡିଏ ବର୍ଷ ବୟସରେ ମାନସିକ ଭାବେ ବଢିବା ବନ୍ଦ କରିଦେବ, ତେବେ ସେ ଯୁବାବସ୍ଥାରେ ବି ବୃଦ୍ଧ । ତୁମେ ମଲା ଯାଏଁ ବି ବଢି ପାରିବ । କେବଳ ମନକୁ ଖୋଲା ରଖ ଓ ସବୁ କିଛି ଗ୍ରହଣ କର । କୌଣସି କଥାକୁ ବିନା ବିଚାରରେ କେବେବି ପ୍ରତ୍ୟାଖାନ କର ନାହିଁ । ତୁମେ ବରିଷ୍ଠ ବୋଲି ସବୁ କିଛି ଜାଣିଛ । ଏ ଅହଂକୁ ନିଜ ମନରୁ ଦୂରାଅ । ଚତୁର୍ଥ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, କେବେବି ଅତୀତକୁ ନେଇ କୌଣସି ପ୍ରକାର ଅନୁଶୋଚନା କରନାହିଁ । କ’ଣ କରିଥିଲେ, କଣ ହୋଇଥିଲେ, କଣ ହୋଇଥାନ୍ତା ତାହା ଯମା ଭାବନାହିଁ ।

ଜୀବନର ଲାଭ-କ୍ଷତିର ହିସାବ କଦାପି କରନାହିଁ । ବର୍ତ୍ତମାନକୁ ନେଇ ହିଁ ବଂଚ । ଦୁଃଖୀ ଦମ୍ପତି ଏହି କଥାକୁ ମାନିଲେ ଓ ଅତ୍ୟନ୍ତ ସୁଖରେ ସେମାନେ ତାଙ୍କ ଅବଶିଷ୍ଟ ଜୀବନ ବିତାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ