ବଙ୍କୁଲୀ ବାଡି ପ୍ରତି ଭୟ

                ତେନାଲୀରାମା ମଧ୍ୟ ସେ ଯୁବକଟିକୁ ଏହିପରି ଆଚରଣ ଦେଖାଇବାକୁ ଆଗରୁ କହିଥାଆନ୍ତି । ତେନାଲୀରାମା ଓ ନିଜ ସ୍ୱାମୀର ଏପରି ରାଗ ଦେଖି ସେ ଝିଅଟି ଖାଲି ଡରି ମରି ତା’ ସାଙ୍ଗରେ ଆଣିଥିବା ଜୋତାକୁ ସେ ଘର କୋଣରେ ଫୋପାଡି ଦେଲା । ତାପରଦିନ ଖାଇ ସାରିବା ପରେ ତେନାଲୀରାମା ଓ ବିଷ୍ଣୁଶର୍ମା କଥାବାର୍ତ୍ତା କରୁଥାଆନ୍ତି ।

                ତେନାଲୀରାମା ବିଷ୍ଣୁଶର୍ମାଙ୍କ ପିଠି ଆଉଁସିଦେବା ସମୟରେ କହିଲେ, “କ’ଣ ବିଷ୍ଣୁ ମହାଶୟ! ଆପଣ ନଖାଇ ନପିଇ ଏପରି କଙ୍କାଳ ରୂପ କାହିଁକି ଧାରଣ କରିଛନ୍ତି?”

                ତେନାଲୀରାମାଙ୍କ ଏପରି କଥା ଶୁଣି, ବିଷ୍ଣୁ ଶର୍ମା ସମସ୍ତ ଘଟଣା ତାଙ୍କୁ ଜଣାଇଲେ । ସବୁ ଶୁଣି ସାରି ତେନାଲୀରାମା କହିଲେ, “ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଯାହା କହିବି ଆପଣ କେବଳ ତାହା କରନ୍ତୁ । ଦେଖିବେ ସବୁ କିଛି ଠିକ୍ ହୋଇଯିବ ।”

                ତେନାଲୀରାମା ବିଷ୍ଣୁ ଶର୍ମାଙ୍କୁ ନିଜ ଘରେ ଚାରି ମାସ ପର୍ଯ୍ୟନ୍ତ ରଖି ପ୍ରତିଦିନ ତାଙ୍କୁ ସୂର୍ଯ୍ୟପ୍ରଣାମ କରାଇଲେ? ଖାଇବା ପାଇଁ ମଧ୍ୟ ତେନାଲୀରାମା ତାଙ୍କୁ ନାନାଦି ସୁସ୍ୱାଦୁ ଖାଦ୍ୟ ଆଣି ଦେଲେ । ଚାରିମାସ ପରେ ବିଷ୍ଣୁ ଶର୍ମାଙ୍କ ସ୍ୱସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଲା ।

                ଏହାପରେ ତେନାଲୀରାମା ତାଙ୍କୁ ଏକ ଶକ୍ତ କାଠରେ ଏକ ବଂକୁଲୀ ବାଡି ତିଆରି କରି ଦେଲେ । ବିଷ୍ଣୁ ଶର୍ମା ଏହି ବାଡିକୁ ନେଇ ନିଜ ଘରକୁ ଯିବାକୁ ବାହାରିଲେ ।

                ଘରେ ପହଁଚିବା ପରେ ସ୍ତ୍ରୀ ତାଙ୍କୁ ଦେଖି ଖୁସି ହୋଇଗଲେ ସତ । କିନ୍ତୁ ସ୍ୱାମୀଙ୍କୁ ବସାଇ ଚାରିମାସ ହେବ ଯେତିକି ଜୋତା ପ୍ରହାର ଖାଇବା କଥା, ସେତିକି ମାରିବାକୁ ଉଦ୍ୟତ ହୁଅନ୍ତେ, ସ୍ୱାମୀ ସଂଗେ ସଂଗେ ବାଡି ଉଠାଇ ରମା ବାଈଙ୍କୁ ଦୁଇ ଚାରି ପାହାର ସେକିଦେଲେ ।

                ସ୍ୱାମୀଙ୍କର ଏପରି ଉଗ୍ରରୂପ ଦେଖି ରମାବାଈ ହଠାତ୍ ଡରିଗଲେ । ସେହିଦିନ ଠାରୁ ସେ ସ୍ୱାମୀଙ୍କୁ ଜୋତା ପ୍ରହାର ନ କରି ସ୍ୱାମୀଙ୍କୁ ଦେବତା ତୁଲ୍ୟ ପୂଜା କରିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ