ବାଃ ବାଃ କାଲିବାଇ!

ଓଡିଶା ପରି ରାଜସ୍ଥାନ ମଧ୍ୟ ଅପୂର୍ବ ବୀରତ୍ୱ ଗୁଣାବଳୀ ଯୋଗୁଁ ଖୁବ୍ ଜଣାଶୁଣା ସମସ୍ତଙ୍କ ପାଖରେ । ଡଙ୍ଗରପୁର ସହର ନିକଟ ଗାଁ ଟିଏ, ନାଁ ତାର ରାସ୍ତାପାଲ । ସେ ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ଥାଏ । ଆଖପାଖ ଦୁଇ ତିନି ଖଣ୍ଡ ଗାଁର ପିଲାଏ ସେଠାରେ ପଢନ୍ତି । ସେ ଗାଁର ତଥା ସେ ପାଠଶାଳାର ପରିବେଶ ଅତ୍ୟନ୍ତ ଚମତ୍କାର । ସତେ ଯେମିତି ପବନ ମାଟି ମାଆର ଜୟଗାନ କରୁଛି । ସେ ଗାଁର ଦୁଇଜଣ ଶିକ୍ଷକ ସେହି ବିଦ୍ୟାଳୟରେ ଶିକ୍ଷାଦାନ କରୁଥାନ୍ତି । ଜଣେ ବାନାଭାଇ ଖାଁଟ ଓ ଅନ୍ୟ ଜଣେ ସେଗା ଭାଇଜୀ । ଦୁହେଁ ଥିଲେ ନିଷ୍ଠା ଓ ଆଦର୍ଶର ପୂଜାରୀ ଓ ପ୍ରଚଣ୍ଡ ଦେଶଭକ୍ତ । ସେମାନେ ପାଠ ସହ ଦେଶ ଭକ୍ତିର ବାର୍ତ୍ତା ମଧ୍ୟ ପିଲାମାନଙ୍କୁ ଦେଉଥିଲେ ।

ସେତେବେଳେତ ଫିରିଙ୍ଗିମାନେ ଆମକୁ ଅତ୍ୟାଚାର କରୁଥିଲେ । ଏଇଥିପାଇଁ ବାନା ଓ ସେଗା ଇଂରେଜମାନଙ୍କୁ ସଦା ସର୍ବଦା ଘୃଣା କରୁଥିଲେ । ଯେତେବେଳେ ଇଂରେଜମାନେ ସେ ଗାଁରେ ଲୋକମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରୁଥିଲେ । ସେ ସମୟରେ ଏ ଦୁଇ ଶିକ୍ଷକ ରକ୍ତମୁଖା ହୋଇ ସେହି ଫିରିଙ୍ଗିମାନଙ୍କୁ ପ୍ରବଳ ମାତ୍ରାରେ ବିରୋଧ କରୁଥିଲେ । କାହିଁକିନା ସେ ଶିକ୍ଷକ ଦୁହିଁଙ୍କର ଆନ୍ତରିକ ଇଚ୍ଛା ଥିଲା ସେ ଗାଁର ଆବାଳ ବୃଦ୍ଧ ବନିତା ପର୍ଯ୍ୟନ୍ତ ସମସ୍ତେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ମାତୃକାର ରକ୍ଷା କରନ୍ତୁ ଏଇ ମନଭାବ ନେଇ ଶିଶୁଙ୍କୁ ଦେଶ ପ୍ରେମର ପ୍ରେରଣା ସେମାନେ ପହଁଚାଉ ଥିଲେ । ଏବଂ ଫିରିଙ୍ଗିମାନଙ୍କୁ ସେଠାରୁ ତଡିବା ପାଇଁ ନୂଆ ନୂଆ ଉପାୟମାନ ଚିନ୍ତା କରୁଥିଲେ ।

ସେତେବେଳେ ଇଂରେଜମାନେ ତ ମହା ଚତୁର ଥିଲେ । ବାନା ଓ ସେଗାଙ୍କ ମନକଥା ଓ ଉଦ୍ଧେଶ୍ୟ ସେମାନେ ଠିକ୍ ଜାଣି ପାରିଲେ । ତେଣୁ ସେ ଇଂରେଜମାନେ ତାଙ୍କ ମାଜିଷ୍ଟ୍ରେଟ୍ଙ୍କୁ ଧରି ବିଦ୍ୟାଳୟରେ ଆସି ପହଁଚିଲେ । ବିଦ୍ୟାଳୟ ବନ୍ଦ କରିବାକୁ ସେମାନେ ଆଦେଶ ଦେଲେ; କିନ୍ତୁ ବାନା ଓ ସେଗା ସେମାନଙ୍କ ଆଦେଶକୁ ଆଦୌ ମାନିଲେ ନାହିଁ ।

ବାନା ଓ ସେଗା ଦୁହିଁଙ୍କ ଅପୂର୍ବ ବରୀତ୍ୱ ଦେଖି ସେ ଗୋରା ସଇନମାନେ ଆବାକ୍ ହୋଇଗଲେ । ଶେଷରେ ଅନ୍ୟ କିଛି ଉପାୟ ନପାଇ ଦୁଇଜଣ ଗୁରୁଙ୍କୁ ସେ ଇଂରେଜମାନେ ଗାଡିର ପଛପାଖରେ ଘୋଷାରି ଘୋଷାରି ନେଉଥିବା ବେଳେ କାଲିବାଇ ଆଉ ସମ୍ଭାଳି ପାରିଲା ନାହିଁ । ଗାଡି ଆଗରେ ଯାଇ ସେ ଠିଆହୋଇ ରହିଲା । ଇଂରେଜମାନେ ଯେତେ କରି କହିଲେ ସେ କାଲିବାଇ ଆଦୌ ବାଟ ଛାଡିଲା ନାହିଁ । ଶେଷକୁ ଅନ୍ୟ କିଛି  ଉପାୟ ନପାଇ ଇଂରେଜମାନେ ସେ କାଲିବାଇ ଉପରକୁ ଗୁଳି ଚଳାଇ ଦେଲେ । ଚାହୁଁ ଚାହୁଁ ମାତୃଭୂମିର କୋଳରେ ଲୋଟି ପଡିଲା ସେ କାଲିବାଇ । ଏହା ଦେଖି ବିଦ୍ୟାଳୟର ସବୁ ପିଲା ଏକା ଥରକେ ଇଂରେଜମାନଙ୍କୁ ଆକ୍ରମଣ କରି ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ କାବୁ କରି ପକାଇଲେ ଓ ଦୁଇ ଗୁରୁଜୀଙ୍କୁ ବନ୍ଧନ ମୁକ୍ତ କଲେ । କାଲିବାଇ ଜୀବନଦାନ ଦେଇ ସେ ଗାଁରୁ ବିଦେଶୀମାନଙ୍କୁ ସବୁଦିନ ପାଇଁ ହଟେଇ ଦେଲା । ଏଣିକି ସେ ଗାଁ ଲୋକେ ଅତ୍ୟନ୍ତ ସୁଖ ଶାନ୍ତିରେ ଜୀବନଯାପନ କରି କହିଲେ ବାଃ ବାଃ କାଲିବାଇ ।


ଗପ ସାରଣୀ

ତାଲିକାଭୁକ୍ତ ଗପ