ପ୍ରମାଣ

ଯଦି କୌଣସି ଏକ ମିଥ୍ୟା କଥାକୁ ବାରମ୍ବାର ସତ୍ୟ ବୋଲି ଅଭିହିତ କରାଯାଏ କିମ୍ବା ବହୁବ୍ୟକ୍ତି ମିଥ୍ୟାକୁ ସତ୍ୟର ଆଖ୍ୟା ଦିଅନ୍ତି । ତା’ହେଲେ ମିଥ୍ୟା ସତ୍ୟରେ ପରିଣତ ହୋଇଥାଏ । ଏହି ସିଦ୍ଧାନ୍ତ ଅନୁଯାୟୀ ତେନାଲୀରାମାଙ୍କ ବିରୋଧୀମାନେ ଏକ ଷଡଯନ୍ତ୍ର ଆରମ୍ଭ କଲେ ଯେ – ତେନାଲୀରାମାଙ୍କ ବିରୋଧରେ ରାଜାଙ୍କୁ କିଛି କହିବା ପାଇଁ ।

                ସେଥିପାଇଁ ଦରବାରରେ ଥିବା ପ୍ରତ୍ୟେକ କର୍ମଚାରୀ ଜଣ ଜଣ କରି ପ୍ରତିଦିନ ଯାଇ ରାଜାଙ୍କୁ ତେନାଲୀରାମାଙ୍କ ବିରୋଧରେ କିଛି କଥା କହିବେ । ଯାଫଳରେ କିଛି ଦିନ ଗଲେ ରାଜା ତେନାଲୀରାମାଙ୍କୁ ଦରବାରରୁ ବହିଷ୍କାର କରିଦେବେ ।

                ଏହାପରେ ପ୍ରତ୍ୟେକ କର୍ମଚାରୀ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଦେଲେ ।

                ଜଣେ କର୍ମଚାରୀ ପ୍ରଥମେ ଯାଇ ରାଜାଙ୍କ ନିକଟରେ ପହଁଚି କହିଲା, “ମହାରାଜ! ଆପଣ କ’ଣ ଶୁଣି ନାହାଁନ୍ତି?”

                “କାହିଁ…..କଣ ହେଲା?” ରାଜା ପଚାରିଲେ

                “ମହାରାଜ! ମୋ କଥାକୁ ଆପଣ ଯଦି ଅବିଶ୍ୱାସ ନ କରିବେ ତା’ହେଲେ ମୁଁ କହିବି ।”

                “ହଁ…..ହଁ କିଛି ଚିନ୍ତା ନ କରି କ’ଣ ହୋଇଛି କୁହ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ