ବହୁମୂଲ୍ୟ ଉପହାର

                କିଛି ସମୟପରେ ତେନାଲୀରାମା ଆସି ସଭାସ୍ଥଳରେ ଉପସ୍ଥିତ ହେଲେ । ସେତେବେଳେ ସଦସ୍ୟମାନେ କେବଳ ତାଙ୍କୁ ପରିହାସ କରି କହିଲେ, “ତେନାଲୀରାମା ମହାଶୟ! ଆସନ୍ତୁ । ଆପଣଙ୍କ ବହୁମୂଲ୍ୟ ଉପହାର ଆପଣଙ୍କୁ ହିଁ ଅପେକ୍ଷା କରିଛି ।” ସଦସ୍ୟମାନଙ୍କ କଥା ଶୁଣି ତେନାଲୀରାମା ସେମାନଙ୍କ ଆଡକୁ ଚାହିଁଲେ । ସମସ୍ତଙ୍କ ହାତରେ ଗୋଟେ ପୁରସ୍କାର ଥାଏ । କାହାର ବେକରେ ସୁବର୍ଣ୍ଣ ମାଳା ଥାଏ ତ’ କାହାର ହାତରେ ସୁନାର ମାଳା, ତ’ ଆଉ କାହା ମୁଣ୍ଡରେ ସୁନା କାମ କରାଯାଇଥିବା ରେଶମୀ ପଗଡ, ତ’ ପୁଣି କାହା ହାତରେ ହୀରାର ମୁଦ୍ରିକା । ତେନାଲୀରାମା ଏସବୁ ଦେଖି ସବୁ ବୁଝିଗଲେ । ତାପରେ ସେ ତେନାଲୀରାମା ଚୁପ୍ଚାପ୍ ଚାନ୍ଦିର ଥାଳି ନେଇ ଆସିଲେ । ସେହି ଥାଳୀକୁ ମସ୍ତକରେ ଲଗାଇ ତେନାଲୀରାମା ତାହା ଉପରେ ନିଜର ଉତରୀୟକୁ ଢାଙ୍କି ଦେଲେ । ରାଜା କୃଷ୍ଣଦେବରାୟ ଏହା ଦେଖି ତେନାଲୀରାମାଙ୍କୁ କହିଲେ, “ତେନାଲୀରାମା! ଆପଣ ଚାନ୍ଦିର ଥାଳିକୁ ଏପରି ଢାଙ୍କି ଦେଉଛନ୍ତି କାହିଁକି? ରାଜାଙ୍କ ଏଭଳି କଥା ଶୁଣି ତେନାଲୀରାମା କହିଲେ, “ମହାରାଜ! ଆଜିପର୍ଯ୍ୟନ୍ତ ଆପଣ ମୋତେ ଯାହା ବି ଦେଇଛନ୍ତି ସବୁ ସମୟରେ ତାହା ଥାଳୀ ପୂର୍ଣ୍ଣ ଥାଏ । ଆଜି ପ୍ରଥମଥର ଆପଣ ମୋତେ ଶୂନ୍ୟ ଥାଳୀ ପ୍ରଦାନ କରୁଛନ୍ତି । ତେଣୁ ଖାସ୍ ଆପଣଙ୍କ ପାଇଁ ମୁଁ ଏହାକୁ ଢାଙ୍କି ଦେଉଛି ।” ତେନାଲୀରାମାଙ୍କ କଥା ଶୁଣି ରାଜା ସଂଗେ ସଂଗେ ନିଜ ବେକରୁ ରତ୍ନମାଳା କାଢି ତେନାଲୀରାମାଙ୍କ ଥାଳୀରେ ରଖିଦେଲେ ଓ କହିଲେ, “ତେନାଲୀରାମା! ଆଜି ମଧ୍ୟ ତୁମର ଥାଳୀ ମୁଁ ପୂର୍ଣ୍ଣ କରିଦେଇଛି ।” ରାଜାଙ୍କର ଏପରି ଆଚରଣ ଦେଖି ପାରିଷଦ ବର୍ଗ ହଠାତ୍ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ତାପରେ ତେନାଲୀରାମାଙ୍କର ଶତ୍ରୁ ମାନଙ୍କର ମୁହଁ ଲାଜରେ କଳା ପଡିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ