ବାମ ହାତର ଦୁଖଃ

       ଏକଦା ଶରୀରର ବାମହାତ ମନରେ ଡାହାଣ ହାତ ପ୍ରତି ଈର୍ଷାଭାବ ଜାତ ହେଲା । ତହୁଁ ବାମହାତ ମଣିଷକୁ କହିଲା, “ତୁମେ ତୁମର ଡାହାଣ ହାତକୁ ନେଇ ଭଲ ଭଲ କାମ ସବୁ କରୁଛ । ଯେପରି ଡାହାଣ ହାତରେ ବହିଲେଖା, ଛବିଅଙ୍କା ଓ ଖାଦ୍ୟ ଖାଇବା କାମ ବି ହେଉଛି । ଏତଦ୍ ବ୍ୟତିତ ସମସ୍ତ ଧର୍ମ କର୍ମରେ ଡାହାଣ ହାତ ବି ଲୋଡା ପଡିଯାଏ । ମାତ୍ର ମୁଁ ସମସ୍ତ ପ୍ରକାର ଅପରିଷ୍କାର କାର୍ଯ୍ୟରେ ନିୟୋଜିତ ହେଉଛି । ସତେଯେମିତି ସମସ୍ତ ପ୍ରକାର ଅଶୁଭ କାର୍ଯ୍ୟ କରିବା ପାଇଁ ମୁଁ ଜନ୍ମ ନେଇଛି ଓ କରିବାରେ ଧୂରନ୍ଧର ମଧ୍ୟ । ମୋତେ ଯେକୌଣସି ଶୁଭକାମ କରିବା ମନା,” ଏହିଭଳି ବାମ ହାତ ତାର ମନର ଅନ୍ତର କଥାକୁ ସଫା ସଫା କହିଦେଲା ।

       ଏଥର ମଣିଷ କିଛି କହିବା ପୂର୍ବରୁ ଡାହାଣ ହାତ ବାମ ହାତ ଉଦ୍ଧେଶ୍ୟରେ କହିଲା, “ଆରେ ଭାଇ! ସତରେ ତୁ ମନରେ ଏକ ଭ୍ରାନ୍ତ ଧାରଣା ନେଇ ଏତେ କଥା କହିଗଲୁ । ଯାହା କହିଲୁ ତାହା କଦାପି ଠିକ୍ ନୁହେଁ । ତୁ ନିଜକୁ ଏଭଳି ଛୋଟ ବୋଲି କାହିଁକି ଭାବୁଛୁ? ମୁଁ ଯାହା କହୁଛି ମନଦେଇ ଶୁଣ ଓ ଗଭୀର ଚିନ୍ତା କଲେ ଜାଣିପାରିବୁ ତୁ କେଡେ ବଡ ଭୁଲ୍ କରି ବସିଛୁ?”


ଗପ ସାରଣୀ

ତାଲିକାଭୁକ୍ତ ଗପ