ବାଘ

ସେହିଦିନଠାରୁ ରାଜା ତାକୁ ସବୁଦିନେ ନିଜେ ଦୁଧ ପିଆନ୍ତି । ଫଳରେ ଖୁବ୍ ଅଳ୍ପଦିନ ମଧ୍ୟରେ ସେ ପୋଷା ମାନିଗଲା । ପୋଷା ବିଲେଇ ପରି ଅନ୍ତଃପୁର ମଧ୍ୟରେ ସ୍ୱାଧିନ ଭାବରେ ସେ ବିଚରଣ କରୁଥାଏ । ରାଣୀଙ୍କ ବିଛଣାରେ, ତାଙ୍କ କୋଳରେ ସେ ଶୋଉଥାଏ ।

ବର୍ଷକ ମଧ୍ୟରେ ସେ ବଡ ହୋଇଗଲା । ସେ ଅନ୍ୟାନ୍ୟ ଖାଦ୍ୟ ଭିତରେ ମାଂସ ଖାଇଲା । ଦେହର ବର୍ଣ୍ଣ ହଳଦିଆରେ କଳା ପଟା ସବୁ ଦେଖାଦେଲା । କିନ୍ତୁ ମଣିଷର ସ୍ନେହଶ୍ରଦ୍ଧା ପାଇ ସେ ବିଲେଇଟି ପରି ଚଳୁଥାଏ; କେବେ କାହାର କ୍ଷତି କରି ନାହିଁ ।

ଥରେ ସେ ବାଘ ଦେହରେ ବ୍ରଣସବୁ ବାହାରିଲା । ପଶୁବୈଦ୍ୟକୁ ଡକା ହେଲା । ସେ ତାକୁ ଭଲକରି ଦେଖିବା ପରେ କହିଲେ, “ମହାରାଜ, ଏହିପରି ବ୍ରଣ ପ୍ରାୟ ପଶୁ ଜନ୍ତୁଙ୍କଠାରେହିଁ ଦେଖାଯାଏ । ଏହା ପାଇଁ ସାଧାରଣରେ କୌଣସି ଔଷଧ ନାହିଁ । ସେଥିପାଇଁ ଏକ ତରଳ ଔଷଧ ଦରକାର ଯେଉଁଟିକୁ କି ତା’ର ଦେହରେ ଲେପି ଦେଲେ ସେ ଭଲ ହୋଇଯିବ । କିନ୍ତୁ ସେହି ଲେପନରେ ବାରଟି ଜଡିବୁଟି ଏକତ୍ର କରାଯାଇଥାଏ । ମୋର ଏଗାରଟି ଅଛି । ମାତ୍ର ଗୋଟିଏ ଜିନିଷ ନାହିଁ । ସେଇଟି ହେଲା ସିନ୍ଦୁରସୁଧା ପୁଷ୍ପ । ତାହାର ରଙ୍ଗ ହଳଦିଆ । ଏହାର ଗଛ ପ୍ରାୟ ସାଢେ ତିନିଫୁଟ ଉଚ୍ଚ ହୋଇଥାଏ । ଏଥିରେ ବର୍ଷକରେ ଥରେ ଫୁଲ ଫୁଟେ । ମୁଁ ଶୁଣିଛି ଯେ ଏହିଗଛ ରତ୍ନପୁରୀର ରାଜା ଆନନ୍ଦବର୍ଦ୍ଧନଙ୍କ ଉଦ୍ୟାନରେ ଅଛି ।”

                ଆନନ୍ଦବର୍ଦ୍ଧନଙ୍କ ନାମ ଶୁଣି ରାଜା ହଠାତ୍ ଚମକି ଉଠିଲେ ଓ ତାଙ୍କର ହସହସ ମୁହଁଟିରେ ରାଗରେ ରକ୍ତ ଚହଟି ଯାଇ ଲାଲ୍ ହୋଇଗଲା । ସେତେବେଳେ ପଚିଶବର୍ଷ ତଳର ଏକ ଘଟଣା ହଠାତ୍ ତାଙ୍କର ମନେ ପଡିଲା । ସେ ଘଟଣାଟି ଏହିପରି –

                ପଚିଶବର୍ଷ ପୂର୍ବେ କାଂଚନପୁରୀର ରାଜକୁମାରୀ ମଦନମଞ୍ଜରୀଙ୍କର ସ୍ୱୟମ୍ବର ହେବାର ଥାଏ । ଭୂପାଲ ବର୍ମା ତାଙ୍କ ପିତା ଥିଲେ । ମଦନମଞ୍ଜରୀ ଅପୂର୍ବ ସୁନ୍ଦରୀ ଥିଲେ । ତେଣୁ ପଡୋଶୀ ରାଜ୍ୟମାନଙ୍କର ଯୁବରାଜମାନେ ତାଙ୍କୁ ପାଇବାକୁ ସ୍ୱପ୍ନ ଦେଖୁଥିଲେ । ଅନେକ ରାଜ୍ୟର ଯୁବରାଜମାନେ ତାଙ୍କ ସ୍ୱୟମ୍ବରକୁ ଆସିଥିଲେ, ରାଜା ଶଶିଧର ବିବାହିତ ହୋଇ ମଧ୍ୟ ସେଠାକୁ ଯାଇଥିଲେ ।

କିନ୍ତୁ ରତ୍ନ ପୁରୀର ରାଜକୁମାର ଆନନ୍ଦବର୍ଦ୍ଧନ ଓ ମଦନମଞ୍ଜରୀ ଦୁହେଁ ମନେ ମନେ ପରସ୍ପରକୁ ଶ୍ରଦ୍ଧା ଓ ସମ୍ମାନ କରୁଥିବାର ରାଜା ଜାଣିଥିଲେ । ତେଣୁ ଏ ସ୍ୱୟମ୍ବର କେବଳ ପ୍ରଥା ଅନୁଯାୟୀ ନାମକୁ ମାତ୍ର ହୋଇଥିଲା । ସ୍ୱୟମ୍ବର ସଭାରେ ମଦନମଞ୍ଜରୀ ସିଧା ଯାଇ ଆନନ୍ଦବର୍ଦ୍ଧନଙ୍କ ଗଳାରେ ତା’ ବରଣମାଳା ଦେଲେ ।

ସେତେବେଳେ ଶଶୀଧର ଆନନ୍ଦବର୍ଦ୍ଧନଙ୍କ ପାଖରେ ଥିବା ଆସନରେ ବସିଥିଲେ । ରାଜକୁମାରୀ ଆନନ୍ଦବର୍ଦ୍ଧନଙ୍କୁ ବରମାଳା ଦେବା ପରେ ଆନନ୍ଦବର୍ଦ୍ଧନ ତାଙ୍କ କଡକୁ ଟିକିଏ ତେରେଛା ଚାହାଣୀ ଦେଇ ଗର୍ବର ସହିତ ସେ କହିଲେ, “ଦେଖିଲତ? ସ୍ୱୟମ୍ବରର ପ୍ରତିଯୋଗିତାରେ ବିଜୟ ମୋର ।”

ସେଦିନ ମଦନମଞ୍ଜରୀଙ୍କୁ ନପାଇ ଶଶୀଧରଙ୍କ ମନ ବହୁତ ଦୁଃଖ ଥିଲା; ତା’ ଉପରେ ପୁଣି ଆନନ୍ଦବର୍ଦ୍ଧନଙ୍କର ଏପରି ଉକ୍ତି ତାଙ୍କ ହୃଦୟକୁ ଯେପରି ଛିନ୍ନଭିନ୍ନ କରିପକାଇଲା ।

ମଣିପୁର ଓ ରତ୍ନଗିରି ଦୁହେଁ ପଡୋଶୀ ରାଜ୍ୟ ଥିଲେ ଏବଂ ଦୁହିଁଙ୍କ ରାଜ୍ୟର ସୀମାନ୍ତ ନେଇ ବରାବର ଗଣ୍ଡଗୋଳ ଓ ଶତୃତା ଲାଗିରହିଥାଏ । ତା’ଉପରେ ପୁଣି ଆନନ୍ଦବର୍ଦ୍ଧନଙ୍କର ଏପରି କଥା ତାଙ୍କ ଦେହରେ ଛୁରୀ ଚାଲିଗଲା ପରି ଲାଗିଲା । ସେ ତାଙ୍କ ଆସନ ଉପରୁ ତଳକୁ ଡେଇଁ ପଡି ତରବାରୀ ବାହାର କରି କହିଲେ, “ଜଣେ ସ୍ତ୍ରୀ ତୁମକୁ ପସନ୍ଦ କଲା ବୋଲି ନିଜକୁ ମହାବୀର ବୋଲି ଭାବ ନାହିଁ ପ୍ରକୃତ ବୀର ହୋଇଥିଲେ ଆସ ଯୁଦ୍ଧ କରି ମୋତେ ହରାଅ ।”

ଆନନ୍ଦବର୍ଦ୍ଧନ ମଧ୍ୟ କହିଲେ, “କେବଳ ଖଡ୍ଗ ଯୁଦ୍ଧ? ସେଥିରେ ହାର ଜିତ୍ରେ କ’ଣ ହେବ? ବାଜି ରଖିବା । ଯିଏ ଜିତିବ ମୋତିଦ୍ୱୀପଟି ତା’ର ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ