ବଙ୍କୁଲୀ ବାଡି ପ୍ରତି ଭୟ

ଗୋଟିଏ ଗ୍ରାମରେ ଜଣେ ସ୍ତ୍ରୀ ଲୋକ ବାସ କରୁଥିଲା । ସେ ପ୍ରତିଦିନ ଅପରାହ୍ନରେ ତା’ର ସ୍ୱାମୀକୁ ଦଶଥର ଜୋତାରେ ମାରୁଥିଲା ।

                ସେହି ସ୍ତ୍ରୀଲୋକର ଏକ ଝିଅ ମଧ୍ୟ ଥିଲା । ସେ ବିବାହ ଯୋଗ୍ୟା ହେବା ପରେ ତା’ପାଇଁ ବରପାତ୍ର ଖୋଜା ଚାଲିଲା । ସେ ଝିଅଟି ରୂପରେ ଖୁବ୍ ସୁନ୍ଦର ଥିଲା । କିନ୍ତୁ ମା’ ଯେମିତି ଜୋତା ପ୍ରହାର କରେ ସେ ମଧ୍ୟ ଠିକ୍ ସେମିତି କରିପାରେ ବୋଲି ସେଥିପାଇଁ ଯେତେ ପ୍ରସ୍ତାବ ଆସିଲେ ମଧ୍ୟ କେହି ରାଜିହେଲେ ନାହିଁ ।

                ଚାରିଆଡେ କ୍ରମେ ଏହି ଜୋତା ପ୍ରହାର କରୁଥିବା ନାରୀ ସଂପର୍କରେ ଚର୍ଚ୍ଚା ହେଲା ।

                ଠିକ୍ ସେହିପରି ତେନାଲୀରାମାଙ୍କ ଚତୁରତା ସଂପର୍କରେ ମଧ୍ୟ କିଛି କମ୍ ଚର୍ଚ୍ଚା ହେଉନଥାଏ । ଏହି ମଉକାରେ କେତେକ ବ୍ୟକ୍ତି ତେନାଲୀରାମାଙ୍କ ବିରୋଧରେ ଲାଗି ପଡିଲେ । ଏପରିକି ତେନାଲୀରାମାଙ୍କ ସଂପର୍କୀୟମାନେ ମଧ୍ୟ ତାଙ୍କ ପ୍ରତି ଈର୍ଷା କରୁ ଥାଆନ୍ତି ।

                ଦିନେ ତେନାଲୀରାମାଙ୍କର କୌଣସି କାମ ନଥିବାରୁ ସେ ତ ତାଙ୍କ ଘରେ ଥାଆନ୍ତି । ଠିକ୍ ସେହି ସମୟରେ ଜଣେ ପୁରୋହିତ ତାଙ୍କୁ ଦେଖା କରିବାକୁ ଆସିଲେ । ତେନାଲୀରାମା ସେ ପୁରୋହିତଙ୍କର ମଧ୍ୟ ଉପଯୁକ୍ତ ସତ୍କାର କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ