ବିଚିତ୍ର ସ୍ୱପ୍ନ

ଏହି ସମୟରେ ସେନାପତି ଆପଣଙ୍କୁ ହତ୍ୟା କରିବା ପାଇଁ କିଛି ନାଗସାପ ଆପଣଙ୍କର ଶୟନ କକ୍ଷରେ ଛାଡି ଦଉଛନ୍ତି । ଆଉ ଆପଣ ଶୋଇଯିବା ପରେ ସେହି ନାଗସାପ ଦଂଶନରେ ହିଁ ଆପଣଙ୍କ ମୃତ୍ୟୁ ହେଉଛି ଓ ତାପରେ ସେନାପତି ନିଜେ ରାଜା ହଉଛନ୍ତି ।’ ରାଜା ଏ ସ୍ୱପ୍ନ ବିଷୟରେ ଶୁଣି କେବଳ ଠୋ ଠୋ ମାରି ହସିବାକୁ ଲାଗିଲେ । ରାତି ହେଲା । ରାଜାଙ୍କୁ ଆଉ ନିଦ ବି ହେଲା ନାହିଁ । ସେତେବେଳେ ତାଙ୍କର କେବଳ ସେ ଟମଲା କଥା ହିଁ ମନେ ପଡୁଥାଏ । ଟମଲା କଥା ଭାବିଲା କ୍ଷଣି ସେ ରାଜାଙ୍କ ଦେହରୁ ଭୟରେ ଖାଲି ଝାଳ ବାହାରିଲା । ନାଗସାପ ଦଂଶନର କଷ୍ଟ ଯେ କେତେ ଯନ୍ତ୍ରଣାଦାୟକ ହୋଇପାରେ । ଏକଥା ଭାବିବା କ୍ଷଣି ରାଜା ଖୁବ୍ ଜୋରେ ଚିତ୍କାର କରି ଉଠିଲେ । ତାପରେ ସେ ସଙ୍ଗେ ସଙ୍ଗେ ଆଦେଶ ଦେଲେ ଯେ ସେନାପତିଙ୍କୁ ଯଥାଶୀଘ୍ର ବନ୍ଦୀ କରିବା ପାଇଁ । ସେନାପତିଙ୍କୁ ବନ୍ଦୀ କରିବାପରେ ଯାଇ ସେ ରାଜାଙ୍କ ଦେହରୁ ଝାଳ ଟିକେ ଶୁଖିଲା । ତାପରେ ରାଜା ଆରାମରେ ଶୋଇପଡିଲେ ।

ସକାଳ ହେଲା । ତାପରେ ଦ୍ୱିତୀୟ ଶୟନ କକ୍ଷରେ ଥିବା ଲୋକକୁ ଡକାହେଲା ନାଁ ତା’ର ଥିଲା ଅଜାମି । ରାଜା ତାକୁ ପଚାରିଲେ – ତୁମେ ଗତକାଲି ରାତିରେ କି ସ୍ୱପ୍ନ ଦେଖିଛ ଅଜାମି । ତହୁଁ ସେ ଅଜାମି କହିଲା – ‘ମହାରାଜ, କାଲି ରାତିରେ ମୁଁ ସ୍ୱପ୍ନ ଦେଖିଲି ଆମ ରାଜମହଲ ନିକଟରେ ବହି ଯାଇଥିବା ନଦୀରେ ପ୍ରବଳ ବନ୍ୟା ପାଣିରେ ମହାରାଜାଙ୍କର ସମସ୍ତ ରାଜମହଲ କର୍ମଚାରୀ ଭାସିଯାଉଛନ୍ତି । ଆଉ ମହାରାଜ ସ୍ୱୟଂ ସେ ପାଣିରେ ବୁଡି ଯାଉଛନ୍ତି ।’ ଏଭଳି ସ୍ୱପ୍ନ କଥା ଶୁଣି ରାଜା ମାଡୁସା ତାଙ୍କ ରାଜମହଲ ନିକଟରେ ଯାଇଥିବା ନଦୀକୁ ଚାହିଁଲେ । ସେତେବେଳେ ତ ସେ ନଦୀ ଶୁଖିଲା ଥିଲା । ହଠାତ୍ କିଛି ସମୟ ପରେ ବର୍ଷା ଆରମ୍ଭ ହେଲା । ଏଣେ ସେ ରାଜାଙ୍କର ସ୍ୱପ୍ନ କଥା ମୁଣ୍ଡରେ ଥାଏ । ବର୍ଷା ଏପରି ଲାଗିରହିବା ଦେଖି ରାଜା ଭାବିଲେ ଏ ସ୍ୱପ୍ନ ନିଶ୍ଚୟ ସତ୍ୟ ହେବ । ତେଣୁ ସେ ଅଜାମିକୁ ଡକା ପକାଇଲେ । ତାଙ୍କୁ କହିଲେ – ‘ଏ ସ୍ୱପ୍ନର କ’ଣ କୌଣସି ପ୍ରତିକାର ନାହିଁ ।’ ତହୁଁ ସେ ଅଜାମି କହିଲା – ହଁ, ମହାରାଜ ! ପ୍ରତିକାର ଅଛି ମାତ୍ର ଏହା ବହୁତ କଷ୍ଟ । ମାଡୁସା କହିଲେ – କ’ଣ କରିବାକୁ ହବ କୁହ । ରାଜାଙ୍କ କଥା ଶୁଣି ସେ ଅଜାମି କହିଲା – ମହାରାଜାଙ୍କୁ ଏକ ଶୋଲ ତିଆରି ପଲଙ୍କ କରିବାକୁ ପଡିବ । ଯାହା ଦ୍ୱାରା କି ତାହା ଆଉ ପାଣିରେ ବୁଡିବ ନାହିଁ । ଏହିପରି କଲେ  ରାଜା ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଯିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ