ବିନାମୂଲ୍ୟରେ ପ୍ରବେଶ

ହେଲାପୁରୀର ବିଶ୍ୱେଶ୍ୱରଙ୍କ ନାଟକ-କଳା ସମିତି ବହୁତ ବିଖ୍ୟାତ ଓ ପ୍ରସିଦ୍ଧ । କିନ୍ତୁ ଧୀରେ ଧୀରେ ଲୋକଙ୍କ ମଧ୍ୟରେ ପଇସା ଦେଇ ନାଟକ ଦେଖିବାର ଉତ୍ସାହ ଦିନକୁ ଦିନ କମିଗଲା । ଏପରି ପରିସ୍ଥିତିରେ ବିଶ୍ୱେଶ୍ୱର “ପାରିଜାତ ହରଣ” ନାମକ ଆଉ ଏକ ନାଟକର ରଚନା କଲେ । ସେଥିପାଇଁ ଯାହା କିଛି ବି ଖର୍ଚ୍ଚ ହେବ, ସେ ବିଷୟରେ ସେ ତାଙ୍କର ବନ୍ଧୁ ସୁଦର୍ଶନଙ୍କ ସହ ଆଲୋଚନା କଲେ ।

                ସୁଦର୍ଶନ ନିଜେ କିଛି ଆର୍ଥିକ ସାହାଯ୍ୟ ଦେଇ କହିଲେ, “ଆଗାମୀ ଶୁକ୍ରବାର ଦିନ ଏହି ନାଟକକୁ ମଂଚସ୍ଥ କରିବାର ଯୋଗାଡ କର ।” ତା’ପରେ ସେ ସୁଦର୍ଶନ ଚାରିଆଡେ ଏକଥା କହିଦେଲେ ଯେ ଶୁକ୍ରବାର, “ପାରିଜାତ ହରଣ” ନାଟକ ହେଉଛି । ଯେଉଁଠିକି ପ୍ରବେଶ ପାଇଁ କୌଣସି ମୂଲ୍ୟ ଦେବାକୁ ପଡିବ ନାହିଁ । ପଇସା ପଡିବ ନାହିଁ ଶୁଣି ପୁରା ସ୍ଥାନ ଭର୍ତ୍ତି ଲୋକ ଆସିଲେ ଓ ନାଟକଟିକୁ ଭଲ ଭାବରେ ଉପଭୋଗ କଲେ ।

ଉକ୍ତ ନାଟକଟି ଶେଷ ହେବା ପରେ ସୁଦର୍ଶନଙ୍କ ଲୋକ ପ୍ରବେଶ ପଥରେ ଲୋକମାନଙ୍କୁ ଅଟକ ରଖି ସେମାନଙ୍କୁ ପଇସା ମାଗିଲେ ମାତ୍ର ଏକଥା ଶୁଣି ସେ ଲୋକମାନେ କହିଲେ, “କୁହାଯାଇଥିଲା ନା ବିନାମୂଲ୍ୟରେ ପ୍ରବେଶ?” ତହୁଁ ସେ ସୁଦର୍ଶନର ଲୋକମାନେ କହିଲେ, “ନିଶ୍ଚୟ, ଏହି ସ୍ଥାନକୁ ପ୍ରବେଶ ବେଳେ କେହି ତୁମକୁ ପଇସା ମାଗିଛି? ନାଟକଟି ଉପଭୋଗ କରିଛଟି, ଯିବା ବେଳେ ପଇସା ଦେଇ ଯିବ ।” ଏହାପରେ ସେ ଲୋକମାନେ ବାଧ୍ୟ ହୋଇ ପଇସା ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ