ବନ୍ଧୁଙ୍କ ଅସୁଲି

‘ଏହା ପାଖରେ ବୋଧେ ଆହୁରି ଧନ ରହିଛି’ – ଏହା ଚିନ୍ତା କରି ଶୋଭନକୁ ଲୋଭ ଲାଗିଲା ଏବଂ ସେ କହିଲା – ‘ସତରେ ସ୍ତ୍ରୀ ଲୋକମାନଙ୍କ ହାତରେ ଧନ ଏବଂ ପୁରୁଷମାନଙ୍କ ହାତରେ ସନ୍ତାନସନ୍ତତି ବଢନ୍ତି ନାହିଁ ।’

ଏହା କେବଳ ପ୍ରବାଦ ନୁହେଁ ବରଂ ବାସ୍ତବ ଘଟଣା । ‘ବ୍ୟବସାୟରେ ମୋର ଯାହା ବି କିଛି କ୍ଷତି ହେଲା ତାହା ବ୍ୟତୀତ ଏବେ ବି ମଧ୍ୟ ମୋ ପାଖରେ ଷୋହଳ ହଜାର ବାକି ଅଛି । ମୁଁ ତାହାକୁ ଗୋଟିଏ ଗୋଟିଏ ଘଡିରେ ହଜାରେ ଟଙ୍କା ଲେଖାଏଁ ରଖି ଚାରି ବଖରା ଘରର ଚାରି କୋଣରେ ପୋତି ଦେଇଛି । ଷୋହଳଟି ଘଡିରେ ଟଙ୍କା ରହିଛି । ଏ କଥା ମୋ ସ୍ତ୍ରୀକୁ ଥରକରେ କହି ଦେବ ନାହିଁ, ତେଣୁ ଶୁଣ… ।’ ଏହା କହି ଗୋବିନ୍ଦରାଜ ଟିକେ ଅଟକିଗଲେ ।

‘କହନ୍ତୁ! କହନ୍ତୁ!!’ – ଶୋଭନ ଆତୁରତାର ସହିତ କହିଲା ।

ଗୋବିନ୍ଦରାଜ କହିଲେ ‘ମଝିରେ ମଝିରେ ମୋ ଘରକୁ ଆସି ଘରର ଅବସ୍ଥା ଦେଖି ଯାଉଥିବା ବୋଧନକୁ ମଧ୍ୟ ଏକଥା ମୁଁ କହିବି ନାହିଁ । ତାଙ୍କ ଉପରୁ ମୋର ବିଶ୍ୱାସ ତୁଟି ଯାଇଛି । ତେଣୁ ତୁମକୁ ଭରସା କରି ତୁମଠାରୁ ମୁଁ ଏହି ଉପକାର ଭିକ୍ଷା କରୁଛି ।’

‘ସେହିପରି କରିବି । ମୋ ଉପରେ ବିଶ୍ୱାସ ରଖି ଏଥର ନିଶ୍ଚିତ ହୋଇଯାଆନ୍ତୁ!’ ଏହା କହି ଶୋଭନ ସେଠାରୁ ଚାଲିଗଲା ।

ସେ ଦିନ ସଂଜରେ ଗୋବିନ୍ଦରାଜ ତାଙ୍କର ଦ୍ୱିତୀୟ ବନ୍ଧୁ ବୋଧନକୁ ଡକାଇଲେ । ଶୋଭନକୁ ଯାହା କହିଥିଲେ ବୋଧନକୁ ମଧ୍ୟ ତାହା କହିଲେ । ଏ କଥା ମଧ୍ୟ କହିବା ପାଇଁ ସେ ଭୁଲିଲେ ନାହିଁ ଯେ ଏ ବିଷୟରେ ଶୋଭନ କିଛି ବି କଥା ନ ଜାଣିବା ଉଚିତ୍ ।

‘ମୁଁ କିପରି ଏପରି ତାଙ୍କୁ କହିଦେବି… । ଆପଣ ନିଶ୍ଚିତ ହୁଅନ୍ତୁ ମୁଁ ସବୁକିଛି ଦେଖି ନେବି!’ ବୋଧନ ବଡ ବିଶ୍ୱାସପୂର୍ବକ ଗୋବିନ୍ଦରାଜଙ୍କୁ ଏହା କହିଲେ ।

କିଛି ଦିନ ପରେ ଗୋବିନ୍ଦରାଜର ସ୍ତ୍ରୀ ଶୋଭନ ପାଖକୁ ଯାଇ କହିଲା- ‘ମୋ ପାଖରେ ଆଜିକାଲି ଟଙ୍କା ପଇସା ନଥିବାରୁ ବଡ ଅସୁବିଧା ହେଉଛି । ମୋତେ ପଚିଶି ଟଙ୍କା ଧାର ଆବଶ୍ୟକ ।’

ଶୋଭନ କହିଲା ‘ମୋ ପାଖରେ ଟଙ୍କା କେଉଁଠୁ ଆସିବ । ତାଛଡା ତୁମେ ବି ଏମିତି ଆଉ କେତେ ଦିନ ପର୍ଯ୍ୟନ୍ତ ଉଧାର ନେଇ ଜୀବନ ବିତାଇବ? ଦୋକାନଟି ବିକ୍ରି କରିଦିଅ । ହଜାରେ ଟଙ୍କା ପର୍ଯ୍ୟନ୍ତ ମିଳିଯିବ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ