ବାହାଘର ପାଇଁ ତିନୋଟି ସର୍ତ୍ତ

ଆବିଓଲା ଯେମିତି ସୁନ୍ଦରୀ ସେମିତି ଗୁଣର ଝିଅ । ଘର କାମରେ ମଧ୍ୟ ଧୁରନ୍ଧର । ଅନେକ ଯୁବକ ସେ ଆବିଓଲାକୁ ବିବାହ କରିବାକୁ ଇଚ୍ଚାକଲେ । କିନ୍ତୁ ଝିଅ ଯଦି ବାହା ହୋଇଯାଏ, ତେବେ ଘରକାମ କିଏ ତୁଲାଇବ? ଏହିକଥା ଭାବି କୃପଣ ବାପ ତା’ଝିଅ ଆବିଓଲାକୁ ମୋଟେ ବାହା ଦେଉନଥିଲା ।

ଧୀରେ ଧୀରେ ସେ ଆବିଓଲାର ସବୁ ସାଙ୍ଗ ଝିଅମାନେ ବାହା ହୋଇଗଲେ । କୃପଣ ବୁଢାର ଢଙ୍ଗ ଦେଖି ସାଇପଡିଶା ଖାଲି ଟୁପ୍ଟାପ୍ ହେଲେ । ବନ୍ଧୁବାନ୍ଧବ ଦେଖେଇ ଶିଖେଇ କିଏ କେତେକଥା ସବୁ କହିଲେ । ଏସବୁ ଦେଖି ବୁଢା ଗୋଟାଏ ଫିକର କଲା । କହିଲା, ଯେଉଁ ଯୁବକ ତିନୋଟି ସର୍ତ୍ତ ପୂରଣ କରିପାରିବ, ସେ ହିଁ ତା ଝିଅକୁ ବାହାହେବ ।

ତନ୍ମଧ୍ୟରୁ ପ୍ରଥମ ସର୍ତ୍ତଟି ହେଲା – ଗୋଟିଏ ଅନ୍ଧାରିଆ ମଶା ଭଣ ଭଣ ଘରେ ଖାଲି ଦେହରେ ଘଂଟାଏ ରହିବାକୁ ହେବ । ମଶାମାନେ ରକ୍ତ ଶୋଷୁଥିବେ, ମାତ୍ର ସେମାନଙ୍କୁ ମାରିବାକୁ ବା ତଡିବାକୁ ହେବନାହିଁ । ତଡିବାକୁ ଚେଷ୍ଟାକଲେ ଫେଲ୍ ।

ଦ୍ୱିତୀୟ ସର୍ତ୍ତ ହେଲା – ପାଟିରେ ମୁଠାଏ ରାଗଲଙ୍କା ଗୁଣ୍ଡ ଭର୍ତ୍ତିକରି ଘଂଟାଏ ରହିବାକୁ ହେବ । ଆଉ ବୁଢା ନିଜେ ସେ ଲଙ୍କା ବାଛିବ । ଛେପ କାଢିଲେ କି ସୁ ସା ଶବ୍ଦ ବାହାରିଲେ ଫେଲ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ