ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ

                ପରିଦର୍ଶକଙ୍କ ମୁହଁରୁ ତାଙ୍କର ପୂର୍ବତନ ସ୍ୱର୍ଗୀୟ ପ୍ରଧାନଶିକ୍ଷକଙ୍କ ପ୍ରତି ଏଭଳି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଶୁଣି ଶିକ୍ଷକମାନେ ଚକିତ ହୋଇଗଲେ । ସେମାନଙ୍କର ଆଖିରୁ ଅଜାଣତରେ ଲୁହ ଝରିଆସିଲା ।

                ସେହି ବିଦ୍ୟାଳୟ ପରିଦର୍ଶକଙ୍କ ନାଁ ଥିଲା ରାଧାନାଥ ରାୟ । ତାଙ୍କର ଜନ୍ମସ୍ଥାନ ସୋର ନିକଟରେ ଥିବା ଏହି ବିଦ୍ୟାଳୟରେ ହିଁ ସେ ପିଲାଦିନେ ପାଠ ପଢୁଥିଲେ । ତାଙ୍କୁ କେତେବେଳେ ହେଲେ ରୋଗ ଛାଡୁନଥିଲେ ମଧ୍ୟ ସେ ଅତ୍ୟନ୍ତ ମେଧାବୀ ଥିଲେ । ଦୁର୍ବଳ ଶରୀରଧାରୀ ରୋଗାକ୍ରାନ୍ତ ପିଲାଟି ପକ୍ଷରେ ପାଠ ପଢିବା ସମ୍ଭବପର ନୁହେଁ ବୋଲି ପ୍ରଧାନଶିକ୍ଷକ ତାଙ୍କର ପିତାଙ୍କୁ ଜଣାଇ ଦେଇଥିଲେ । ମାତ୍ର ଆଶ୍ଚର୍ଯ୍ୟର କଥା, ଦିନେ ସେହି ପିଲାଟି ଭଲ ପାଠପଢି ସମସ୍ତଙ୍କୁ ଚମକାଇ ଦେଇଥିଲା ।

                ପିଲାଟି ଦିନରୁ ରାଧାନାଥଙ୍କର ଶୃଙ୍ଖଳାଜ୍ଞାନ, ବିନୟୀ ସ୍ୱଭାବ, ଗୁରୁଭକ୍ତି ଦେଖି ସେତେବେଳର ଶିକ୍ଷକମାନେ ଏ ପିଲାଟି ନିଶ୍ଚୟ ଦିନେ ଜଣେ ବଡ ଲୋକ ହେବ ବୋଲି ଅନୁମାନ କରିପାରିଥିଲେ, ଯାହା କି ଭବିଷ୍ୟତରେ ସତ ହିଁ ହୋଇଥିଲା ।

                ସେଇ ପିଲାଟି ବଡ ହେଲା ପରେ ଆମ ଓଡିଶାର ଜଣେ ବିଶିଷ୍ଟ କବି ଭାବରେ ସୁଖ୍ୟାତି ଅର୍ଜନ କରିଥିଲେ । ବାମଣ୍ଡା ରାଜା ତାଙ୍କର କାବ୍ୟକୃତି ପଢି ତାଙ୍କୁ ‘କବିବର’ ଉପାଧିରେ ଭୂଷିତ କରିଥିଲେ । ବ୍ରିଟିଶ୍ ସରକାର ବି ତାଙ୍କୁ ୧୮୯୬ ମସିହାରୋ ‘ରାୟବାହାଦୁର’ ଉପାଧି ପ୍ରଦାନ କରିଥିଲେ ।

                ରାଧାନାଥ ରାୟଙ୍କର କାବ୍ୟକବିତା ମଧ୍ୟରେ ଚିଲିକା, ଚନ୍ଦ୍ରଭାଗା, କେଦାରଗୌରୀ, ଉଷା, ଦରବାର, ମହାଯାତ୍ରୀ ଆଦି ପାଠକମାନଙ୍କ ମନକୁ ବେଶ୍ ଛୁଇଁ ପାରିଛି । ତାଙ୍କର ଅନେକ ଗଦ୍ୟରଚନା ସହିତ କାବ୍ୟକବିତା ମଧ୍ୟ ଏବେ ବି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପାଠ୍ୟକ୍ରମରେ ପ୍ରଚଳିତ । ପାଲା, ଦାସକାଠିଆ, ଲୋକନୃତ୍ୟର ଗାୟକ, ଗାୟିକାମାନେ ବି ବିଷୟବସ୍ତୁରେ ଅଳଙ୍କାରସ୍ୱରୂପ ତାଙ୍କର ପଦ୍ୟାବଳୀକୁ ଗାୟନ କରୁଥିବାର ଜଣାଯାଏ । ଶ୍ରୀ ରାୟଙ୍କର ଅନେକ ପଦ୍ୟାବଳୀ କେବଳ ମାନବ ସମାଜକୁ ଦିଗ୍ଦର୍ଶନ ଦେବାଲାଗି ହିଁ ଉଦ୍ଦିଷ୍ଟ ।

                ସେଇ ମହାପୁରୁଷଜଣକ ବାଲେଶ୍ୱର ଜିଲ୍ଲା ସୋର ଅଂଚଳର କେଦାରପୂର ଗାଁରେ ୧୮୪୮ ମସିହା ସେପ୍ଟେମ୍ବର ୨୮ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ସୁନ୍ଦର ଈଶ୍ୱର ରାୟ ଓ ମାତାଙ୍କ ନାମ ତାରିଣୀ ଦାସ ଥିଲା । ୧୯୦୮ ମସିହା ଏପ୍ରିଲ୍ ୧୭ ତାରିଖ ଦିନ ସେ ଇହଲୀଳା ସମ୍ବରଣ କରିଥିଲେ ।

କବିବର ରାଧାନାଥ ରାୟ ସବୁବେଳେ ଓଡିଆ ଭାଷାର ଉନ୍ନତି ପାଇଁ ଚାହିଁଥିଲେ । ସାହିତ୍ୟ ଜଗତକୁ ତାଙ୍କର ଦାନ ଅମୂଲ୍ୟ, ଯାହାକି ତାଙ୍କୁ ଆଜିବି ଅମର କରି ରଖିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ