ପ୍ରମାଣ

                ଚିଠିଟି ମନ୍ତ୍ରୀଙ୍କ ଠାରୁ ଶୁଣି ସାରିବାପରେ ହଠାତ୍ ରାଜା କାନ୍ଦି ପକାଇଲେ ଓ କହିଲେ – “ମୁଁ ମଧ୍ୟ ଏଇ କର୍ମଚାରୀମାନଙ୍କ କଥାରେ ପାଗଳ ହୋଇଗଲି । ତେନାଲୀରାମାଙ୍କୁ ସଂଗେ ସଂଗେ ଦଣ୍ଡ ଦେବାକୁ ମୁଁ ନିଷ୍ପତି ନେଇଗଲି । ତେନାଲୀରାମା ହେଉଛନ୍ତି ମୋ ଦରବାରର ହୀରା । ତାଙ୍କ ପରି ଲୋକ ମୁଁ କ’ଣ ଆଉ କେବେବି ପାଇପାରିବି ।”

                ଏହା ଶୁଣି ମନ୍ତ୍ରୀ କହିଲେ, “ଆପଣ ପ୍ରକୃତରେ ସତ୍ୟ କହୁଛନ୍ତି ମହାରାଜ, ତେନାଲୀରାମା ତ’ ପ୍ରଚଣ୍ଡ ବୁଦ୍ଧିମାନ ଥିଲେ – ପ୍ରକୃତରେ କେହି ବି ତାଙ୍କ ସ୍ଥାନ ଆଦୌ ପୂରଣ କରିପାରିବେ ନାହିଁ । ସେ ଯେପରି ରାଜଭକ୍ତ, ବିଦ୍ୱାନ ପଣ୍ଡିତ, ଠିକ୍ ସେହିପରି ସତ୍ୟବାଦୀ ଏବଂ ସଚ୍ଚୋଟ ମଧ୍ୟ । ଏହି ସବୁ ଗୁଣ ସହିତ ସେ ମଧ୍ୟ ସମସ୍ତଙ୍କର ଉପକାର କରନ୍ତି ।

                ରାଜା ଦେଖିଲେ ଯେ, ଯେଉଁ କର୍ମଚାରୀମାନେ ତେନାଲୀରାମାଙ୍କ ବିରୋଧରେ ମାତିଥିଲେ, ସେହିମାନେ ତେନାଲୀରାମାଙ୍କ ପ୍ରଶଂସା କରିବାକୁ ଲାଗିଲେ ।

                ଏଥର ରାଜା ନିଜର ଭୁଲ୍ ବୁଝିପାରିଲେ । ତେଣୁ ସଂଗେ ସଂଗେ ସେ ଆଦେଶ ଦେଲେ – “ତେନାଲୀରାମାଙ୍କ ଆତ୍ମାର ଶାନ୍ତି ପାଇଁ ଶୋକ ସଭା କରାଯିବ । ତାପରେ ସମସ୍ତେ ତେନାଲୀରାମାଙ୍କ ଆତ୍ମାର ଶାନ୍ତି ପାଇଁ ନୀରବରେ ପ୍ରାର୍ଥନା କଲେ । ଏହାପରେ ସମସ୍ତେ ତେନାଲୀରାମାଙ୍କର ସଦ୍ଗୁଣ ସଂପର୍କରେ ଆଲୋଚନା ଆରମ୍ଭ କଲେ ।

                ଠିକ୍ ଏହି ସମୟରେ ହଠାତ୍ ଜଣେ ଜଟାଧାରୀ ବାବାଜୀ ଆସି ସେଠାରେ ପହଁଚି କହିଲେ, “ମହାରାଜଙ୍କର ଜୟ ହେଉ । ମହାରାଜ ନିଜେ ଏବଂ ତାଙ୍କର ପାରିଷଦ ବର୍ଗ ସମସ୍ତେ କ’ଣ ମୋର ସଚ୍ଚୋଟପଣିଆ ସଂପର୍କରେ ଚର୍ଚ୍ଚା କରୁଛନ୍ତି । ଏବେ ମହାରାଜ ଆପଣଙ୍କୁ ମୋ ସତ୍ୟତାର ପ୍ରମାଣ ମିଳିଗଲା ତ?”

                 ଏହି ବାବାଜୀ ବେଶ ଧାରଣ କରିଥିବା ବ୍ୟକ୍ତି ଜଣକ ସ୍ୱୟଂ ତେନାଲୀରାମା ହିଁ ଥିଲେ ।

                ରାଜା କୃଷ୍ଣ ଦେବରାୟ ତେନାଲୀରାମାଙ୍କୁ ଏପରି ରୂପରେ ଦେଖି ହସି ହସି କହିଲେ – “ତେନାଲୀରାମା! ସତରେ ତୁମକୁ କେହି ବି ହରାଇ ପାରିବେ ନାହିଁ । ତୁମକୁ ଜିତିବା ବଡ କଷ୍ଟ । ତୁମେ ଏପରି ଅଭିନୟ କରି କେବଳ ନିଜକୁ ଯେ ନିର୍ଦୋଷ ସାବ୍ୟସ୍ତ କରିପାରିଛ ତାହା ନୁହେଁ, ବରଂ ତୁମର ସମାଲୋଚକ ମାନଙ୍କର ମୁଖ ସବୁଦିନ ପାଇଁ ବନ୍ଦ କରି ଦେଇପାରିଛ ।

                ରାଜାଙ୍କ ଏପରି କଥା ଶୁଣି ତେନଲୀରାମା ଅତ୍ୟନ୍ତ ଖୁସି ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ