ବର୍ଷା ରାଣୀ

                ତେନାଲୀରାମା କହିଲେ “ମହାରାଜ, ପ୍ରକୃତ କଳାକାର କେବେ ବି କାହାକୁ ଖୁସି କରିବାପାଇଁ ମୂର୍ତ୍ତି ତିଆରି କରେ ନାହିଁ । ମୁଁ କିନ୍ତୁ ଏପରି ଏକ କଳାକାରକୁ ଦେଖିଛି ଯିଏ କି ମୂର୍ତ୍ତି ତିଆରି କରି କରି ସ୍ଥାଣୁ ପାଲଟି ଯାଇଛନ୍ତି । ଏପରିକି ତାଙ୍କୁ ତାଙ୍କର ଆଖ ପାଖର ଖବର ମଧ୍ୟ ଜଣା ନାହିଁ ।

                ତେନାଲୀରାମାଙ୍କ ଠାରୁ ଏପରି କଥା ଶୁଣି ରାଜା ସେହି କଳାକାରଙ୍କୁ ଦେଖିବାପାଇଁ ଗଭୀର ଇଚ୍ଛା ପ୍ରକାଶ କଲେ । ତା’ପରଦିନ ରାଜା କୃଷ୍ଣଦେବରାୟ ନିଜ ଘୋଡା ଉପରେ ବସି ମନ୍ତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ସାଙ୍ଗରେ ଧରି ସେହି କଳାକାରଙ୍କ ପାଖକୁ ବାହାରିପଡିଲେ ।

                କିଛି ବାଟ ଯିବାପରେ ସେମାନେ ଜଙ୍ଗଲ ମଧ୍ୟରେ ଥିବା ‘କଳାପାହାଡ’ ନାମକ ଏକ ସ୍ଥାନରେ ପହଁଚିଲେ । ସେ ପାହଡର ଗୁମ୍ଫା ମଧ୍ୟରୁ ଖାଲି ଠକ୍ ଠକ୍ ଶବ୍ଦ ଶୁଣା ଯାଉଥିଲା । ରାଜା କୃଷ୍ଣଦେବରାୟ ସେ ଗୁମ୍ଫା ମଧ୍ୟକୁ ପ୍ରବେଶ କଲେ । ସେଠାରେ ପହଁଚି ରାଜା ଯାହା ଦେଖିଲେ ନିଜ ଆଖିକୁ ମୋଟେ ବିଶ୍ୱାସ କରିପାରିଲେ ନାହିଁ । ତାଙ୍କ ଚାରିପାଖରେ କେବଳ ମୂର୍ତ୍ତି ଗୁଡିକ ହିଁ ରଖାଯାଇଥିଲା । ସେହି ସବୁ ମୂର୍ତ୍ତି ଗହଣରେ କାଳକାରଟି ଏପରି ବସିଥାଏ, ସତେ ଯେପରି ସେ ନିଜେ ବି ଏପରି ଏକ ମୂର୍ତ୍ତି । ରାଜା କୃଷ୍ଣଦେବରାୟ ତାଙ୍କ ପାଖରେ ପହଁଚି ତାଙ୍କୁ ପଚାରିଲେ, “ତୁମେ କାହାର ମୂର୍ତ୍ତି କରୁଛ । ତହୁଁ ସେ ଲୋକଟି ଉତ୍ତର ଦେଲା ବର୍ଷାରାଣୀଙ୍କର । ତଳେ ଫସଲର ଅପୂର୍ବ ସମ୍ଭାର; ଉପରେ ଆକାଶରେ ମେଘର ବାଦଲ, ଏମାନଙ୍କ ମଝିରେ ବର୍ଷାରାଣୀଙ୍କର ନୃତ୍ୟ କରୁଥିବା ମୂର୍ତ୍ତି ।”

                ଲୋକଟିର ଏଭଳି କଥା ଶୁଣି ରାଜା ପଚାରିଲେ, “ତୁମେ କ’ଣ ଏହି ମୂର୍ତ୍ତି ଗୁଡିକୁ ବଜାରରେ ବିକ୍ରୀ କରୁନାହଁ?” ତହୁଁ ସେ ଲୋକଟି କହିଲା, “ଏହି କାମ ତ ମୋର ନୁହେଁ । ବରଂ ଏହି କାମ ସୌଦାଗରର । ମୁଁ କେବଳ ମୂର୍ତ୍ତି ନିର୍ମାଣ କରେ । ଏହି ନିର୍ମାଣରେ ହିଁ ମୋର ଆନନ୍ଦ । କେତେକ ବେପାରୀ ଅଛନ୍ତି, ଯେଉଁମାନେ କି ଏଠାକୁ ଆସି ମୂର୍ତ୍ତି କିଣି ନିଅନ୍ତି । ମୋର କେବଳ ଖାଇବା ପିଇବା ପାଇଁ ପଇସା ହୋଇଗଲେ ଗଲା ।”

                ଏହି କଥା ଶୁଣି ରାଜା କୃଷ୍ଣଦେବରାୟ ତାଙ୍କ ରାଜ୍ୟରେ ଘୋଷଣା କଲେ ଯେ ଏହି ବର୍ଷ ବର୍ଷା ଉତ୍ସବରେ ବନବାସୀ ମୂର୍ତ୍ତିକାରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ମୂର୍ତ୍ତିକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ବର୍ଷାରାଣୀଙ୍କ ମୂର୍ତ୍ତି ହିଁ ରାଜ ଉଦ୍ୟାନରେ ସ୍ଥାନ ପାଇବ । ଏହା ଶୁଣିବା ପରେ ସମଗ୍ର ରାଜ୍ୟରେ କେବଳ ତେନାଲୀରାମାଙ୍କର ହିଁ ପ୍ରଶଂସା ବ୍ୟାପିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ